ପ୍ରମୁଖ ଖବର

ଜମ୍ମୁ ବିମାନବନ୍ଦରରେ ରକେଟ୍‌ ଆକ୍ରମଣ, ୮ କ୍ଷେପଣାସ୍ତ୍ର ନଷ୍ଟ କଲା ଭାରତ
ମା’ ତାରାତାରିଣୀ ପୀଠର ବିକାଶ ପାଇଁ ୬୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱରରେ ହେବ ସାଇନ୍ସ ସିଟି
କେନ୍ଦ୍ର ସରକାରଙ୍କ କଡା ନିର୍ଦ୍ଦେଶ, ଓଟିଟି ପ୍ଲାଟଫର୍ମରୁ ହଟିବ ପାକିସ୍ତାନୀ କଣ୍ଟେଣ୍ଟ
ଭାରତର ୫ ରାଫେଲ ଖସାଇବା ମିଛ କହି ଲଜ୍ଜିତ ହେଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ
ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଉଡ଼ାଣ
ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍; ୬ମୃତ
ଓଡ଼ିଶା ଆସିବେନି ଶାହା, ସ୍ଥଗିତ ରହିଲା କାର୍ଯ୍ୟକ୍ରମ
ଓଡ଼ିଶା ଓ୍ବେବସାଇଟ୍‌କୁ ହ୍ୟାକ୍‌ କଲା ପାକିସ୍ତାନ

ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାର ସାକ୍ଷୀ ଦୁର୍ଘଟଣାରେ ଗୁରୁତର

0

ବେଲପାହାଡ଼: ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାର ସାକ୍ଷୀ ଦୁର୍ଘଟଣାରେ ଗୁରୁତର। ସାକ୍ଷୀ ମନୁ ପ୍ରସାଦ ଦୁର୍ଘଟଣାରେ ଗୁରୁତର। ଗୁରୁତର ଅବସ୍ଥାରେ ମନୁକୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ନା ହତ୍ୟା ଷଡଯନ୍ତ୍ର ସେ ନେଇ ଚର୍ଚ୍ଚା ବଢିଛି।
ସୂଚନା ଅନୁସାରେ, ବେଲପାହାଡ଼ ପୌର ପରିଷଦ ପାଖରେ ଆଜି ସକାଳେ ଦୁର୍ଘଟଣାର ଶିକାର ହୋଇଥିଲେ ମନୁ ପ୍ରସାଦ। ବାଇକ୍‌ରେ ଯିବା ବେଳେ ଏକ ବୋଲେରୋ ସହ ମୁହାଁମୁହିଁ ଧକ୍କା ହୋଇଥିଲେ ମନୁ। ଗରୁତର ଅବସ୍ଥାରେ ମନୁକୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ କରିଛି। ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସେନେଇ ଏଯାବତ ସ୍ପଷ୍ଟ ହୋଇନି।

ଅନ୍ୟପଟେ ନବ ଦାସ ହତ୍ୟା ମାମଲାରେ ଏବେ ତନାଘନା କରୁଛି ସିବିଆଇ। ନବ ଦାସ ହତ୍ୟାକାଣ୍ଡ ଘଟଣାରେ ସରକାର ସାନି ତଦନ୍ତ ନିର୍ଦ୍ଦେଶ ଦେବା ପରେ କ୍ରାଇମ୍‌ବ୍ରାଞ୍ଚ ନବଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଥିଲା। ପରେ ହସ୍ପିଟାଲ୍‌, ବିମାନବନ୍ଦର, ଓ କ୍ରାଇମ୍‌ସ୍ପଟ୍‌କୁ ଯାଇ ପଚରାଉଚରା କରିବା ସହ ତଦନ୍ତ ଆଗକୁ ବଢାଇଛି। ସାନି ତଦନ୍ତ ଆରମ୍ଭ ପରେ ମୋଟ ୧୨ ଜଣଙ୍କ ବୟାନ ରେକର୍ଡ କଲାଣି କ୍ରାଇମ୍‌ବ୍ରାଞ୍ଚ। ଆଉ ଏହାରି ଭିତରେ ସାକ୍ଷୀ ମନୁ ପ୍ରସାଦର ଦୁର୍ଘଟଣା ମାମଲାକୁ ଅନ୍ୟ ଦିଗକୁ ନେବାର ଆଶଙ୍କା କରାଯାଉଛି। ତେବେ ଏହା ବସ୍ତବରେ ସାଧାରଣ ଦୁର୍ଘଟଣା ନା ଆଉ କିଛି ସେ ନେଇ ଆଶଙ୍କା ପ୍ରକାଶ ପାଇଥିବା ବେଳେ ଏହା ଏକ ଷଡଯନ୍ତ୍ର ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।

Leave A Reply

Your email address will not be published.