ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ମୁଖ୍ୟମନ୍ତ୍ରୀ ଖାଇଲେ ମିଠା ଦହି..

0

ମିଠା ଦହି ଖାଇଲେ ମୁଖ୍ୟମନ୍ତ୍ରୀ । କଟକ ଅରିଲୋଠାରେ ଅତ୍ୟାଧୁନିକ ଓମଫେଡ ଡାଏରୀ ପ୍ଲାଣ୍ଟ ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକାର୍ପଣ ପରେ ନବୀନ ବ୍ୟାଟେରୀ ଗାଡିରେ ପୁରା ପ୍ଲାଣ୍ଟ ବୁଲିକି ଦେଖିଥିଲେ । ଏହା ପରେ ନବୀନ ବ୍ୟାଟେରୀ ଗାଡିରେ ବସିଥିବା ସମୟରେ ପ୍ଲାଣ୍ଟ ରେ ପ୍ରସ୍ତୁତ ହେଉଥିବା ମିଠା ଦହି ଖାଇବାକୁ ଦିଆଯାଇଥିଲା । ନବୀନ ବ୍ୟାଟେରୀ ଗାଡିରେ ବସିକି କି ହିଁ ମିଠା ଦହି ଖାଇଥିଲେ । ଦହି ଖାଇବା ପରେ ଏହା ବହୁତ ସ୍ୱାଦିଷ୍ଟ ଏବଂ ଏହାକୁ ନିଶ୍ଚୟ ଅର୍ଡର କରିବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଡାଏରୀ ପ୍ଲାଣ୍ଟ ର ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ଓମଫେଡର ବିକାଶରେ ୩ ଲକ୍ଷ ଚାଷୀଙ୍କ ଅବଦାନ ରହିଥିବା କହିଛନ୍ତି । ପ୍ଲାଣ୍ଟ ରୁ ପ୍ରତିଦିନ ୫ ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟାକରଣ ହୋଇପାରିବ । ପରେ ୧୦ ଲକ୍ଷ ଲିଟରକୁ ବୃଦ୍ଧି ପାଇବ । ଏଥିରୁ ଉନ୍ନତମାନର ଲସି,ଘିଅ,ପନିର ଉତ୍ପାଦନ ହୋଇପାରିବ । ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଓମଫେଡ କାର୍ଯ୍ୟ କରିଆସୁଛି । ଏହା ଦ୍ୱାରା ଦୁଗ୍ଧ ଚାଷୀଙ୍କ ରୋଜଗାର ମଧ୍ୟ ବଢିବ । ଓମଫେଡର ଏହି ଡାଏରୀ ପ୍ଲା ଣ୍ଟ ହେବା ଦ୍ୱାରା ୬ ଲକ୍ଷ ଦୁଗ୍ଧ ଚାଷୀ ଉପକୃତ ହେବେ ବୋଲି କହିଥିଲେ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ରୋଜଗାର ବଢାଇବା ସରକାରଙ୍କ ମୂଳ ଲକ୍ଷ୍ୟ । ଗତ ଦୁଇ ଦଶକର ରାଜ୍ୟରେ ଦୁଗ୍ଧ ଉତ୍ପାଦନ ତିନିଗୁଣ ବୃଦ୍ଧି ପାଇଛି । ୨୦୦୦ ମସିହାରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ୮ ଲକ୍ଷ ୭୫ ହଜାର ମେଟ୍ରିକ ଟନ ଥିବା ବେଳେ ୨୦୨୦ରେ ଏହା ୨୩ ଲକ୍ଷ ୭୦ ହଜାର ମେଟ୍ରିକ ଟନକୁ ବୃଦ୍ଧି ପାଇଛି । ଡାଏରୀ ଫାର୍ମିଂ ୟୁନିଟ ପ୍ରୋସେସିଂ ପ୍ଲାଣ୍ଟ ପାଇଁ ସରକାର ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ଯୋଗାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । କରୋନା କାଳରେ ଦୁଗ୍ଧ ଚାଷୀଙ୍କୁ ସରକାର ୬ହଜାର ଟଙ୍କା ଲେଖାଁଏ ସହାୟତା ଯୋଗାଇଦେଇଥିଲେ ।ସରକାର ଚାଷୀଙ୍କ ସହ ସବୁବେଳେ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.