ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ନାଜାଲ ବୁଷ୍ଟର ଡୋଜ ଟ୍ରାଏଲକୁ ଅନୁମତି

0

କରୋନା ସଂକ୍ରମଣକୁ ମାତ୍ ଦେବା ପାଇଁ ଏବେ ବୁଷ୍ଟର ଡୋଜ ଦିଆଯାଉଛି । ଦୁଇଟି ଡୋଜ ନେଇସାରିଥିବା ବ୍ୟକ୍ତି କିଭଳି ସଂକ୍ରମଣରୁ ବର୍ତ୍ତିବେ ସେଥିପାଇଁ ବୁଷ୍ଟର ଡୋଜ ଦିଆଯାଉଛି । ଏବେ ଇଞ୍ଜେକସନ ଜରିଆରେ ବୁଷ୍ଟର ଡୋଜ ଦିଆଯାଉଥିବା ବେଳେ ଖୁବ ଶୀଘ୍ର ଦେଶରେ ଉପଲବ୍ଧ ହେବ କୋଭିଡର ନାଜାଲ ଡୋଜ । ନାଜାଲ କୋଭିଡ ବୁଷ୍ଟରର ଟ୍ରାଏଲ ଲାଗି ଭାରତ ବାୟୋଟେକକୁ ଡିସିଜିଆଇ ଅନୁମତି ଦେଇଛି ।

ଡିସେମ୍ବରରେ ଭାରତ ବାୟୋଟେକ କୋଭିଡ ଟିକାର ବୁଷ୍ଟର ଡୋଜର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଆବେଦନ କରିଥିଲା । ଡିସିଜିଆଇର ବିଷୟଗତ ବିଶେଷଜ୍ଞ କମିଟି ବା ଏସଇସି ଏହି ଡୋଜର ଫେଜ-୩ ଟ୍ରାଏଲ ଲାଗି ଭାରତ ବାୟୋଟେକକୁ ଅନୁମତି ଦେଇଛନ୍ତି । ଯଦି ଏହି ଟିକାର ଟ୍ରାଏଲ ସଫଳତା ଲାଭ କରେ ତେବେ ଏହା ଦେଶର ପ୍ରଥମ ନାଜାଲ ଭ୍ୟାକସିନ ହେବ ।

ଭାରତ ସରକାରଙ୍କ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ ଅନୁଯାୟୀ, ୯ଟି ସ୍ଥାନରେ ଏହି ଭ୍ୟାକସିନର ତୃତୀୟ ପଯ୍ୟାୟ ପରୀକ୍ଷଣ ହେବ । ଭାରତ ବାୟୋଟେକ ମତରେ ଭ୍ୟାକସିନର ଡବଲ ଡୋଜ ନେଇ ସାରିଥିବା ଅଢେଇ ହଜାର ଲୋକଙ୍କ ଠାରେ ଏହି ଭ୍ୟାକସିନର କ୍ଲିନିକାଲ ଟ୍ରାଏଲ କରାଯିବ ।

ନାଜାଲ ଭ୍ୟାକସିନ ହେଉଛି ନାକରେ ଦିଆଯାଉଥିବା ଏକ ଭ୍ୟାକସିନ । ବ୍ୟକ୍ତିଙ୍କ ନାକରେ ଭ୍ୟାକସିନର କିଛି ବୁନ୍ଦା ଦିଆଯାଇ ଏହି ଟିକାକରଣ କରାଯାଏ । ଏଥିରେ ଇଞ୍ଜେକସନର ଆବଶ୍ୟକତା ପଡିନଥାଏ । ଏହି ନାଜାଲ ଡୋଜ ଯୋଗୁଁ କରୋନା ଭାଇରସ ଶରୀରରେ ପ୍ରବେଶ କରିପାରିନଥାଏ । ଓମିକ୍ରନ ପରି ମାରାତ୍ମକ ଭୂତାଣୁର ମୁକାବିଲା ଲାଗି ସକ୍ଷମ ହୋଇପାରିବ ଏହି ନାଜାଲ ଡୋଜ ।

Leave A Reply

Your email address will not be published.