ପ୍ରମୁଖ ଖବର

ଆଗାମୀ ୪୮ ଘଣ୍ଟା ପରେ ପୁଣି ବଢିବ ତାତି, ଏନେଇ ପାଣିପାଗ କେନ୍ଦ୍ର ଭୁବନେଶ୍ୱରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି
୧୬ ତାରିଖରେ ଭୁବନେଶ୍ୱରରେ ମେଗା ରୋଡ୍ ସୋ କରିବେ ମୁଖ୍ୟମନ୍ତ୍ରୀ: ଗଙ୍ଗନଗର ଛକରୁ ବାହାରି ରୁପାଲି ଛକରେ ପହଁଚିବ ନବୀନଙ୍କ ବିଶାଳ ଯାତ୍ରା
ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ, ଆସନ୍ତାକାଲି ନାମାଙ୍କନ ଯାଞ୍ଚ ଓ ୧୭ ତାରିଖରେ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ
ନାମାଙ୍କନ ଭରିଲେ ମୋଦୀ, ବାରାଣାସୀ ଆସନରୁ ତୃତୀୟ ଥର ପାଇଁ କଲେ ପ୍ରାର୍ଥୀପତ୍ର ଦାଖଲ
ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ
ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ପରଲୋକ

ପୁଣି ପଞ୍ଝା ମେଲାଇଲା କରୋନା, ଏକାଥରକେ ୪୦୦ ଡେଇଁଲା

0

ପିଲାଙ୍କୁ ମହଙ୍ଗା ପଡୁଛି, ୦-୧୮ ବର୍ଷ ବୟସ ମଧ୍ୟରେ ୬୭ ଆକ୍ରାନ୍ତ

ଭୁବନେଶ୍ବର: ଓଡ଼ିଶାରେ ତୃତୀୟ ଲହର ଆଡକୁ ଧୀରେ ଧୀରେ ମାଡ଼ିଚାଲିଛି କରୋନା। ପୂର୍ବ ୨୪ ଘଣ୍ଟାରେ ମୋଟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୨୯୮ ଥିଲା। ଗତ ୨୪ ଘଣ୍ଟା ଭିତରେ ସଂକ୍ରମଣ ହଠାତ୍ ଭୟଙ୍କର ରୂପ ନେଇଛି। ରାଜ୍ୟରେ ଗତକାଲି ଯେଉଁ ପରୀକ୍ଷା ହୋଇଥିଲା, ସେଥିରେ ୪୨୪ ଜଣ କୋଭିଡ୍ ପଜିଟିଭ୍ ଥିବା ଜଣାପଡିଛି। ସବୁଠାରୁ ବଡ଼ କଥା ହେଲା, ଏମାନଙ୍କ ମଧ୍ୟରେ ୬୭ ଜଣଙ୍କର ବୟସ ୦ରୁ ୧୮ ବର୍ଷ ମଧ୍ୟରେ ରହିଛି। ଏହି ଖବର ଜଣାପଡିବା ପରେ ସବୁ ମହଲରେ ଆତଙ୍କ ସୃଷ୍ଟି ହେଲାଣି। ଏହି ହାରରେ ସଂକ୍ରମଣ ବଢ଼ିଲେ ସ୍ଥିତି ଭୟାନକ ହେବ ବୋଲି ବିଶେଷଜ୍ଞ ପୂର୍ବାନୁମାନ କରୁଛନ୍ତି।

ରିପୋର୍ଟ ଅନୁସାରେ, ଆଜି ସ୍ବାସ୍ଥ୍ୟ ବିଭାଗ ଯେଉଁ ତାଲିକା ପ୍ରକାଶ କରିଛି,ସେଥିରେ ୪୨୪ ଜଣଙ୍କ ମଧ୍ୟରୁ ଖୋର୍ଧାରେ ସର୍ବାଧିକ ୧୭୭ ଜଣ ସଂକ୍ରମିତ ଥିବା ଜଣାପଡିଛି। କଟକରେ ଏହି ସଂଖ୍ୟା ୪୫କୁ ବୃଦ୍ଧି ପାଇଥିବା ବେଳେ ସୁନ୍ଦରଗଡରେ ମଧ୍ୟ ୪୦ ଜଣଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ଜଣାପଡିଛି। ଏହିକ୍ରମରେ ରାଜ୍ୟରେ ୨୦୧୯ ମସିହାରୁ ଏଯାଏ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୪୪ ହଜାର ୯୬୨ ଛୁଇଁଛି। ୨୦୭୮ ଜଣ କରୋନା ସଂକ୍ରମିତ ରୋଗୀ ଏବେ ଘରେ ବା ହସ୍ପିଟାଲରେ ଅଛନ୍ତି।

ରିପୋର୍ଟ ଅନୁସାରେ, ବରଗଡ, କଟକ, ଝାରସୁଗୁଡା, କେନ୍ଦୁଝର, ଖୋର୍ଧା, ସମ୍ବଲପୁର, ସୁନ୍ଦରଗଡ ଭଳି ୭ଟି ଜିଲ୍ଲାରେ ସଂକ୍ରମଣ ଦୁଇ ଅଙ୍କ ଉପରେ ରହିଛି। ୨୦ଟି ଜିଲ୍ଲାକୁ ସଂକ୍ରମଣ ଛୁଇଁସାରିଛି।

Leave A Reply

Your email address will not be published.