ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ଆର୍ୟନଙ୍କୁ ମିଳିବ କି ବେଲ? ଆଜି ଶୁଣାଣି

0

ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଜେଲରେ ଅଛନ୍ତି। ଆଜି ତାଙ୍କ ଜାମିନ ଆବେଦନର ଶୁଣାଣି ହେବ। ମୁମ୍ବାଇ ସେସନ୍ସ କୋର୍ଟ ମାମଲାର ଶୁଣାଣି କରିବେ। ଦିନ ୨ଟା ୪୫ରେ ମାମଲା ଶୁଣାଣି କରାଯିବ। ଅପରାହ୍ନରେ ହିଁ ଜଣାପଡିବ ଯେ କୋର୍ଟ ଆର୍ୟନଙ୍କ ଜାମିନ ଦେବେ ନା ସେ ଜେଲରେ ରହିବେ।

ଗତ ୧୧ ତାରିଖରେ ଆର୍ୟନଙ୍କ ଓକିଲ ସତୀର ମାନସିନ୍ଦେ ସ୍ୱତନ୍ତ୍ର ଏନଡିପିସି କୋର୍ଟରେ ଜାମିନ ଆବେଦନ କରିଥିଲେ। ତେବେ ଆଜିକୁ ଜାମିନ ଆବେଦନର ଶୁଣାଣି ଘୁଞ୍ଚାଇ ଦିଆଯାଇଥିଲା। ନିମ୍ନକୋର୍ଟରେ ଜାମିନ ଖାରଜ ହୋଇସାରିଛି। ଏହା ସହ ଅରବାଜ ମରଚା ଓ ମୁନମୁନ ଧମେଚାଙ୍କ ମଧ୍ୟ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଥିଲା। ସେପଟେ ଆଜି ଏନସିବି କୋର୍ଟରେ ତାର ଜବାବ ଦାଖଲ କରିବ।

ଅକ୍ଟୋବର ୨ ତାରିଖରେ ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟିରୁ ଆର୍ୟନଙ୍କୁ ଧରିଥିଲା ଏନସିବି। ଆର୍ୟନଙ୍କ ସହ ଅନ୍ୟ ୮ ଜଣଙ୍କୁ ଧରି ପଚରାଉଚରା ପରେ ଗିରଫ କରାଯାଇଥିଲା। ଏହା ପରେ ସମସ୍ତ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଦିଆଯାଇଥିଲା। ଏବେ ଆର୍ୟନ ଆର୍ଥର ରୋଡ ଜେଲରେ ଅଛନ୍ତି। ତାଙ୍କ ହ୍ୱାଟସ ଆପ ଚାଟରୁ ବହୁ ଗୁରତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଆର୍ୟନଙ୍କ ଡ୍ରଗ୍ସ ପ୍ୟାଡେଲରଙ୍କ ଯୋଗଯୋଗରେ ଥିବା ହ୍ୱାଟସ ଆପ ଚାଟ୍‌ରୁ ଜଣାପଡିଛି।

ଆର୍ୟନଙ୍କ ବିରୋଧରେ ଏନଡିପିସି ଆକ୍ଟର ୮ (ସି). ୨୦(ବି) ୨୭, ୨୮, ୨୯ ଏବଂ ୩୫ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି। ଏବେ ସୁଦ୍ଧା ଆର୍ୟନଙ୍କ ସମେତ ୨୦ ଜଣଙ୍କୁ ଗିରଫ କରିସାରିଛି। ଏଥିରେ ୨ ଜଣ ବିଦେଶୀ ନାଗରିକ ଅଛନ୍ତି। ତେବେ ଆଜି କୋର୍ଟ ଆର୍ୟନଙ୍କୁ ଜାମିନ ଦେଉଛନ୍ତି କି ନାହିଁ ତା ଉପରେ ନଜର।

Leave A Reply

Your email address will not be published.