ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ହୀରାକୁଦ ନିଷିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍

0

ହୀରାକୁଦ: ହୀରାକୁଦ ଗେଟ୍ ଖୋଲାଯିବା ସମୟରେ ଡ୍ରୋନ ଉଡ଼ାଇ ଭିଡିଓ ରେକର୍ଡ କଲେ ବ୍ଲଗର। ସୋସିଆଲ ମିଡିଆରେ ଭାଇରାଲ ହେଲା ଅପରେସନ ଗ୍ୟାଲେରୀର ଭିଡିଓ। ମିଷ୍ଟର ଓଡିଆ ବ୍ଲଗର ନାମକ ଏକ ଆକାଉଣ୍ଟରେ ନିଷିଦ୍ଧାଞ୍ଚଳରେ ଡ୍ରୋନ ଉଡ଼ାଇ ଏହାର ଭିଜୁଆଲ ପୋଷ୍ଟ ହୋଇଛି। ଡ୍ୟାମ, ସ୍ପିଲ ଓ୍ବେ ଉପରେ ଡ୍ରୋନ ଉଡ଼ିଥିବା ଜଣାପଡ଼ିଛି। ଏପରିକି ଡ୍ୟାମର ସବୁ ଆଙ୍ଗେଲରୁ ଭିଜୁଆଲ ନିଆଯାଇଛି । ଯାହାକି ସମ୍ପୂର୍ଣ୍ଣ ବେଆଇନ। ଯାହାକୁ ନେଇ ଏବେ ହୀରାକୁଦ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।

ହୀରାକୁଦରେ ସୁରକ୍ଷା କର୍ମୀ ୨୪ ଘଣ୍ଟା ମୁତୟନ ଥିଲେ ମଧ୍ୟ ଡ୍ରୋନ ଉଡିବାକୁ କିପରି ଚିହ୍ନଟ କରିପାରିଲେ ନାହିଁ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ। ହୀରାକୁଦ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ? କେମିତି ଭାଇରାଲ ହେଲା ଅପରେସନ ଗ୍ୟାଲେରୀର ଭିଡିଓ । ହୀରାକୁଦ ନିଷିଦ୍ଧାଞ୍ଚଳକୁ ଗଣମାଧ୍ଯମ ପ୍ରତିନିଧିଙ୍କୁ ମନା ହୋଇଛି। କେବଳ ଡ୍ରୋନ ଉଡି ନାହିଁ ବରଂ ବାହାର ବ୍ଯକ୍ତିବିଶେଷ ଅପରେସନ ଗ୍ଯାଲେରୀ ଭିତରକୁ ପଶି କ୍ରେନ ଭିତରେ ଫଟୋ ପୋଜ୍ ଦେଇଥିବା ଭିଡିଓ ବି ଭାଇରାଲ ହେଉଛି। ଗେଟ୍ ଖୋଲିବା ସମୟରେ ସବୁ ପ୍ରକାର ସୁରକ୍ଷା ବ୍ଯବସ୍ଥାକୁ ମୋଡି ମକଚି ଦେଇ ଅଣଅଧିକୃତ ବ୍ଯକ୍ତି ବିଶେଷ କେମିତି ଅପରେସନ ଗ୍ଯାଲେରୀରେ ପଶିଲେ ସେନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି।

Leave A Reply

Your email address will not be published.