ପ୍ରମୁଖ ଖବର

ପାଟଣାଗଡ଼ ପାର୍ସଲ ବୋମା ମାମଲା: ପୁଞ୍ଜିଲାଲ୍ ଦୋଷୀ, ମରିବା ଯାଏଁ ଜେଲ୍‌, ୧.୪ ଲକ୍ଷ ଟଙ୍କା ଜରିମାନା
ପୁରୀରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ; ବିକଶିତ କୃଷି ସଂକଳ୍ପ ଅଭିଯାନରେ ହେବେ ସାମିଲ
ଧାନର ଏମଏସ୍‌ପି ୬୯ ଟଙ୍କା ବଢ଼ାଇଲେ କେନ୍ଦ୍ର ସରକାର
ଓଡ଼ିଶାରୁ ଚିହ୍ନଟ ହେଲେ ଆଉ ୫ କରୋନା ଆକ୍ରାନ୍ତ: ୫ ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ ଭୁବନେଶ୍ୱରର ଓ ଜଣେ ଖୋର୍ଦ୍ଧା ଅଞ୍ଚଳର, ସଂକ୍ରମିତ ୫ ଜଣଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ଜଣେ ମହିଳା।
ପୁଣି ଜଣକୁ ଦଳିଦେଲା ଆମ ବସ୍‌: ଖଣ୍ଡଗିରିରେ ରାସ୍ତାରୋକ ଭାଙ୍ଗିଦେଲେ ୮ ବସ୍‌
କ୍ୟାବିନେଟ ବୈଠକରେ ୫ ପ୍ରସ୍ତାବକୁ ମୋହର; ବେସାମରିକ ସେବାରେ ବୟସ ସୀମା ୪୨କୁ ବୃଦ୍ଧି
ପ୍ରବଳ ବର୍ଷା ନେଇ ଆଲର୍ଟ; ଆଜି ୪ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ
ଆଜି ୪ ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ: ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି

କୁହାଯାଏ, ମାଆଙ୍କ ଲାଗି ରାଜ୍ୟ ଫେରିପାଇଥିଲେ ରାଜା

0

ଭୁବନେଶ୍ୱର: ଖୋର୍ଦ୍ଧା ନୟାଗଡ ଓ ଖୋର୍ଦ୍ଧା ଟାଙ୍ଗୀ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ସୁନାଖଳାଠାରୁ ରାଜ-ରଣପୁର ଦେଇ ଚାନ୍ଦପୁର ମଧ୍ୟରେ ଗୋପାଳପୁର ଠାରୁ ପଶ୍ଚିମକୁ ମଝିିଁଆଖଣ୍ଡ,ଭେଟବର ଆଗକୁ ଜଙ୍ଗଲ ରାସ୍ତାରେ ପ୍ରାୟ ୨୦ କିଲୋମିଟର ପରେ ପଡେ ପ୍ରାକୃତିକ ଶୋଭା ବିମଣ୍ଡିତ ରାଆଁଳର ମାଆ ଖିଲାମୁଣ୍ଡାଙ୍କ ପୀଠ। ଇନ୍ଦ୍ରାବତୀ ନଦୀକୂଳର ଏକ ପୁରାତନ ଆମ୍ବବୃକ୍ଷ ନିକଟରେ ଛୋଟ ଏକ ମନ୍ଦିର ମଧ୍ୟରେ ବିରାଜିତା ତ୍ରିମୂର୍ତ୍ତିି ରୂପଧାରିଣୀ ମାଆ। ମାଆଙ୍କ ଆବିର୍ଭାବ ନେଇ ଭିନ୍ନ ମତ ରହିଛି।

ଗୋଟିଏ ମତ ହେଉଛି, ଖିଲାରମୁଣ୍ଡା ନାମକ ଜଣେ ପରୋପକାରୀ ତାନ୍ତ୍ରିକ ଥିଲେ। ମାଆଙ୍କ କରୁଣାରୁ ତନ୍ତ୍ର ବଳରେ ଅସାଧ୍ୟ ସାଧନ କରିପାରୁଥିଲେ। ତାଙ୍କରି ଚେଷ୍ଟାରୁ ସେଠାକାର ଅଧିବାସୀମାନେ ନିର୍ଭୟରେ କାଳିତପାତ କରୁଥିଲେ।। ସେହି ତାନ୍ତ୍ରିକଙ୍କ ମୃତ୍ୟୁ ପରେ ତାଙ୍କ ଶବକୁ କବର ଦେଇ ସେ ସ୍ଥାନରେ କାଠର ଏକ କିଳା ପୋତି ଅନୁଗତମାନେ ପୂଜା କରିବାକୁ ଲାଗିଲେ। କାଳକ୍ରମେ ସେ ସ୍ଥାନ ଖିଲାରମୁଣ୍ଡାରୁ ଖିଲାମୁଣ୍ଡା ହୋଇଅଛି।

ମାଆ ଖିଲାମୁଣ୍ଡା ଅଭୟ ଦାୟିନୀ,ଭକ୍ତ କଷ୍ଟ ନିବାରିଣୀ,ସଂକଟ ହାରିଣୀ। ସେଠାକାର ଅଧିବାସୀଙ୍କ ମତରେ ମାଆଙ୍କ ନାମ ସ୍ମରଣରେ ବାଘର ବି ପାଟି ପଡିଯାଏ। ରୋଗ ଆକ୍ରମଣ କରେନାହିଁ। ଚୋର ତସ୍କର ଭୂତପ୍ରେତ ଭୟ ଦୂରୀଭୂତ ହୁଏ। ଖାଲରେ ପଡିଥିବା ଶଗଡ ଅକ୍ଲେଶରେ ଉଠିଯାଏ।

ମାଆଙ୍କ କରୁଣାରୁ ରଣପୁର ରାଜା ନାରାୟଣ ନରେନ୍ଦ୍ର ନିଜ ରାଜ୍ୟ ଫେରିପାଇଥିବାରୁ ଆଶ୍ୱିନ ମାସ ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ୧୬ ପୂଜାକୁ ନିମନ୍ତ୍ରଣ କରି ଆଣିଲେ। ଏହି ପ୍ରଥା ଅଦ୍ୟାବଧି ପ୍ରଚଳିତ ହେଉଛି। ଦଶହରା ପର୍ଯ୍ୟନ୍ତ ଦୈନିକ ବନଦୁର୍ଗା ମନ୍ତ୍ରରେ ମାଆଙ୍କ ଭୋଗ ଲାଗିହୁଏ। ସଂଧ୍ୟାରେ ରାଜପୁରୋଧାଙ୍କ ଦ୍ୱାରା ଷୋଡଶ ଉପଚାର ନୀତିପରେ ମାଆଙ୍କ ପ୍ରତ୍ୟାବର୍ତ୍ତନ ଉତ୍ସବ ପାଳନ କରାଯାଏ।

ରଣପୁରର ଉତ୍ତର ଦିଗରେ ଥିବା ଏକ ନିର୍ଦିଷ୍ଟ ସ୍ଥାନରେ ପୂଜାର୍ଚ୍ଚନା ପରେ ରାଜା ମାଆଙ୍କ ଚରଣ ବନ୍ଦନା କରିଥାନ୍ତି। ରାଜା ଅସ୍ତ୍ରଚାଳନା ଅନୁକୂଳ କରନ୍ତି।ତୋପଧ୍ୱନି ମାଆଙ୍କୁ ବିଦାୟ ସମ୍ୱର୍ଦ୍ଧନା ଜଣାଏ। ସଂକଟନାଶିନୀ ମାଆଙ୍କର ଆଶିଷ ଟିକିଏ ପାଇବା ପାଇଁ ଅପେକ୍ଷା କରିଥାଆନ୍ତି ମାଆଙ୍କର ପୁନରାଗମନକୁ।

Leave A Reply

Your email address will not be published.