ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ପୋଲିସ ଇନଫର୍ମର ସନ୍ଦେହରେ ୨ ଯୁବକଙ୍କୁ ହତ୍ୟା

0

ଛତିଶଗଡ଼: ପୋଲିସ ଇନଫର୍ମର ସନ୍ଦେହରେ ୨ ଜଣ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି ମାଓବାଦୀ। ମାଲକାନାଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର ତରେମ ଥାନା ଅନ୍ତର୍ଗତବୁଦୁଗିଚେରୁ ଗ୍ରାମର କାରମ ରାଜୁ(୩୨) ଏବଂ ମାଡ଼ବି ମୁନ୍ନା(୨୭)ଙ୍କୁ ହତ୍ୟା କରିଛନ୍ତି ମାଓବାଦୀ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପୋଲିସ ଇନଫର୍ମର ସନ୍ଦେହରେ ଉଭୟଙ୍କୁ ଘରୁ ଅପହରଣ କରି ପ୍ରଥମେ ଜଙ୍ଗଲକୁ ନେଇଯାଇଥିଲେ ମାଓବାଦୀ। ପୋଲିସକୁ ଲଗାତାର ସୂଚନା ଦେଉଥିବା ଅଭିଯୋଗରେ ପ୍ରଥମେ ଉଭୟଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏମାନଙ୍କ ପାଇଁ ମାଓବାଦୀ ସଂଗଠନର ବହୁ କ୍ଷତି ହୋଇଥିବା କହି ଦୁଇ ଗ୍ରାମବାସୀଙ୍କୁ ମତ୍ୟୁ ଦଣ୍ଡ ଦେଇଥିଲେ। ଦୁହିଁଙ୍କୁ ହତ୍ୟା କରି ଗ୍ରାମରେ ଆଣି ଫିଙ୍ଗି ଦେଇ ଚାଲି ଯାଇଥିଲେ ମାଓବାଦୀ। ଆଜି ସକାଳେ ପରିବାର ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

ସେପଟେ ଆଜି ଓଡିଶା ସୀମାନ୍ତ ଛଡିଶଗଡର କାଙ୍କେର ଏବଂ ନାରାୟଣପୁର ଜିଲ୍ଲାରେ ଗୁଳିବିନିମୟରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ନେଇ ସୂଚନା ମିଳିଛି। ଘଟଣାସ୍ଥଳରୁ ଗୋଟିଏ ଏସଏଲଆର ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ।

Leave A Reply

Your email address will not be published.