ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ସତର୍କ ରୁହନ୍ତୁ; ବନ୍ଦ ହୋଇଯାଇପାରେ ପିଏଫ୍ ଆକାଉଣ୍ଟ

0

ନୂଆଦିଲ୍ଲୀ: ଇପିଏଫଓ ଏବେ ୟୁଏନ ଓ ଆଧାର ଲିଙ୍କ କରିବା ବାଧ୍ୟତାମୂଳକ କରିଦେଇଛି। ଏହାର ସମୟସୀମା ନଭେମ୍ବର ୩୦ରେ ଶେଷ ହେଉଛି। ଏହା ପୂର୍ବରୁ ଯେଉଁମାନେ ୟୁଏନ-ଆଧାର ଲିଙ୍କ କରିପାରିବେନି ସେମାନଙ୍କ ପିଏଫ ଆକାଉଣ୍ଟ ବନ୍ଦ ହୋଇଯିବ। ଇପିଏଫ ପୂର୍ବରୁ ୟୁଏନ ଓ ଆଧାର ଲିଙ୍କ କରିବା ନେଇ ସମୟସୀମା ବଢାଇଥିଲା। ପୂର୍ବରୁ ଏହାର ସମୟସୀମା ଅଗଷ୍ଟ ୩୧,୨୦୨୧ ମଧ୍ୟରେ ଶେଷ ହେବାର ଥିଲା।

ଏବେ ଏହି ସମୟସୀମା ପୂରଣ ପାଇଁ ଦୁଇ ଦିନ ବାକି ରହିଛି। ଇପିଏଫଓ ପୂର୍ବରୁ ସ୍ପଷ୍ଟ କରିଛି ଯେ, ଯେଉଁ ଗ୍ରାହକମାନେ ସମୟସୀମା ମଧ୍ୟରେ ୟୁଏନ-ଆଧାର ଲିଙ୍କ କରିବେନି ସେମାନଙ୍କ ଆକାଉଣ୍ଟରେ ପିଏଫ ଜମା ବନ୍ଦ ହୋଇଯିବ। ଏହା ବ୍ୟତୀତ ସେମାନେ ପିଏଫରୁ ଟଙ୍କା ମଧ୍ୟ ଉଠାଇପାରିବେନି। କୋଭିଡ କାରଣରୁ ପିଏଫ ଖାତାରୁ ଟଙ୍କା ଉଠାଇବା ନେଇ ଦିଆଯାଇଥିବା ସୁବିଧା ମଧ୍ୟ ଏମାନଙ୍କୁ ମିଳିବ ନାହିଁ।

ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ୟୁଏନ-ଆଧାର ଲିଙ୍କ କରିନଥିବା ଲୋକଙ୍କୁ ବୀମା ନେଇ ମଧ୍ୟ ବଡ଼ କ୍ଷତି ହୋଇପାରେ। ଇପିଏଫଓ ଏମ୍ଲୋଇଜ ଡିପୋଜିଟ ଲିଙ୍କଡ ଇନସୁରାନ୍ସ (ଇଡିଏଲଆଇ)ପାଇଁ ମଧ୍ୟ ୟୁଏନ-ଆଧାର ଲିଙ୍କ ବାଧ୍ୟତାମୂଳକ କରିଦେଇଛି।

Leave A Reply

Your email address will not be published.