ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଟଙ୍କା ଗଣିବାକୁ ଲାଗିଲା ୨୪ ଘଣ୍ଟା

0

କୋଟିପତି ସରକାରୀ ବାବୁଙ୍କ ଘରେ ମଙ୍ଗଳବାରଠୁ ଚଢାଉ ଆରମ୍ଭ କରିଥିବା ଭିଜିଲାନ୍ସର ସରିଛି ରେଡ୍ । ଭିଜିଲାନ୍ସ ଚଢାଉ ପରେ ସରକାରୀ ବାବୁଙ୍କର ସମ୍ପତ୍ତି ର ଆକଳନ ଚାଲିଥିଲା । ଆଜି ସମ୍ପତ୍ତି ମୂଲ୍ୟାୟନ ସରିଛି । କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରିବା ପରେ ଓଡିଶା ପୁଲିସ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଫ୍ରିଜ୍ କରିଛି ଭିଜିଲାନ୍ସ । ତେବେ ଏତେ ଟଙ୍କା କେଉଁଠୁ ଆଣିଲେ ଆଉ ଅମାପ
ସମ୍ପତ୍ତି ମାଲିକ କେମିତି ହେଲେ ସେ ନେଇ ପ୍ରତାପଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ ।

ଆୟ ବର୍ହିଭୂତ ସମ୍ପ ତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଭିଜିଲାନ୍ସ ଅଧିକାରୀ ଯେତେବେଳେ ପ୍ରତାପଙ୍କ ବିଭିନ୍ନ ସ୍ଥାନରେ ଥିବା ଘରେ ରେଡ଼ କରିଥିଲେ, ସେତେବେଳେ ତାଜୁବ ହୋଇଯାଇଥିଲେ । ପ୍ରତାପଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଦେଖି ସେମାନଙ୍କ ଆଖି ଖୋସି ହୋଇଯାଇଥିଲା । ପ୍ରତାପଙ୍କର ଭୁବନେଶ୍ୱରରେ ଥିବା ଏକାଧିକ ଘର ସମେତ ବାଲେଶ୍ୱର ଓ ଭଦ୍ରକରେ ଭିଜିଲାନ୍ସ ଚଢାଉ କରିଥିଲା । ପ୍ରତାପଙ୍କ ସମ୍ପତ୍ତି ହିସାବ କରିକରି ମଧ୍ୟ ଥକି ଯାଇଥିଲେ ଭିଜିଲାନ୍ସ ଟିମ୍ । ୩୩ ବର୍ଷ ଚାକିରି କାଳ ଭିତରେ ପ୍ରତାପ ପାଲଟିଛନ୍ତି କୋଟି କୋଟି ସମ୍ପତ୍ତି ମାଲିକ । ତେବେ ନଜର ପକାନ୍ତୁ ପ୍ରତାପଙ୍କ ସମ୍ପତ୍ତି ତାଲିକା ଉପରେ..
() ପ୍ରତାପଙ୍କ ରହିଛି ୨୫ଟି ଜମି, କୋଠା ଓ ଫ୍ଲାଟ ।
() ୨୫ଟି ପ୍ଲଟର ମୂଲ୍ୟ ୩ କୋଟି ୪୧ ଲକ୍ଷ ୫୮ ହଜାର ୪୧୨ ଟଙ୍କା
() ଭୁବନେଶ୍ୱର ଗୋଠପାଟଣାରେ ରହିଛି ୫ ମହଲା କୋଠା
() ଗୋଠପାଟଣା ସ୍ଥିତ କୋଠାର ଦାମ୍ ୩ କୋଟି ୮୯ ଲକ୍ଷରୁ ଅଧିକ
() ପ୍ରତାପ ଓ ତାଙ୍କ ପରିବାର ନାଁରେ ବ୍ୟାଙ୍କରେ ରହିଛି ୧ କୋଟି ୬୧ ଲକ୍ଷ ୩୫ ହଜାର
୮୧୨ ଟଙ୍କା ।
() ୫୭ ଲକ୍ଷ ୭୨ ହଜାର ୧୫୦ ଟଙ୍କା ବୀମା ପ୍ରିମିୟମ ଜମା ହୋଇଛି
() ଚଢାଉ ବେଳେ ଘରୁ ମିଳିଥିଲା ୩୮ଲକ୍ଷ ଟଙ୍କା
() ୨୦ ଲକ୍ଷ ଟଙ୍କାର ନଗଦ ଭ ିର୍ ବ୍ୟାଗକୁ ଫିଙ୍ଗିଦେଇଥିଲେ ଅଧିକାରୀ

ଏଯାଏଁ କୁବେର ବାବୁଙ୍କ ଜବତ ସମ୍ପତ୍ତି ଆକଳନ କରୁଛି ଟେକ୍ନିକାଲ ଟିମ୍ । ପ୍ରତାପ ସାମଲଙ୍କୁ ଅଟକ ରଖି ଭିଜିଲାନ୍ସ ପଚରାଉଚରା କରୁଥିବା ବେଳେ କେଉଁ ଉପାୟରେ କୋଟି କୋଟି ଅର୍ଜନ କଲେ ସେ ନେଇ ଆଗକୁ ଖୁଲାସା ହୋଇପାରେ ।

Leave A Reply

Your email address will not be published.