ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବେ..

0

ଆଉ ବରଦାସ୍ତ କରାଯିବନି । ଏବେ ଖୋଜି ଖୋଜି ଆତଙ୍କବାଦୀଙ୍କୁ ନିପାତ କରିବେ ସେନା । ଜମ୍ମୁ କାଶ୍ମୀରରେ ସାଧାରଣ ଲୋକଙ୍କୁ ଆତଙ୍କବାଦୀ ବାରମ୍ବାର ଟାର୍ଗେଟ କରି ହତ୍ୟା କରିବା ପରେ ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି । ଗୃହମନ୍ତ୍ରାଳୟ ଜମ୍ମୁ କାଶ୍ମୀରକୁ ସିଆରପିଏଫର ୫ ଅତିରିକ୍ତ କମ୍ପାନୀ ଯବାନ ପଠାଯିବ । ଏହାକୁ ମିଶାଇ ରାଜ୍ୟରେ ୫୫ କମ୍ପାନୀର ସେନା ମୁତୟନ ରହିବେ ।

ମିଳିଥବା ସୂଚନା ଅନୁସାରେ, ଜମ୍ମୁ କାଶ୍ମୀରରେ ବିଏସଏଫର ୨୫ ଓ ସିଆରପିଏଫର ୨୫ କମ୍ପାନୀର ଯବାନ ମୃତୟନ ଅଛନ୍ତି । ତେବେ ସୈନ୍ୟଙ୍କ ସଂଖ୍ୟା ବଢାଇବା ନିଷ୍ପତ୍ତି ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ସୁରକ୍ଷାକୁ ନେଇ ହୋଇଥିବା ବୈଠକରେ ନିଆଯାଇଛି । ଶାହା ଅକ୍ଟୋବର ଶେଷରେ ଜମ୍ମୁ କାଶ୍ମୀର ଗସ୍ତ କରିଥିଲେ । ରାଜ୍ୟରୁ ୩୭୦ ଧାରା ହଟାଇବା ପରେ ଏହା ଶାହାଙ୍କ ପ୍ରଥମ ଗସ୍ତ ଥିଲା ।

କାଶ୍ମୀର ଆଇଜିପି ବିଜୟ କୁମାରଙ୍କ କହିବା ଅନୁସାରେ , ଚଳିତ ବର୍ଷ ଆରମ୍ଭରୁ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେରେ ୧୩୮ ଜଣ ଆତଙ୍କୀ ନିହତ ହୋଇଛନ୍ତି । ଏହା ସହ ୩୯ ଜଣ ଆତଙ୍କବାଦୀ ଓ ସେମାନଙ୍କୁ ସହାୟତା କରୁଥିବା ୭୦୦ରୁ ଅଧିକ ଜଣଙ୍କୁ ଗିରଫ କରାଯାଇଛି । ସିଆରପିଏଫର ଜଣେ ଅଧିକାରୀ କହିଛନ୍ତି ଯେ, ଶ୍ରୀନଗରରେ ଅତି, ସାଧାରଣ ଲୋକଙ୍କୁ ଆତଙ୍କବାଦୀ ମାନେ ଗୁଳିକରି ନୃଶଂସ ଭାବେ ହତ୍ୟା କରୁଛନ୍ତି ।ସେଥିପାଇଁ ସେଠାରେ ସୈନ୍ୟ ସଂଖ୍ୟା ବୃଦ୍ଧି କରାଯାଇଛି ।

ଶ୍ରୀନଗରରେ ସମସ୍ତଙ୍କ ଉପରେ କଡ଼ା ନଜର ରଖାଯାଇଛି । ପ୍ରତ୍ୟେକ ଦିନ ୧୫ ହଜାର ଲୋକ ଓ ୮ ଶହ ଗାଡ଼ିକୁ ଯାଞ୍ଚ କରାଯାଉଛି । ଆତଙ୍କବାଦୀଙ୍କୁ ସଫା କରିବା ପାଇଁ ସୈନ୍ୟ ଜୋରଦାର ଅଭିଯାନ ଆରମ୍ଭ କରିଛି ।

Leave A Reply

Your email address will not be published.