ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର କାରଣ କ’ଣ? ସାମନାକୁ ଆସିଲା ବଡ଼ ସୂଚନା

0

ନୂଆଦିଲ୍ଲୀ: ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ପୂରା ଦେଶକୁ ଦୋହଲାଇଦେଇଥିଲା। ହେଲିକପ୍ଟର ଦୁର୍ଘଟଣା କେମିତି ହେଲା, ଏହାକୁ ନେଇ କେବଳ ଭାରତ ନୁହେଁ ପୁରା ବିଶ୍ୱରେ ଚର୍ଚ୍ଚାରେ ଆରମ୍ଭ ହୋଇଥିଲା। ଦୁର୍ଘଟଣାର କାରଣ ଜାଣିବା ପାଇଁ ଗଠିତ ହୋଇଥିବା କୋର୍ଟ ଅଫ ଇନକ୍ୱାରି ରିପୋର୍ଟରୁ ଏକ ବଡ଼ ଖୁଲାସା ହୋଇଛି। ଖରାପ ପାଣିପାଗ ପାଇଁ ହେଲିକପ୍ଟରଟି ଦୁର୍ଘଟଣା ହୋଇଥିବା ଏକ ବଡ଼ କାରଣ ବୋଲି କୁହାଯାଉଛି।

ସୂଚନା ଅନୁସାରେ, ଏୟାର ମାର୍ଶଲ ମନଭେନ୍ଦ୍ର ସିଂ କମିଟି ଏହାର ରିପୋର୍ଟ ଶେଷ କରି ଆଇନଗତ ପରାମର୍ଶ ପାଇଁ ପଠାଇଛନ୍ତି। ଖୁବ ଶୀଘ୍ର ଏହି ରିପୋର୍ଟ
ବାୟୁସେନା ମୁଖ୍ୟଙ୍କ ନିକଟରେ ଦାଖଲ ହେବ। ରିପୋର୍ଟକୁ ନେଇ ଯଦି ଓ ଏଯାଏ କୌଣସି ସରକାରୀ ବିବୃତି ଆସିନାହିଁ; କିନ୍ତୁ ସୂତ୍ର ଅନୁଯାୟୀ, ଦୁର୍ଘଟଣାର କାରଣ ଅନୁସନ୍ଧାନ କରୁଥିବା କମିଟି ଜାଣିବାକୁ ପାଇଛି ଯେ, ଖରାପ ପାଗ ଯୋଗୁଁ ପାଇଲଟ ଚିନ୍ତା ବ୍ୟକ୍ତ କରିଥିଲେ। ଯାହାକୁ ଟେକନିକାଲ ଭାଷାରେ ସିଆଇଏଫଟି ଅର୍ଥାତ ‘କ୍ରୋଲଡ ଫାଇଟ ଇନ ଟରେନ’କୁହାଯାଏ।। ବାୟୁସେନାର ଟ୍ରେଣ୍ଡିଂ କମାଣ୍ଡର କମାଣ୍ଡିଂ-ଇନ-ଏୟାର ମାର୍ଶଲ ମନଭେନ୍ଦ୍ର ସିଂଙ୍କ ନେତୃତ୍ୱରେ ପ୍ରତିରକ୍ଷା ମନ୍ତ୍ରାଳୟ ହେଲିକପ୍ଟର ଦୁର୍ଘଟଣାର କାରଣ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି।

ତେବେ ଏହି ଦୁର୍ଘଟଣା ପରେ ଯେଉଁ ହେଲିକପ୍ଟରରେ ସମସ୍ତେ ଯାଉଥିଲେ, ତା ଉପରେ ସମସ୍ତଙ୍କ ଧ୍ୟାନ କେନ୍ଦ୍ରୀତ ହୋଇଥିଲା।ଭାରତୀୟ ବାୟୁସେନାର
ଏମଆଇ-୧୭ ଭି-୫ ହେଲିକପ୍ଟର ହେଉଛି ବିଶ୍ୱର ଅନ୍ୟତମ ଆଧୁନିକ ଓ ନିର୍ଭରଯୋଗ୍ୟ ସାମରିକ ହେଲିକପ୍ଟର। ଏହି ହେଲିକପ୍ଟର ଋଷ ଦ୍ୱାରା ନିର୍ମିତ। ତେଣୁ ଏହି ଅତ୍ୟାଧୁନିତ ହେଲିକପ୍ଟର କିପରି ଦୁର୍ଘଟଣା ହେଲା ସେ ନେଇ ପ୍ରଶ୍ନ ଉଠିଥିଲା। ଦୁର୍ଘଟଣାର କାରଣ ଜାଣିବା ପାଇଁ ବାୟୁସେନା ଏକ ଅନୁସନ୍ଧାନ କମିଟି
ଗଠନ କରିଥିଲା। ଅନୁସନ୍ଧାନ କମିଟି ବାୟୁସେନା ଓ ସେନାର ସମ୍ପୃକ୍ତ ଅଧିକାରୀଙ୍କ ବୟାନ ରେକର୍ଡ କରିଛି। ଏହାସହିତ ସ୍ଥାନୀୟ ଲୋକଙ୍କ ସହ ମଧ୍ୟ କଥା
ହୋଇଛନ୍ତି। ଯେଉଁମାନେ ଏହି ଦୁର୍ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିଲେ । ଦୁର୍ଘଟଣା ପରେ ଭିଡିଓ ସୁଟ କରାଯାଇଥିବା ମୋବାଇଲର ମଧ୍ୟ ଯାଞ୍ଚ କରାଯାଇଛି।

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ବ୍ଲାକ ବସ ମଧ୍ୟ ଘଟଣା ସ୍ଥଳରୁ ଉଦ୍ଧାର କରାଯାଇଥିଲା ତାକୁ ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଡିସେମ୍ବର ୮ରେ ତାମିଲନାଡୁର କୁନ୍ନୁର ନିକଟରେ ବାୟସେନାର ଏମଆଇ-୧୭ ଭି-୫ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ସିଡିଏସ ବିପିନ ରାୱତଙ୍କ ସମେତ ତାଙ୍କ ପତ୍ନୀ ଓ ଷ୍ଟାଫ ମେମ୍ବରଙ୍କୁ ମିଶାଇ ୧୪ ଜଣ ଯାତ୍ରା କରୁଥିଲେ। ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.