ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ବାବୁ ଫିଙ୍ଗିଦେଲେ ବିଡ଼ାବିଡ଼ା ଟଙ୍କା!

0

ମଙ୍ଗଳବାର ଜଣେ ସରକାରୀ ବାବୁଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଯାହାଙ୍କର ସମ୍ପତ୍ତି ଦେଖିଲେ ଆପଣଙ୍କ ହୋସ ଉଡିଯିବ । କୁବେର ସରକାରୀ ବାବୁଙ୍କର ରହିଛି କୋଟି କୋଟି ସମ୍ପତ୍ତି । ଏପରିକି ଭିଜିଲାନ୍ସ ଭୟରେ ଚଢାଉ ବେଳେ ବାବୁ ଜଣକ ଛାତ ଉପରକୁ ଯାଇ ବିଡା ବିଡା ଟଙ୍କା ଫୋପାଡିଦେଇଥିଲେ । ଯାହା ଭିଜିଲାନ୍ସ ହାତରେ ଲାଗିଛି ।

ଭିଜିଲାନ୍ସ ଜାଲରେ ଓଡିଶା ପୁଲିସ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପ୍ରତାପଙ୍କ ବାସଭବନ ସମେତ ଏକକାଳୀନ ୧୦ଟି ଯାଗାରେ ରେଡ କରିଛି । ତେବେ ଚଢାଉ ବେଳେ ଏତେ ପରିମାଣର ସମ୍ପତ୍ତି ଓ ଟଙ୍କା ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଯାଇଛନ୍ତି । ଭିଜିଲାନ୍ସ ପ୍ରତାପଙ୍କ ଘରୁ ନଗଦ ୩୮ଲକ୍ଷ ଟଙ୍କା ଜବତ କରିଛି । ତେବେ ଭିଜିଲାନ୍ସ ରେଡ୍ କରିବା ଖବର ଶୁଣି ଭୟରେ ବାବୁ ଜଣକ ଏକ ପେଟିରେ ଟଙ୍କା ଭତ୍ତିର୍ କରି ଘରର ଛାତ ଉପରକୁ ଯାଇ ପ୍ରାୟ ୨୦ ଲକ୍ଷ ଟଙ୍କା ଫୋପାଡିଦେଇଥିଲେ ।

ପ୍ରତାପଙ୍କ କେବେଳ ଗୋଟିଏ ଘର ନାହିଁ, ତାଙ୍କର ସମ୍ପତ୍ତି ତାଲିକା ଦେଖିଲେ ଯାହାର ବି ହେଲେ ଆଖି ଲାଖି ଯିବ । ପ୍ରତାପଙ୍କ ରହିଛି ୨୫ଟି ସ୍ଥାବର ସମ୍ପତ୍ତି । ନିଜ ନାଁରେ ଓ ସ୍ତ୍ରୀଙ୍କ ନାଁରେ ବିଭିନ୍ନ ଜିଲ୍ଲାରେ ରହିଛି ୨୫ଟି ପ୍ଲଟ । ଭଦ୍ରକ ବାସୁଦେବପୁରରେ ୫ଟି ପ୍ଲଟ ଓ ଗୋଟିଏ କୋଠା,ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୧୭ଟି ପ୍ଲଟ ଓ ୨ ଟି କୋଠ । ସମସ୍ତ ସ୍ଥାବର ସମ୍ପତ୍ତିର ତାଲିକା ଦେଇଛି ଭିଜିଲାନ୍ସ ବିଭାଗ । ଭୁବନେଶ୍ୱରରେ ଆଇଆରସି ଭିଲେଜରେ ରହିଛି ୩ ମହଲା କୋଠା, ଜୟଦେବବିହାରରେ ୬ ମହଲା କୋଠା,ଗୋଠପାଟଣାରେ ଥିବା ପାଞ୍ଚ ମହଲା କୋଠା, ଖଣ୍ଡଗିରିରେ ଥିବା ଏକ ଘରେ ରେଡ୍ କରାଯାଇଛି ।ଗୋଠପାଟଣାରେ ଥିବା ପାଞ୍ଚ ମହଲା କୋଠାଟି ପ୍ରତାପଙ୍କ ପତ୍ନୀ ସସ୍ମିତା ସାମଲଙ୍କ ନାଁରେ ରହିଛି , ଯାହାର ଆନୁମାନିକ ମୂଲ୍ୟ ୩ କୋଟି ୨୫ ଲକ୍ଷ ୬୦ ହଜାର ଟଙ୍କା ହେବ ।

ଚଢାଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସପି, ୫ ଜଣ ଡିଏସପି ଓ ୭ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି । ତେବେ ବାବୁ ଜଣକ ଏତେ ଟଙ୍କା କେଉଁଠୁ ଆଣିଲେ ତାହା ଏବେ ପ୍ରଶ୍ନ ଉଠୁଛି । ପ୍ରତାପ ସାମଲ ୧୯୮୭ରେ ଡିପ୍ଲୋମା ସର୍ଭିସ ପଢିବା ପରେ ୧୯୮୮ରେ ସିଭିଲ ଜୁନିଅର ଇଂଜିନିୟର ଭାବେ ପୁଲିସ ହାଉସିଂ କର୍ପୋରେସନରେ ଜଏନ କଲେ । ୧୯୯୫ ପର୍ଯ୍ୟନ୍ତ ଇଷ୍ଟିମେଟର ଭାବେ କଟକ ଓ ଦେବଗଡ଼ରେ କାମ କରିଥିଲେ। ପରେ ୨୦୧୩ରେ ଡେପୁଟି ମ୍ୟାନେଜର ଭାବେ ପ୍ରମୋସନ ପାଇଥିଲେ । ଡେପୁଟି ମ୍ୟାନେଜର ଭାବେ ରାଉରକେଲା, ବଲାଙ୍ଗୀର,କେନ୍ଦୁଝର,କଟକରେ କାମ କରିବା ପରେ ୨୦୧୯ରେ ଭୁବନେଶ୍ୱରରେ ଜଏନ କରିଥିଲେ ।

Leave A Reply

Your email address will not be published.