ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

0

ପୁଣି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ । ଜମ୍ମୁ କାଶ୍ମୀର ପୁଞ୍ଝରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଗୁଳିମାଡ଼ରେ ୩ ଜଣ ଯବାନ ଆହତ ହୋଇଥିବା ଜଣାପଡିଛି । ଜଣେ ଲସ୍କର ଆତଙ୍କୀ ବି ଗୁରୁତର ହୋଇଛି । ଏବେ ବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ସଫା ଅଭିଯାନ ଚାଲିଥିବା ବେଳେ ପୁଞ୍ଝରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲ । । ଯେଉଁଠି ଆତଙ୍କୀ ଲୁଚି ରହିଥିଲେ ସେହିଠାରେ ସର୍ଚ୍ଚ ଅପରେସନ ଚାଲିଥିଲା । ହେଲେ ସର୍ଚ୍ଚ ଅପରେସନ ସମୟରେ ହଠାତ ଲୁଚିରହିଥିବା ଆତଙ୍କୀମାନେ ପୁଲିସ ଓ ଯବାନଙ୍କ ଉପରେ ଗୁଳିମାଡ଼ କରିଥିଲେ । ସେନା ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ କରାଯାଇଛି । ଗୁଳିମାଡ଼ରେ ୩ ଯବାନ ଆହତ ହୋଇଥିବା ନେଇ ସୂଚନା ରହିଛି ।

ଜମ୍ମୁ କାଶ୍ମୀରରେ ଗତ କିଛି ଦିନ ହେବ ଆତଙ୍କୀ କାର୍ଯ୍ୟକଳାପ ବଢିବାରେ ଲାଗିଛି । ତେଣୁ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ଗତ ୨ ସପ୍ତାହ ଭିତରେ ଜମ୍ମ କାଶ୍ମୀରହର ସେନା ଗୁଳିରେ ୧୫ ଆତଙ୍କବାଦୀ ନିହତ ହୋଇଛନ୍ତି । ସେହପରି ଆତଙ୍କୀଙ୍କ ଆକ୍ରମଣରେ ୧୧ରୁ ଅଧିକ ସାଧାରଣ ଲୋକ ଓ ୫ରୁ ଅଧିକ ଯବାନ ସହିଦ ହୋଇଛନ୍ତି । ସାଧାରଣ ଲୋକଙ୍କୁ ଟାର୍ଗେଟ କରି ହତ୍ୟା କରୁଛନ୍ତି ଆତଙ୍କବାଦୀ । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଏବେ ଜମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି । ୩ ଦିନିଆ ଗସ୍ତରେ ଶାହା ଯାଇଥିବା ବେଳେ ଶନିବାର ଶ୍ରୀନଗରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଶାହା କହିଛନ୍ତି, କାଶ୍ମୀରରେ ଶାନ୍ତି ଫେରାଇ ଆଣିବାରେ କେହି ବ୍ୟାଘତ ସୃଷ୍ଟି କରିପାରିବେ ନାହିଁ ।

Leave A Reply

Your email address will not be published.