ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ସୈଫ ଅଲୀ ଖାନଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ଗିରଫ

0

ମୁମ୍ବାଇ: ଅଭିନେତା ସୈଫ ଅଲ୍ଲି ଖାନ୍‌ଙ୍କୁ ଛୁରାମାଡ଼ ଘଟଣାରେ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରାଯାଇଛି। ସନ୍ଦିଗ୍ଧ ଯୁବକକୁ ମୁମ୍ବାଇ ପୋଲିସର ସ୍ପେଶାଲ ଟିମ ଗିରଫ କରିଛି। ବୁଧବାର ବିଳମ୍ବିତ ରାତିରେ ସୈଫଙ୍କ ଘରେ ପଶି ଅଭିଯୁକ୍ତ ଜଣକ ଛୁରା ମାଡ କରି ଫେରାର ହୋଇ ଯାଇଥିଲା। ବାନ୍ଦ୍ରା ପୋଲିସ ମାମଲାର ତଦନ୍ତ କରିଥିବା ବେଳେ ଶୁକ୍ରବାର ଅଭିଯୁକ୍ତକୁ ଗିରଫ କରିଛି। ଶୁକ୍ରବାର ସକାଳେ ସିସିଟିଭି ଫୁଟେଜରେ ଅଭିଯୁକ୍ତର ଚେହେରା ଦେଖିବାକୁ ମିଳିଥିଲା। ସିସିଟିଭି ଫୁଟେଜ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି।

ବୁଧବାର ରାତି ୨ଟା ୧୫ରେ ଜଣେ ବ୍ୟକ୍ତି ବାନ୍ଦ୍ରାରେ ଥିବା ‘ସତ୍‌ଗୁରୁ ଶରଣ’ ବିଲ୍ଡିଂର ସୈଫ୍‌ ପରିବାର ସହ ରହୁଥିବା ଫ୍ଲାଟ୍‌କୁ ଅନୁପ୍ରବେଶକରି ୬ ଥର ଛୁରାମାଡ଼ କରିଛନ୍ତି। ଏହି ଅତର୍କିତ ଆକ୍ରମଣରେ ସୈଫ୍‌ଙ୍କ ବେକ, ହାତ ଓ ମେରୁଦଣ୍ଡ ଉପରଭାଗରେ ଗଭୀର ଆଘାତ ଲାଗିଛି। ତେବେ ଲୀଲାବତୀ ହସ୍ପିଟାଲରେ ଜରୁରୀ ଅସ୍ତ୍ରୋପଚାର ପରେ ୫୪ ବର୍ଷୀୟ ଅଭିନେତା ବିପଦମୁକ୍ତ ଥିବା ଡାକ୍ତରୀ ଟିମ୍‌ ସୂଚନା ଦେଇଛି।

Leave A Reply

Your email address will not be published.