ପ୍ରମୁଖ ଖବର

ଗଜପତି: ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ
ଏପ୍ରିଲ୍‌ ୧୫ ମଙ୍ଗଳବାର ଠାରୁ, ଓଡ଼ିଶାର ଉପକୂଳରେ ବାର୍ଷିକ ୬୦ ଦିନିଆ ଅର୍ଥାତ୍ ୨ ମାସିଆ ମାଛ ଧରିବା ନିଷେଧ
ଓଡ଼ିଶାର କାଗଜବିହୀନ ବିଧାନସଭା ପ୍ରକ୍ରିୟା ଅଧ୍ୟୟନ କରିବା ପାଇଁ ଦିଲ୍ଲୀ ବାଚସ୍ପତି ଭୁବନେଶ୍ୱର ଆସିବେ
ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ
ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ
ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ,ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ

ନିଜ ରେକର୍ଡ ନିଜେ ଭାଙ୍ଗୁଛନ୍ତି, ପୂରା ଲଗାମଛଡା

0

ଭୁବନେଶ୍ବର: ଦେଶରେ ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଯାଉଛି ପେଟ୍ରୋଲ ଓ ଡିଜେଲ ଦର। ଦୁଇ ଦିନ ପରେ ଆଜି ପୁଣି ବଢିଛି ତୈଳ ଦର। ଲଗାତର ୭ ଦିନ ଦର ବଢିବା ପରେ ଦୁଇ ଦିନ ମଙ୍ଗଳବାର ଓ ବୁଧବାର ତୈଳ ଦର ସ୍ଥିର ରହିଥିଲା। ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୩୬ ପଇସା ଓ ୩୯ ପଇସା ବଢିଛି। ମୁମ୍ବାଇରେ ପେଟୋଲ ଦର ୧୧୧ ଟଙ୍କାରେ ପହଞ୍ଚିଥିବାକୁ ଯାଉଛି ଏବଂ ତା’ ପଛକୁ ଡିଜେଲ ମଧ୍ୟ ଶତକ ପାର କରିଛି। ତୈଳ ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ କ୍ରମଶଃ ବହୁଗୁଣିତ ହେଲାଣି। ସବୁ ରାଜନୈତିକ ଦଳ ନିର୍ଦ୍ଦୟଙ୍କ ଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି। ସାଧାରଣ ଲୋକଙ୍କ ସମସ୍ୟା ସହିତ ସେମାନଙ୍କର ଯେମିତି ଆଦୌ ସଂପୃକ୍ତି ନାହିଁ।

ଦିନକୁ ଦିନ ହୁ ହୁ ବଢିଚାଲିଛି ତୈଳ ଦର। ଉଭୟ ପେଟ୍ରୋଲ ଓ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିଲାଣି ପ୍ରତ୍ୟେକ ଦିନ ଲିଟର ପ୍ରତି କିଛି ଶିଳ୍କ ବୃଦ୍ଧି କରୁଛନ୍ତି ତୈଳ କମ୍ପାନି। ଅକ୍ଟୋବରରେ ପେଟ୍ରୋଲ ଓ ଡିଜେଲ ଦର ନିତି ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।ବାରମ୍ବାର ତୈଳ ବୃଦ୍ଧି ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଖାଉଟି। ଗୋଟିଏ ପଟେ କରୋନାରେ ଅନେକ ଲୋକ ଜୀବିକା ହରାଇଛନ୍ତି ଆଉ ଏହି ସମୟରେ ବାରମ୍ବାର ଏମିତି ତେଲ ଦର ବଢୁଥିବା କାରଣରୁ ସ୍ଥିତି ଗମ୍ଭୀର ହେଲାଣି।

ସୂଚନା ଅନୁସାରେ ଗତବର୍ଷ ବିଶ୍ୱସ୍ତରରେ ଅଶୋଧିତ ତୈଳ ଦର ମୂଲ୍ୟରେ ତୀବ୍ର ହ୍ରାସ ହୋଇଥିବା କାରଣରୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି। ଏବେ ଦେଶର ପ୍ରାୟ ସବୁ ରାଜ୍ୟରେ ପେଟ୍ରୋଲ ଦର ଶତକ ପାର କରିଥିବା ବେଳେ ଲୋକଙ୍କ ପକେଟରେ ନିଆଁ ଲାଗିବା ଭଳି ସ୍ଥିତି ହେଲାଣି। ଦେଶର କିଛି ସହରରେ ପେଟ୍ରୋଲ ଦର ୧୧୦ ଟଙ୍କାରେ ମଧ୍ୟ ପହଞ୍ଚି ସାରିଲାଣି। ରାଜ୍ୟ ତଥା ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ଟିକସ ଓ ପରିବହନ ମୂଲ୍ୟ ହେତୁ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପାର୍ଥକ୍ୟ ହୋଇଥାଏ। ଏହା ସତ୍ତ୍ବେ ନିଜେ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ରେକର୍ଡ କରୁଛନ୍ତି ଓ ତା’ ପରଦିନ ଭାଙ୍ଗୁଛନ୍ତି।

Leave A Reply

Your email address will not be published.