ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ମହାପ୍ରଭୁଙ୍କ ପାଇଁ ମହାଯୋଜନା

0

ଚମକିବ ଶ୍ରୀମନ୍ଦିର ପରିକ୍ରମା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଗଜପତି ମହାରାଜ ଏବଂ ମହାଯଜ୍ଞରେ ପୂର୍ଣ୍ଣାହୂତି ମଧ୍ୟ ଦେଇଛନ୍ତି । ପ୍ରକଳ୍ପର ଶିଳାନ୍ୟାସ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି , ଆଜିର ଦିନ ଓଡିଶା ପାଇଁ ଐତିହାସିକ ଦିନ । ସାରା ବିଶ୍ୱରେ ଜଗନ୍ନାଥପ୍ରେମୀଙ୍କ ପାଇଁ ଆଜିର ଦିନ ସ୍ମରଣୀୟ ।

ପ୍ରକଳ୍ପର ଶିଳାନ୍ୟାସ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାମର ତଦାରଖ କରିଛନ୍ତି । ବ୍ୟାଟେରୀ ଚାଳିତ ଗାଡିରେ ବସି ଶ୍ରୀମନ୍ଦିର ଚାରିପଟେ ପରିକ୍ରମା କରିଥିଲେ ନବୀନ ପଟ୍ଟନାୟକ । ପ୍ରକଳ୍ପର ଶିଳାନ୍ୟାସ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ପାଇଁ ଜମି ଦେଇଥିବା ୧୦ ଜଣ ବ୍ୟକ୍ତିଙ୍କୁ ସମ୍ମାନିତ କରିଥିଲେ । ଶିଳାନ୍ୟାସ ପରେ ପରିକ୍ରମା ମାର୍ଗ ନିର୍ମାଣ କାମ ଆରମ୍ଭ କରିବ ଟାଟା ପ୍ରକଳ୍ପ । ୧୮ ମାସ ମଧ୍ୟରେ କାମ ସାରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ୩୩୧ କୋଟି ୩୮ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଶ୍ରୀମନ୍ଦିର ଚାରିପାଖ ମେଘନାଦ ପାଚେରୀଠାରୁ ୭୫ ମିଟର ମଧ୍ୟରେ ପ୍ରତିଷ୍ଠା ହେବ ପରିକ୍ରମା ମାର୍ଗ ବା ଐତିହ୍ୟ କରିଡ଼ର ।

ଆସନ୍ତୁ ନଜର ପକାଇବା ପରିକ୍ରମା ମାର୍ଗର କଣ ରହିବ?
() ଶ୍ରୀମନ୍ଦିର ଚାରିପଟେ ସୁରକ୍ଷା କରିଡର
() ସବୁଜ ବଳୟ ଓ ସୌନ୍ଦର୍ଯ୍ୟକରଣ
() ଭକ୍ତଙ୍କ ପାଇଁ ଅନ୍ତଃ ଓ ବାହ୍ୟ ପ୍ରଦିକ୍ଷଣ ପଥ
() ଭକ୍ତଙ୍କ ପାଇଁ ପଶ୍ଚିମ ଓ ଦକ୍ଷିଣ ପାଶ୍ୱର୍ରେ ଆଶ୍ରୟସ୍ଥଳୀ
() ଭଜନ ମଣ୍ଡପ , ଜିନିଷ ରଖିବା ଘର
() ପୁରୁଷ ଓ ମହିଳା ପାଇଁ ପୃଥକ ଶୌଚାଳୟ
() ପ୍ରାଥମିକ ଚିକିତ୍ସା କେନ୍ଦ୍ର, ପାନୀୟ ଜଳଯୋଗାଣ ବ୍ୟବସ୍ଥା
() ସମସ୍ତ ଦ୍ୱାରରେ ସୂଚନା ଓ ଦାନ କେନ୍ଦ୍ର
() ପଶ୍ଚିମ ଓ ଦକ୍ଷିଣ ପାଶ୍ୱର୍ରେ ଆଶ୍ରୟସ୍ଥଳୀ
() ମଠ ଓ ମନ୍ଦିର ଗୁଡିକର ପୁନଃବିକାଶ
() ଅଭ୍ୟର୍ଥନା ପ୍ରକୋଷ୍ଠ, ସୂଚନା କେନ୍ଦ୍ର ଓ ଏଟିଏମ କେନ୍ଦ୍ର
() ୬ ହଜାର ଭକ୍ତଙ୍କ ନିମନ୍ତେ ଅଭ୍ୟର୍ଥନା ପ୍ରକୋଷ୍ଠ

Leave A Reply

Your email address will not be published.