ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭାରତର କରୋନା ଟିକାକୁ ୯୬ଟି ରାଷ୍ଟ୍ରର ମାନ୍ୟତା

0

ନୂଆଦିଲ୍ଲୀ: ଭାରତର କରୋନା ଭ୍ୟାକ୍ସିନ କୋଭାକ୍ସିନ ଓ କୋଭିସିଲ୍ଡକୁ ୯୬ଟି ରାଷ୍ଟ୍ରର ମାନ୍ୟତା ମିଳିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି ଯେ, ୯୬ଟି ଦେଶ ଭାରତ ସହିତ କୋଭିଡ ଟିକାକରଣ ପ୍ରମାଣପତ୍ରକୁ ପାରସ୍ପରିକ ସ୍ୱୀକୃତି ଦେବାକୁ ରାଜି ହୋଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଯେଉଁ ୮ଟି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି, ସେଥିରୁ ଭାରତର ପ୍ରସ୍ତୁତ କୋଭାକ୍ସିନ ଓ କୋଭିସିଲ୍ଡ ରହିଛି।

ଯେଉଁ ୯୬ଟି ଦେଶ ଭାରତର ଦୁଇ ସ୍ୱଦେଶୀ ଟିକାକୁ ସ୍ୱୀକୃତି ଦେଇଛନ୍ତି ସେହି ଦେଶଗୁଡିକ ମଧ୍ୟରେ କାନାଡ଼ା,ଆମେରିକା, ବ୍ରିଟେନ,ଫ୍ରାନ୍ସ, ଜର୍ମାନୀ, ବେଲଜିୟମ, ନେଦରଲ୍ୟାଣ୍ଡ, ସ୍ପେନ, ବାଲାଂଦେଶ, ଫିନଲ୍ୟାଣ୍ଡ,ମାଲି,ଘାନା, ନାଇଜେରିଆ, ସର୍ବିଆ, ପୋଲାଣ୍ଡ, ବୁଲଗେରିଆ, ସୁଇଜରଲ୍ୟାଣ୍ଡ, ସ୍ୱିଡେନ,ଅଷ୍ଟ୍ରିଆ,ଋଷିଆ, କୁଏତ ,କତାର ରହିଛନ୍ତି।

ଆସନ୍ତା ୨୨ ତାରିଖରୁ ବ୍ରିଟେନ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଏହାର ସ୍ୱୀକୃତିପ୍ରାପ୍ତ କୋଭିଡ ଟିକା ତାଲିକାରେ କୋଭାକ୍ସିନ ସାମିଲ ହେବ । ବିଶ୍ୱର ଅନ୍ୟ ଦେଶରେ ଦୁଇ ସ୍ୱଦେଶୀ ଭ୍ୟାକସିନକୁ ସ୍ୱୀକୃତି ଦେବାକୁ ସ୍ୱାସ୍ଥ୍ୟ ଓ ବିଦେଶମନ୍ତ୍ରାଳୟ ମିଶିକି କାମ କରୁଛନ୍ତି । ସମଗ୍ର ବିଶ୍ୱର ସବୁଠୁ ବଡ଼ ଟିକାକରଣ କାର୍ଯ୍ୟକ୍ରମରେ ଏବେ ସରକାର ଘରକୁ ଘର ଯାଇ ଟିକା ଦେବ ଆରମ୍ଭ କରିଛନ୍ତି। ଏଥିରେ ସ୍ୱାସ୍ଥ୍ୟକର୍ମୀମାନେ ସମସ୍ତଙ୍କ ଘରକୁ ଯାଇ ଯେଉଁମାନେ ଟିକା ନେଇନାହାଁନ୍ତି ସେମାନଙ୍କୁ ଟିକା ଦେଉଛନ୍ତି।

ଏବେ ଦେଶରେ ୧୯୦ କୋଟିରୁ ଅଧିକ ଟିକାକରଣ ସରିଲାଣି । ୭୪ କୋଟି ୨୧ ଲକ୍ଷ ୬୨ ହଜାର ୯୪୦ ଜଣ ପ୍ରଥମ ଡୋଜ, ୩୪ କୋଟି ୮୬ ଲକ୍ଷ ୫୩ ହଜାର ୪୧୬ ଜଣଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି। ଦେଶରେ ଟିକାକରଣ ସଫଳତାର ସହ ଆଗକୁ ବଢୁଛି ଏବଂ ଆଗକୁ ମଧ୍ୟ ଆହୁରି ଜୋରାଦାର କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି।

Leave A Reply

Your email address will not be published.