ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

0

ପାକିସ୍ତାନରେ ଆତଙ୍କୀ ଆକ୍ରମଣ । ଦକ୍ଷିଣ ପଶ୍ଚିମ ବେଲୁଚିସ୍ତାନ ପ୍ରଦେଶର କେଚ ଜିଲ୍ଲାରେ ଆତଙ୍କବାଦୀ ମାନେ ଏକ ସୁରକ୍ଷାବାହିନୀ ପୋଷ୍ଟ ଉପରେ ଆକ୍ରମଣ କରିଛନ୍ତି । ଆକ୍ରମଣରେ ୧୦ ପାକିସ୍ତାନ ସୈନିକଙ୍କ ମୃତ୍ୟୁ ହୋଇଛି । ପାକିସ୍ତାନ ସେନା ଗୁରୁବାର ଆତଙ୍କୀ ଆକ୍ରମଣ ନେଇ ସୂଚନା ଦେଇଛି ।

ପାକିସ୍ତାନ ସେନା ପକ୍ଷରୁ ମିଡିଆରେ ଏକ ବୟାନ ଦିଆଯାଇଛି ଯେ, ଆତଙ୍କବାଦୀ ମାନେ ଜାନୁଆରୀ ୨୫,୨୬ରେ ସୁରକ୍ଷାବାହିନୀଙ୍କ ଏକ ପୋଷ୍ଟ ଉପରେ ଆକ୍ରମଣ କରିଥିଲେ । ଆତଙ୍କବାଦୀଙ୍କ ପକ୍ଷରୁ ଜୋରଦାର ଗୁଳିମାଡ଼ କରାଯାଇଥିଲା ଯେଉଁଥିରେ ୧୦ ପାକ ସେନାଙ୍କ ମୃତ୍ୟୁ ହୋଇଛି । କିଛି ପାକିସ୍ତାନୀ ସୈନିକ ବି ଏଥିରେ ଆହତ ହୋଇଛନ୍ତି । ତେବେ ପାକିସ୍ତାନ ସେନା ପକ୍ଷରୁ କୁରାଯାଇଥିବା ପାଲଟା ଆକ୍ରମଣରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏବେ ଯାଏଁ କୌଣସି ସଂଗଠନ ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି ।

ମିଡିଆ ୱିଙ୍ଗ ପକ୍ଷରୁ କୁହାଯାଇଛି ଯେ, ଫଲୋଅପ କ୍ଲିୟରାନ୍ସ ଅପରେସନ ସମୟରେ ୩ ଆତଙ୍କବାଦୀଙ୍କୁ ଧରାଯାଇଥିଲା । ଇରାନ -ଆଫଗାନିସ୍ତାନ ସୀମାବର୍ତ୍ତୀ ବେଲୁଚିସ୍ତାନରେ ଦୀର୍ଘଦିନ ଧରି ହିଂସାତ୍ମକ ବିଦ୍ରୋହ ଚାଲିଆସୁଛି । ବେଲୁଚିସ୍ତାନ ବିଦ୍ରୋହୀ ଗୋଷ୍ଠୀ ପୂର୍ବରୁ ମଧ୍ୟ ଏହି ଅ ଳରେ ଚୀନ-ପାକିସ୍ତାନ ଅର୍ଥନୈତିକ ପ୍ରକଳ୍ପକୁ ଟାର୍ଗେଟ କରି ଆକ୍ରମଣ କରିଛନ୍ତି ।

Leave A Reply

Your email address will not be published.