ପ୍ରମୁଖ ଖବର

ସୁଜାତାଙ୍କୁ ଅର୍ଥ ବିଭାଗକୁ ବଦଳି, ମିଶନଶକ୍ତି ବିଭାଗ ଦାୟିତ୍ୱରେ ଶାଳିନୀ ପଣ୍ଡିତ
ସୁଜାତାଙ୍କ ପାଖରେ ଥିବା ଦୁଇ ବିଭାଗର ଦାୟିତ୍ୱ ଶାଳିନୀ ପଣ୍ଡିତଙ୍କୁ ଦିଆଯାଇଛି
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିଶନର ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ
ଆସନ୍ତା ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ପ୍ରାର୍ଥିପତ୍ର ପତ୍ର ଦାଖଲ କରିବେ
ଶନିବାର ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଘସିପୁରା ବିଧାନସଭା ଆସନରେ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ

ଶୀତ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ

0

ସୋମବାର ଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବସିବ ସର୍ବଦଳୀୟ ବୈଠକ । ଆଜି ଏହି ବୈଠକ ବସିବ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସରକାରଙ୍କ ତରଫରୁ ଅଂଶ ଗ୍ରହଣ କରିବେ । ବୈଠକରେ ବିରୋଧୀ ଦଳ ନେତା ମାନେ ସାମିଲ ହେବେ । ସଂସଦରେ କିଭଳି ରଣନୀତି ରହିବ ଏବଂ କ’ଣ କ’ଣ କାର୍ଯ୍ୟସୂଚୀ ରହିଛି ଏନେଇ ବୈଠକରେ ଆଲୋଚନା କରାଯିବ । ଏହା ବୈଠକରେ ଦର ବୃଦ୍ଧି ଓ କୋଭିଡ ପୀଡିତ ଅନୁକମ୍ପା ମୂଳକ ରାଶି ଉପରେ ଚର୍ଚ୍ଚା ହୋଇପାରେ ।

ଏଥର ସଂସଦର ଶୀତକାଳୀନ ଅଧିବେଶନ ବହୁ ଗୁରୁତ୍ୱପୂର୍ଣ୍ଣ । କାରଣ ୩ ନୂଆ କୃଷି ଆଇନ ପ୍ରତ୍ୟାହାର ପାଇଁ ସରକାର ଏକ ବିଲ ଆଗତ କରିବେ । କେନ୍ଦ୍ର କ୍ୟାବିନେଟ ଏହାକୁ ମଞ୍ଜୁରୀ ଦେଇସାରିଥିବା ବେଳେ କୃଷି ଆଇନ ପ୍ରତ୍ୟାହାର ବିଲକୁ ସଂସଦର ଚଳିତ ଅଧିବେଶନରେ ଆଗତ କରିବେ ମୋଦୀ ସରକାର । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ବିଲ ଆଗତ କରିବେ । ଏହି ବିଲ ଉପରେ ସପକ୍ଷରେ ଓ ବିରୋଧରେ ଗୃହରେ ଜୋରଦାର ସଂଘର୍ଷ ଦେଖିବାକୁ ମିଳିପାରେ । ଏହି ଆଇନ ପ୍ରତ୍ୟାହାର ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିପାରନ୍ତି । ଏବଂ ସରକାରଙ୍କ ପକ୍ଷରୁ ବିରୋଧୀ ଦଳ ଉଠାଇଥିବା ପ୍ରସଙ୍ଗଗୁଡିକର ସନ୍ତୁଳିତ ଉତ୍ତର ଦେବାକୁ ପ୍ରୟାସ କରାଯିବ ।

ସଂସଦର ଏହି ଅଧିବେଶନରେ ବିରୋଧୀ ପେଗାସସ ସ୍ପାଏୱେୟାର ସହିତ ଫୋନ ଟ୍ୟାପ ପ୍ରସଙ୍ଗ ମଧ୍ୟ ଉଠାଇପାରନ୍ତି । ରାଜ୍ୟସଭା ଅଧ୍ୟକ୍ଷ ଏମ.ଭେଙ୍କେୟା ନାଇଡୁ ଆଜି ସନ୍ଧ୍ୟାରେ ସମସ୍ତ ରାଜନୈତିକ ଦଳର ନେତାମାନଙ୍କ ଏକ ବୈଠକ ଡାକିଛନ୍ତି। କୁହାଯାଉଛି ଯେ, ଅଧିବେଶନ ଅତ୍ୟନ୍ତ ଉେ ଜନାପୂର୍ଣ୍ଣ ରହିପାରେ । ସରକାରଙ୍କୁ ବ୍ୟାକଫୁଟ୍‌ରେ ରଖିବା ପାଇଁ ବିରୋଧୀ ପୁରା ଚେଷ୍ଟା କରିବେ । ସେହି ପରି ବିରୋଧୀଙ୍କୁ ସାମନା କରିବାକୁ ସରକାର ମଧ୍ୟ ସମସ୍ତ ଋଣନୀତି ପ୍ରସ୍ତତ କରୁଛନ୍ତି । ସେହିପରି ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି ସ୍ଥିର କରିବ କଂଗ୍ରେସ। ବିରୋଧ ଦଳକୁ ନେଇ ଆଜି ବୈଠକ କରିବ କଂଗ୍ରେସ । କଂଗ୍ରେସର ଏହି ବୈଠକରେ ଟିଏମସି ସାମିଲ ହେବନି ବୋଲି କହିଛି ।

Leave A Reply

Your email address will not be published.