ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ଜର୍ମାନୀରେ ସରିଲା ଆଞ୍ଜେଲା ମାର୍କେଲଙ୍କ ଯୁଗ

0

ଜର୍ମାନୀରେ ଶେଷ ହେଲା ଆଞ୍ଜେଲା ମର୍କେଲଙ୍କ ଯୁଗ। ଦୀର୍ଘ ୧୬ ବର୍ଷ ପରେ ଦେଶ ପାଇଲା ନୂଆ ଶାସକ। ଜର୍ମାନୀର ଚାନସଲେର ଆଞ୍ଜେଲ ମର୍କେଲଙ୍କ ୧୬ ବର୍ଷର ଶାସନ ପରେ ଓଲାଫ ସୋଲଜ ଯୁଗ ଆରମ୍ଭ ହୋଇଛି। ଜର୍ମାନୀ ସଂସଦରେ ନୂଆ ଚାନ୍ସଲେର ନେଇ ମତଦାନ ହୋଇଥିଲା। ଓଲାଫ ସୋଲଜ ନୂଆ ଚାନସେଲର ଭାବେ ନିର୍ବାଚିତ ହୋଇଛନ୍ତି।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଓଲାଫ ହେଉଛନ୍ତି ଜର୍ମାନୀର ନବମ ଚାନସେନଲର। ସଂସଦରେ ହୋଇଥିବା ମତଦାନରେ ୭୦୭ ଭୋଟରୁ ୩୯୫ ଭୋଟ ଓଲାଫଙ୍କ
ସମର୍ଥନରେ ପଡିଥିବା ବେଳେ ୩୦୩ଟି ଭୋଟ ବିରୋଧରେ ପଡିଥିଲା। ନୂଆ ନିର୍ବାଚିତ ସରକାରଙ୍କ ପାଇଁ କରୋନା ମହାମାରୀ ଓ ଜଳବାୟୁ ସମସ୍ୟା ପ୍ରମୁଖ
ଚ୍ୟାଲେଞ୍ଜ ରହିବ।

ମର୍କେଲଙ୍କ ସରକାରରେ ୩ ଟି ଦଳ ସାମଲ ଥିଲେ। ହେଲେ ଓଲାଫ ଚାନସେଲର ପାଇଁ ପ୍ରାର୍ଥୀ ହେବା ପରେ ମେ ସରକାରରେ ସାମିଲ ଥିବା ସହଯୋଗୀ ଦଳର ନେତା ଭୋଟ ଦେଇନଥିଲେ। ଯଦି ଭୋଟ ଦେଇଥାନ୍ତେ ତାହେଲେ ୪୧୬ଟି ଭୋଟ ଓଲାଫଙ୍କୁ ମିଳିଥାନ୍ତା। ଓଲାଫ ଆଞ୍ଜେଲା ମର୍କେଲଙ୍କ ସରକାରରେ
ଅର୍ଥମନ୍ତ୍ରୀ ଓ ଉପ ଚାନସେଲର ଭାବେ ନିଜ ଦାୟିତ୍ୱ ନିର୍ବାହ କରିଛନ୍ତି।

Leave A Reply

Your email address will not be published.