ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ବଲାଙ୍ଗୀର ପାଟଣେଶ୍ବରୀଙ୍କ ପାଖରେ ଖଣ୍ଡା ପୂଜା କାହିଁକି?

0

ଆଜି ଷୋଳ ପୂଜାର ଏକାଦଶ ଦିବସ, ନବରାତ୍ର ଉପବାସ କରି ଭକ୍ତ ଡାକୁଛନ୍ତି ମାଆଙ୍କୁ

ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ରହିଛି ଦେବୀ ପାଟଣେଶ୍ୱରୀଙ୍କ ମନ୍ଦିର। କିମ୍ୱଦନ୍ତୀ କହେ, ପାଟଣାଗଡରେ ପ୍ରଥମେ କାମଚଣ୍ଡୀଙ୍କୁ ସ୍ଥାପନା କରାଯାଇଥିଲା। କଳିଙ୍ଗ ବିଜୟ କରି ମାଧବ ଚନ୍ଦ୍ର ଦେବ ପତ୍ତନ ରାଜ୍ୟ ସ୍ଥାପନ କରିଥିଲେ। ପରେ ଦେବୀଙ୍କୁ ପତ୍ତନେଶ୍ବରୀ ଭାବେ ପୂଜା କରାଯାଉଥିଲା।କାଳକ୍ରମେ ପତ୍ତନ ପାଟଣାର ରୂପ ନେଲା ଓ  ଦେବୀ ପାଟଣେଶ୍ୱରୀ ଭାବେ ପରିଚିତ ହେଲେ।

ସେପଟେ ମାଧବ ଚନ୍ଦ୍ର ଦେବଙ୍କ ବଂଶ ଏକ ସମୟରେ ଅପୁତ୍ରିକ ରହିବାରୁ ଏକ ସୁନା ଲେମ୍ବୁକୁ ପ୍ରତୀକ ରୂପେ ନେଇ ସାତଜଣ ମଲ୍ଲ ରାଜ କାର୍ଯ୍ୟ ପରିଚାଳନା କରୁଥିଲେ। ଚୌହାନ ବଂଶର ରାଜା ରମାଇ ଦେବ ଏହି ମଲ୍ଲମାନଙ୍କୁ ହତ୍ୟା କରି ପାଟଣା ସିଂହାସନ ଦଖଲ କରିଥିଲେ। ବର୍ତ୍ତମାନର ବଲାଙ୍ଗୀର ରାଜା ପରିବାର ରମାଇ ଦେବଙ୍କ ବଂଶଜ।

ବର୍ଷସାରା ମାଆ ପାଟଣେଶ୍ୱରୀଙ୍କ ବିଭିନ୍ନ ପୂଜା ହେଉଥିଲେ ହେଁ ଆଶ୍ୱିନରେ ମାଆଙ୍କ ମୁଖ୍ୟ ପୂଜା ହୋଇଥାଏ। କୃଷ୍ଣପକ୍ଷ ଅଷ୍ଟମୀରୁ ଶୁକ୍ଲପକ୍ଷ ଅଷ୍ଟମୀ ପର୍ଯ୍ୟନ୍ତ ଷୋଳ ପୂଜା ହୋଇଥାଏ। ଏଥିରେ ରମାଇ ଦେବ ଯେଉଁ ଖଣ୍ଡାରେ ମଲ୍ଲମାନଙ୍କୁ ହତ୍ୟା କରିଥିଲେ, ସେ ଖଣ୍ଡାକୁ ମଧ୍ୟ ପୂଜା କରାଯାଏ। 

ଅନନ୍ତ ବର୍ମା ରାଜା ଥିବା ବେଳେ ମାଆ ପାଟଣେଶ୍ୱରୀଙ୍କ ପ୍ରସିଦ୍ଧ ବଏଲ ଯାତ୍ରା ଆରମ୍ଭ ହୋଇଥିଲା। ଆଶ୍ୱିନ ଶୁକ୍ଲପକ୍ଷ ନବମୀ ଦିନ ବରୁଆ (ମଣିଷ) ଦେହରେ ମାଆ ସବାର ହୁଅନ୍ତି ଓ ନଗର ପରିକ୍ରମା କରି ଭକ୍ତଙ୍କୁ ଦର୍ଶନ ଦିଅନ୍ତି ବୋଲି କୁହାଯାଏ। ଏହି ବଏଲ ଯାତ୍ରା ପୂର୍ବରୁ କୁଆଁରି ବସା ନାମକ ଏକ ବିଧି ମଧ୍ୟ ଅନୁଷ୍ଠିତ ହୋଇଥାଏ। କୁଆଁରି ବସା କାର୍ଯ୍ୟକ୍ରମ ମହାଳୟାରୁ ପଞ୍ଚମୀ ଯାଏ ଅନୁଷ୍ଠିତ ହୁଏ। ନଗର ପରିକ୍ରମା ପୂର୍ବରୁ ଦେବୀ ରମାଇ ଖଣ୍ଡା ଦ୍ୱାରା ମଲ୍ଲମାନଙ୍କ ସମାଧିରେ ଆଘାତ କରିବାର ପରମ୍ପରା ଏଠାରେ ଅଛି । 

Leave A Reply

Your email address will not be published.