ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ତଳମୁହାଁ ହେଉଛି କରୋନା

0

ତଳ ମୁହାଁ ହେଉଛି କରୋନା ଗ୍ରାଫ୍ । ଧୀରେ ଧୀରେ ଖସୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ୫ ହଜାରକୁ ଖସିଛି ସଂକ୍ରମଣ । ରାଜ୍ୟରେ କରୋନା ପିକ୍‌ ଛୁଇଁସାରିଥିବା ଅନୁମାନ କରାଯାଉଛି । ଗତକାଲି ଜନସ୍ୱାର୍ଥ ନିର୍ଦ୍ଦେଶକ କହିଥିଲେ , ରାଜ୍ୟରେ ଦୈନିକ ସଂକ୍ରମଣ ଖସୁଥିବାରୁ ଶୀର୍ଷ ଛୁଇଁଥାଇପାରେ । କିନ୍ତୁ କିଛି ଦିନ ଗଲେ ଏହା ସ୍ପଷ୍ଟ ଜଣାପଡିବ । ସବୁ ଜିଲ୍ଲାରୁ ବି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମୁଛି ।

ଗତକାଲି ୫ ହଜାର ୯୦୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୫ ହଜାର ୫୭ ମାମଲା ଆସିଛି । ୦ରୁ ୧୮ ବର୍ଷ ମଧ୍ୟରେ ୬୬୭ ଜଣ ଅଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୧୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୪୯୫,ସୁନ୍ଦରଗଡ଼ରୁ ୪୨୯, ନୟାଗଡ଼ରୁ ୨୧୭, ବାଲେଶ୍ୱରରୁ ୨୦୨, ନୂଆପଡାରୁ ୧୯୦, ସମ୍ବଲପୁରରୁ ୧୭୯, କଳାହାଣ୍ଡିରୁ ୧୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୨ ହଜାର ୨୨୬କୁ ବୃଦ୍ଧି ପାଇଛି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୬୪ ହଜାର ୨୧୭ ।

ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୫୬୦ରେ ପହଞ୍ଚିଛି । ଦେଶରେ ବୃଦ୍ଧି ପାଉଥିବା ସଂକ୍ରମଣ ଧୀରେ ଧୀରେ କମୁଛି । ଗତକାଲି ଅପେକ୍ଷା ଆଜି କମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟା ରେ ୨ ଲକ୍ଷ ୫୧ ହଜାର ୨୦୯ ମାମଲା ଆସିଛି । ଗୁରୁବାର ତୁଳନାରେ ପାଖାପାଖି ୩୫ ହଜାର କମ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅର୍ଥାତ ୧୨ ପ୍ରତିଶତ କମ ମାମଲା ଆସିଛି । ଦୈନିକ ସଂକ୍ରମଣ ହାର ରହିଛି ୧୫.୮୮ ପ୍ରତିଶତ ସେହିପରି ଦିନରେ କରୋନାରେ ୬୨୭ ଜଣ ଆଖିବୁଜିଛନ୍ତି । ତେବେ ଭଲ ଖବର ହେଉଛି ୨୪ ଘଣ୍ଟା ରେ ୩,୪୭,୪୪୩ ଜଣ ସୁସ୍ଥ ହୋଇଛନ୍ତି କରୋନାରୁ ।

Leave A Reply

Your email address will not be published.