ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ପୁଣି ନାଟକୀୟ ମୋଡ ନେଲାଣି ତପସ୍ବିନୀ ମାମଲା

0

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ତପସ୍ବିନୀ ମାମଲା ଧୀରେ ଧୀରେ ସଙ୍ଗିନ୍ ମୋଡ଼ ନେଲାଣି। ଡାକ୍ତର ସୁମିତ ସାହୁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିବା ଅଭିଯୋଗ ଆଣି ତପସ୍ବିନୀ ଇତିମଧ୍ୟରେ ପୁଲିସରେ ଅଭିଯୋଗ ଦାଖଲ କରିଛନ୍ତି। ଅନ୍ୟପଟରେ ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା ଗଣମାଧ୍ୟମକୁ କହୁଛନ୍ତି ଯେ ସେ ଅସୁସ୍ଥ ରହିଥିବା କାରଣରୁ ବାଲିସିରାରେ ଜଣେ ସାଙ୍ଗଙ୍କ ଘରେ ଅଛନ୍ତି। କେବଳ ସେତିକି ନୁହେଁ, କୋର୍ଟଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ ସେ ଆସିକାରେ ତାଙ୍କ ସାଙ୍ଗମାନଙ୍କ ସହିତ ଭଡାଘର ଖୋଜୁଛନ୍ତି। କିଏ ସତ କହୁଛି, ତାହା ଜାଣିବା ମୁସ୍କିଲ୍। କିନ୍ତୁ ଘଟଣାର ଇତିମଧ୍ୟରେ ଗମ୍ଭୀରତା ବଢ଼ିଯାଇଛି। ସମୁଦାୟ ଓଡ଼ିଶାର ନଜର ଏବେ ଆସିକା ପୁଲିସ ଓ କୋର୍ଟଙ୍କ ନିଷ୍ପତ୍ତି ଉପରେ ରହିଛି।

ପ୍ରଶ୍ନ ଉଠୁଛି, ଯଦି ଓକିଲଙ୍କ କଥା ସତ, ତେବେ ପୁଲିସ ଏ ରହସ୍ୟ ତତ୍କାଳ ଉନ୍ମୋଚିତ କରିପାରନ୍ତା। ତପସ୍ବିନୀ ନ ହେଲେ ନାହିଁ, ଆସିକା ପୁଲିସ ଅଧିକାରୀ ନିଜେ ଯାଇ ଦେଖିଦେଇ କହିପାରନ୍ତେ ଯେ ସୁମିତ ନିଖୋଜ ହୋଇନାହାନ୍ତି ବରଂ ଅସୁସ୍ଥ ଅଛନ୍ତି। ହେଲେ ଏମିତି ହେଉନାହିଁ କାହିଁକି? ଏଭଳି ଏକ ସମ୍ବେଦନଶୀଳ ଘଟଣାଟି କୋର୍ଟଙ୍କ ବିଚାର ଭିତରେ ଥିଲେ ହେଁ ଗଞ୍ଜାମ ପୁଲିସର ଭୂମିକା ଉପରେ ତର୍ଜମା କରିବାର ବେଳ ଆସି ପହଞ୍ଚିଲାଣି। କେବଳ ସେତିକି ନୁହେଁ, ଏହି ମାମଲାରେ ଆଉ କାହାର ଗୋଟିଏ ଅଦୃଶ୍ୟ ଭୂମିକା ରହୁଛି, ଏ ସନ୍ଦେହ ଧୀରେ ଧୀରେ ଦୃଢୀଭୂତ ହେବାରେ ଲାଗିଛି।

ତପସ୍ବିନୀ ଥାନାରେ ଏତଲା ଦେଇ ଦର୍ଶାଇଛନ୍ତି ଯେ ତାଙ୍କ ସ୍ବାମୀ କୋର୍ଟଙ୍କ ନିର୍ଦେଶକୁ ଅବମାନନା କରିଛନ୍ତି। ପରିବାରର ପ୍ରରୋଚନାରେ ପଡି ଏଭଳି କରିଛନ୍ତି। ଏହି ଘଟଣାରେ କିନ୍ତୁ ସୁମିତ କିମ୍ବା ତାଙ୍କ ପରିବାର ବର୍ଗଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ। ହେଲେ ଏହି ଫାମିଲି ଡ୍ରାମାଟି ଧୀରେ ଧୀରେ ଜଟିଳ ପ୍ରସଙ୍ଗ ଭାବେ ଉଭା ହେଉଛି। ଜଣେ ନାରୀକୁ ନ୍ୟାୟ ଦିଆଯିବା ପ୍ରସଙ୍ଗରେ ଅନ୍ୟ ସତର୍କ ବା ସଚେତନ ନାଗରିକମାନଙ୍କ ଭୂମିକା, ସର୍ବୋପରି ପ୍ରମିଳା ତ୍ରିପାଠୀଙ୍କୁ ଛାଡି ରାଜ୍ୟରେ କାର୍ଯ୍ୟକରୁଥିବା ସାମାଜିକ ସଙ୍ଗଠନ ମାନଙ୍କ ଭୂମିକା ବି ଚର୍ଚ୍ଚାକୁ ଆସିଲାଣି। ଏବେ ବି ତପସ୍ବିନୀ ଚିନି କାରଖାନାର ଡାକବଙ୍ଗଳାରେ ରହୁଛନ୍ତି। ତାଙ୍କ ସହିତ ତାଙ୍କ ଭାଇ ଓ ମାଆ ରହିଛନ୍ତି। ଇତିମଧ୍ୟରେ ତପସ୍ବିନୀଙ୍କ ଓକିଲ ପ୍ରଦୀପ ବେହେରା ଗଣମାଧ୍ୟମକୁ କହିଛନ୍ତି ଯେ ତପସ୍ବିନୀଙ୍କୁ ଶ୍ବଶୁର ଘରେ ରହିବାକୁ ଅନୁମତି ଲୋଡି ସୋମବାର ଦିନ ପୁଣି ଥରେ କୋର୍ଟଙ୍କୁ ପ୍ରାର୍ଥନା କରାଯିବ।

Leave A Reply

Your email address will not be published.