ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ଯେବେ ଆର୍ୟନ ଓ ଅନନ୍ୟାଙ୍କ ଡେଟିଂକୁ ନେଇ ହୋଇଥିଲା ଚର୍ଚ୍ଚା

0

ଡ୍ରଗ୍ସ ମାମଲାକୁ ନେଇ ଉଠୁଛି ପଡୁଛି ବଲିଉଡ଼ । ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଗିରଫ ହେବା ପରେ ଏବେ ଏନସିବି ଟାର୍ଗେଟରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଦୁଇ ଜଣ ଡ୍ରଗ୍ସ ମାମଲାରେ ଏବେ ଏନସିବି ରାଡାରରେ ଅଛନ୍ତି । ଆର୍ୟନ ଖାନ ଜେଲରେ ଥିବା ବେଳେ ଅନନ୍ୟା ପାଣ୍ଡେଙ୍କୁ ପଚରାଉଚରା କରୁଛି ଏନସିବି । ଗତ ଦୁଇ ଦିନରେ ଅନନ୍ୟାଙ୍କୁ ଏନସିବି ୬ ଘଣ୍ଟା ଜେରା କରିସାରିଥିବା ବେଳେ ସୋମବାର ପୁଣି ଥର ପଚରାଉଚରା ପାଇଁ ହାଜର ହେବାକୁ କୁହାଯାଇଛି ।

୨୦୧୯ରୁ ଆର୍ୟନ ଓ ଅନନ୍ୟା ଡେଟିଂ କରୁଥିବା ଖବର ଆସିଥିଲା । ଉଭୟ ପରସ୍ପରର ଘନିଷ୍ଠ ବନ୍ଧୁ । ଏବଂ ଅନେକ ପାର୍ଟିରେ ମଧ୍ୟ ଏକାଠି ଦେଖିବାକୁ ମିଳିଥାଏ । ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ହେଉଛନ୍ତି ଶାହାରୁଖଙ୍କ ଝିଅ ସୁହାନାଙ୍କ ସାଙ୍ଗ । ତେଣୁ ଯେବେବି ଅନନ୍ୟା ଖାନ ପରିବାରଙ୍କ ସହ ଦେଖାକରିବାକୁ ଯାଉଥିଲେ, ଅନେକ ଥର ସୁହାନାଙ୍କ ସହ ଆର୍ୟନ ଓ ଅନନ୍ୟାଙ୍କୁ ପାର୍ଟି କରୁଥିବାର ଦେଖିବାକୁ ମିଳିଥାନ୍ତି । ଅନନ୍ୟା ପାଣ୍ଡେ ଏକ ସାକ୍ଷାତକାରରେ ମଧ୍ୟ କହିଥିଲେ ଯେ, ସେ ଆର୍ୟନଙ୍କୁ ଜଣେ ଅଭିନେତା ଭାବେ ପରଦାରେ ଦେଖିବାକୁ ଚାହୁଁଛନ୍ତି ।

ଫିଲ୍ମରେ ‘ଦି ଲାଅନ କିଙ୍ଗ’ରେ ସିମ୍ବାର ସ୍ୱର ଦେଇଥିଲେ ଆର୍ୟନ ଖାନ । ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ନୋଟିସ ପରେ ଆର୍ୟନ ଖାନଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଅନେକ କଥା ଉଠିଲାଣି । ଏନସିବି ଦୁହିଁଙ୍କ ଭିତରେ ଥିବା ସଂପର୍କ ଓ ଡ୍ରଗ୍ସ କାରବାର ଥିଲା କି ନାହିଁ ସେ ନେଇ ଖୋଳତାଡ଼ ଆରମ୍ଭ କରିଦେଇଛି । ଯେଉଁ ଚାଟ୍‌କୁ ନେଇ ଅନନ୍ୟା ପାଣ୍ଡେଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଇଛି, ତାକୁ ନେଇ ଚର୍ଚ୍ଚା ଜୋର ଧରିବାର ଲାଗିଛି ।

ଏପରିକି ଚାଟ୍ରୁ ୨୦୧୮-୧୯ରେ ଗଞ୍ଜେଇ ସେବନ ନେଇ ଦୁହିଁଙ୍କ ଭିତରେ ଆଲୋଚନା ହୋଇଥିବା ଜଣାପଡିଛି । ଆର୍ୟନଙ୍କ ସହ ଅନନ୍ୟାଙ୍କ ଚାଟ୍ ଆସିବା ପରେ ତାଙ୍କୁ ଘନଘନ ଜେରା କରୁଛି ଏନସିବି । ଗତ ଦୁଇ ଦିନରେ ଡ୍ରଗ୍ସ କାରବାର ନେଇ ତାଙ୍କୁ ପଚରାଉଚରା କରାଯାଇଛି । ହେଲେ ଡ୍ରଗ୍ସ ନେଉଥିବା ନେଇ ସେ ସଂପୂର୍ଣ୍ଣ ମନା କରିଦେଇଛନ୍ତି । ଏବେ ପୁଣି ସୋମବାର ତାଙ୍କୁ ଜେରା କରାଯିବ । ଆରମ୍ଭରୁ ହିଁ ଅନନ୍ୟାଙ୍କ ଫୋନ ଓ ଲାପଟପ ଏନସିବି ପାଖରେ ରହିଛି ।

Leave A Reply

Your email address will not be published.