ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଖୁବ ଶୀଘ୍ର ବାହା ହେବେ ଅଙ୍କିତା

0

ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଆଜି କାଲି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖବରରେ ଛାଇ ରହୁଛନ୍ତି । ଚର୍ଚ୍ଚା ହେଉଛି ଯେ,ଅଙ୍କିତା ଖୁବ ଶୀଘ୍ର ପୁରୁଷ ବନ୍ଧୁ ବିକି ଜୈନଙ୍କୁ ବିବାହ କରିବେ । ଏହାରି ଭିତରେ ଅଙ୍କିତା କଷ୍ଟମାଇଜ ହୋଇଥିବା ଚପଲର ଏକ ଫଟୋ ସେୟାର କରିଛନ୍ତି । ଯାହା ତାଙ୍କ ବିବାହ କରିବା ନେଇ ସଙ୍କେତ ଦେଉଛି ।

ଅଙ୍କିତା ଇନଷ୍ଟାଗ୍ରାମ ଷ୍ଟୋରିରେ ତାଙ୍କର ୩ ଯୋଡି ଚପଲର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଗୋଟେ ଚପଲରେ ‘ବ୍ରାଇଡ ଟୁ ବି’ ଲେଖାଯାଇଛି । ତାଙ୍କୁ ଏହି ଉପହାର ଏକ ଜୋତା ଦୋକାନରୁ ମିଳିଥିବା ଜଣାପଡିଛି । ଜୋତା ବକ୍ସରେ ମଧ୍ୟ ଲେଖାଯାଇଛି ‘ହାପି ବ୍ରାଇଡ’ । ତେବେ ଏହି ଉପହାରକୁ ଦେଖି ଏବେ ଏହା କୁହାଯାଇପାରିବ ଯେ ଅଙ୍କିତା ବହୁତ ଜଲଦି ଦୁଲହନି ବନିବାକୁ ଯାଉଛନ୍ତି ।

ଏହା ପୂର୍ବରୁ ଇ ଟାଇମ୍ସ ଅଙ୍କିତା ଓ ବିକି ଜୈନଙ୍କ ବିବାହର ସବିଶେଷ ତଥ୍ୟ ସେୟାର କରିଥିଲା । ରିପୋର୍ଟ ମୁତାବକ, ଅଙ୍କିତା ଓ ବିକି ଆସନ୍ତା ଡିସେମ୍ବର ମାସରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଖବର ତ ଏହା ବି ରହିଛି ଯେ, ଡିସେମ୍ବର ୧୨,୧୩,୧୪ରେ ଉଭୟ ବିବାହ କରିବେ । ତେବେ ଏନେଇ ଏଯାଏଁ କେହି ସ୍ପଷ୍ଟ କରିନାହାଁନ୍ତି । ଆଶା କରାଯାଉଛି ଯେ, ଅଙ୍କିତା ନିଜ ବିବାହ ଖବର ଖୁବ ଶୀଘ୍ର ଦେବେ । ଅଙ୍କିତା, ବିକିଙ୍କ ସହ ଥିବା ସଂପର୍କକୁ ନେଇ କେବେ କାହାକୁ ଲୁଚାଇନାହାଁନ୍ତି ।

ତେବେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଅଙ୍କିତା ଭାଙ୍ଗିପଡିଥିବା ବେଳେ ବିକି ତାଙ୍କୁ ବହୁତ ସମ୍ଭାଳିଥିଲେ କରିଥିଲେ । ତା ପରେ ଉଭୟଙ୍କ ମଧ୍ୟରେ ଥିବା ସଂପର୍କ ସାମନାକୁ ଆସିଥିଲା । ବିକି ସୁଶାନ୍ତ ସିଂ ରାଜପୁତଙ୍କୁ ନ୍ୟାୟ ଦେବାକୁ ମଧ୍ୟ ଲୋକଙ୍କୁ ଅପିଲ କରିଥିଲେ । ତେବେ ସମୟ ସହିତ ଅଙ୍କିତା ଧିରେ ଧିରେ ନିଜକୁ ମଜବୁତ କରିଥିଲେ , ଏବଂ ବିକି ଏତେ ମାତ୍ରାରେ ସର୍ପୋଟ କରିଥିବାରୁ ଅଙ୍କିତା ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏବେ ଉଭୟ ସାତ ଜନ୍ମର ସାଥୀ ହେବାକୁ ଯାଉଛନ୍ତି ।

Leave A Reply

Your email address will not be published.