ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

0

ଦକ୍ଷିଣ ବଙ୍ଗୋପସାଗର ରେ ସକ୍ରିୟ ରହିଛି ସଦୃଶ ଲଘୁଚାପ କ୍ଷେତ୍ର

ଭୁବନେଶ୍ବର: ଆଜି ସମଗ୍ର ଦେଶ ରୁ ବିଦାୟ ନେଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। କ୍ରମଶଃ ଉତ୍ତର ପୂର୍ବ ମୌସୁମୀ ବାୟୁ ଦେଶ ର ଦକ୍ଷିଣ ପୂର୍ବ ଭୂଖଣ୍ଡ ରେ ପ୍ରଭାବ ବିସ୍ତାର କରିବ। ଦକ୍ଷିଣ ବଙ୍ଗୋପସାଗର ର କେନ୍ଦ୍ରୀୟ ଭାଗ ରେ ଏକ ସଦୃଶ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି ଏହି କ୍ଷେତ୍ର ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ – ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ଅବପାତ ରେ ହୋଇ ପରବର୍ତ୍ତୀ ୨୪ ଘଣ୍ଟା ରେ ଉତ୍ତର ତାମିଲନାଡୁ – ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବ। ଏହି ସିଷ୍ଟମ୍ ପ୍ରଭାବ ରେ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ତାମିଲନାଡୁ, ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ରପ୍ରଦେଶ, କେରଳ, ଆଭ୍ୟନ୍ତର କର୍ଣ୍ଣାଟକ ର ବିଭିନ୍ନ ଅଞ୍ଚଳ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଓଡ଼ିଶା ରେ ଏହି ସିଷ୍ଟମ୍ ର ବିଶେଷ ପ୍ରଭାବ ପଡ଼ିବ ନାହିଁ ତେବେ ୧୭-୧୯ ତାରିଖ ମଧ୍ୟରେ ଦକ୍ଷିଣ ଓ ଉପକୂଳ, ଉତ୍ତର ଓଡ଼ିଶା ର ପାଗ କେତେକାଂଶ ରେ ମେଘାଚ୍ଛନ୍ନ ରହିବା ସହ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, ନବରଙ୍ଗପୁର, କଟକ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ବର ସ୍ଥାନେ ସ୍ଥାନେ ବିଜୁଳି ଘଡଘଡି ସହ ସ୍ୱଳ୍ପ ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

ସେହିପରି ଆସନ୍ତା ୨୧ ଅକ୍ଟୋବର ବେଳକୁ ଦକ୍ଷିଣ ଚୀନ ସାଗର ରୁ ଏକ ଦୁର୍ବଳ ସିଷ୍ଟମ୍ ର ଅବଶିଷ୍ଟ ଅଂଶ ଆଣ୍ଡମାନ ସାଗର ରେ ପ୍ରବେଶ କରିବାର ସମ୍ଭାବନା ରହିଛି ଫଳରେ ପରବର୍ତ୍ତୀ ୩-୪ ଦିନ ରେ ଏହା ଉତ୍ତର ଆଣ୍ଡମାନ ସାଗର ଓ ବଙ୍ଗୋପସାଗର ରେ ଲଘୁଚାପ କିମ୍ବା ଅବପାତ ରୂପ ନେଇପାରେ ବୋଲି କିଛି ମଡେଲ ସଂକେତ ଦେଉଛନ୍ତି।

Leave A Reply

Your email address will not be published.