ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ସିଆରପିଏଫ କ୍ୟାମ୍ପରେ ରାତି କାଟିଲେ ଶାହା

0

ସିଆରପିଏଫ କ୍ୟାମ୍ପରେ ରାତି କାଟିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ଶାହା ତିନିଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଥିବା ବେଳେ ପୁଲୱାମା ଲେଥପୁରା ରିଜର୍ଭ ପୁଲିସ କ୍ୟାମ୍ପରେ ସୋମବାର ରାତି ବିତାଇଛନ୍ତି । ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ୨୦୧୯ରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀଙ୍କ ଦ୍ୱାରା ଆକ୍ରମଣରେ ୪୦ରୁ ଅଧିକ ଯବାନ ସହିଦ ହୋଇଥିଲେ । କେବେଳ ଏତିକି ନୁହେଁ ଶ୍ରୀନଗର ଏକ ରାଲିରେ ଭାଷଣ ଦେବା ପୂର୍ବରୁ ଶାହା ବୁଲେଟପ୍ରୁଫ୍ କାଚ କାଢିଦେଇଥିଲେ । ଆଉ ବିନା ସୁରକ୍ଷାରେ ଅଭିଭାଷଣ ରଖିଥିଲେ ।

ହୃଦୟରୁ ଭୟ ଦୂର କରିବାକୁ ଶାହା ଲୋକଙ୍କୁ କହିଥିଲେ । ଆତଙ୍କବାଦ ମାନବିକତା ବିରୋଧରେ ଏବଂ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ। ସୋମବାର ସିଆରପିଏଫ ଶିବିରରେ ଥିବା ଯବାନ ମାନଙ୍କୁ ସମ୍ବୋଧିତ କରି ଶାହା କହିଥିଲେ, ଆତଙ୍କବାଦକୁ ନେଇ ମୋଦୀ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ରହିଛି । ଦେଶର ସୁରକ୍ଷା ସହ ଆପୋଷ ବୁଝାମଣା କରାଯିବ ନାହିଁ । ଗୃହମନ୍ତ୍ରୀ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବା ପାଇଁ ଓ ଯବାନଙ୍କ ମନୋବଳ ବଢାଇବାକୁ ସିଆରପିଏଫ କ୍ୟାମ୍ପରେ ରାତି କାଟିଥିଲେ । ସେହିପରି ବିନା ସୁରକ୍ଷାରେ ଶ୍ରୀନଗରରୁ ପ୍ରାୟ ୨୦ କିଲୋମିଟର ଯାତ୍ରା କରି ପୁଲୱାମା ଲେଥପୁରା ସିଆରପିଏଫ କ୍ୟାମ୍ପକୁ ଯାଇଥିଲେ । ଯାହା ଆତଙ୍କବାଦୀଙ୍କ ପାଇଁ ଏକ କଡ଼ା ସନ୍ଦେଶ ଥିଲା ।

ଅମିତ ଶାହା ଯବାନଙ୍କ ସହ ଆଲୋଚନା କରିବା ସହ ତାଙ୍କ ସହ ଭୋଜନ ମଧ୍ୟ କରିଥିଲେ । ଏହି ସମୟରେ ସେ ଯବାନଙ୍କ ମନୋବଳ ବଢାଇଥିଲେ ଓ ତାଙ୍କ ସାହାସ ପାଇଁ ପ୍ରଶଂସା କରିଥିଲେ ।ଯବାନ ମାନେ ଶାହାଙ୍କ ଗସ୍ତକୁ ଏକ ସ୍ମରଣୀୟ ମୂହୁର୍ତ୍ତ ଭାବରେ ଗ୍ରହଣ କରିଥିଲେ । ଯବାନ ମାନେ କହିଛନ୍ତି, ଶାହା ସିଆରପିଏଫ କ୍ୟାମ୍ପରେ ରହିବା ଓ ତାଙ୍କ ସହ ଏକାଠି ଭୋଜନ କରିବା ତାଙ୍କ ପାଇଁ ଗର୍ବର ବିଷୟ ।

Leave A Reply

Your email address will not be published.