ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ତଳମୁହାଁ ହେଉଛି କରୋନା

0

ତଳ ମୁହାଁ ହେଉଛି କରୋନା ଗ୍ରାଫ୍ । ଧୀରେ ଧୀରେ ଖସୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ୫ ହଜାରକୁ ଖସିଛି ସଂକ୍ରମଣ । ରାଜ୍ୟରେ କରୋନା ପିକ୍‌ ଛୁଇଁସାରିଥିବା ଅନୁମାନ କରାଯାଉଛି । ଗତକାଲି ଜନସ୍ୱାର୍ଥ ନିର୍ଦ୍ଦେଶକ କହିଥିଲେ , ରାଜ୍ୟରେ ଦୈନିକ ସଂକ୍ରମଣ ଖସୁଥିବାରୁ ଶୀର୍ଷ ଛୁଇଁଥାଇପାରେ । କିନ୍ତୁ କିଛି ଦିନ ଗଲେ ଏହା ସ୍ପଷ୍ଟ ଜଣାପଡିବ । ସବୁ ଜିଲ୍ଲାରୁ ବି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମୁଛି ।

ଗତକାଲି ୫ ହଜାର ୯୦୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୫ ହଜାର ୫୭ ମାମଲା ଆସିଛି । ୦ରୁ ୧୮ ବର୍ଷ ମଧ୍ୟରେ ୬୬୭ ଜଣ ଅଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୧୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୪୯୫,ସୁନ୍ଦରଗଡ଼ରୁ ୪୨୯, ନୟାଗଡ଼ରୁ ୨୧୭, ବାଲେଶ୍ୱରରୁ ୨୦୨, ନୂଆପଡାରୁ ୧୯୦, ସମ୍ବଲପୁରରୁ ୧୭୯, କଳାହାଣ୍ଡିରୁ ୧୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୨ ହଜାର ୨୨୬କୁ ବୃଦ୍ଧି ପାଇଛି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୬୪ ହଜାର ୨୧୭ ।

ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୫୬୦ରେ ପହଞ୍ଚିଛି । ଦେଶରେ ବୃଦ୍ଧି ପାଉଥିବା ସଂକ୍ରମଣ ଧୀରେ ଧୀରେ କମୁଛି । ଗତକାଲି ଅପେକ୍ଷା ଆଜି କମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟା ରେ ୨ ଲକ୍ଷ ୫୧ ହଜାର ୨୦୯ ମାମଲା ଆସିଛି । ଗୁରୁବାର ତୁଳନାରେ ପାଖାପାଖି ୩୫ ହଜାର କମ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅର୍ଥାତ ୧୨ ପ୍ରତିଶତ କମ ମାମଲା ଆସିଛି । ଦୈନିକ ସଂକ୍ରମଣ ହାର ରହିଛି ୧୫.୮୮ ପ୍ରତିଶତ ସେହିପରି ଦିନରେ କରୋନାରେ ୬୨୭ ଜଣ ଆଖିବୁଜିଛନ୍ତି । ତେବେ ଭଲ ଖବର ହେଉଛି ୨୪ ଘଣ୍ଟା ରେ ୩,୪୭,୪୪୩ ଜଣ ସୁସ୍ଥ ହୋଇଛନ୍ତି କରୋନାରୁ ।

Leave A Reply

Your email address will not be published.