ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଫେବୃଆରିରେ ବ୍ୟାଙ୍କ କର୍ମଚାରୀ ମନାଇବେ ଖୁସି

0

ଆରମ୍ଭ ହେବାକୁ ଯାଉଛି ଫେବୃଆରି ମାସ । ଯଦି ଆପଣଙ୍କର ଆସନ୍ତା ମାସରେ କୌଣସି ବ୍ୟାଙ୍କ କାମ ରହିଛି ତେବେ ବ୍ୟାଙ୍କକୁ ଯିବା ପୂର୍ବରୁ ଏହି ତାରିଖକୁ ଧ୍ୟାନ ଦିଅନ୍ତୁ । କାରଣ ଫେବୃଆରି ରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ ।

ପ୍ରଥମ ସପ୍ତାହରେ ହିଁ ଛୁଟି। ଫେବୃଆରି ଆରମ୍ଭରୁ ହିଁ ୨ ତାରିଖରେ ବ୍ୟାଙ୍କ ଛୁଟି ରହିବ । ଏହି ଦିନ ସୋନମ ଲୋସର ଉତ୍ସବ ରହିଛି । କିନ୍ତୁ ଏହି ଛୁଟି ମୁଖ୍ୟତଃ ସିକିମ୍ ରାଜ୍ୟର ହେବ । ଏହା ପରେ ଫେବୃଆରି ୫ ତାରିଖରେ ବସନ୍ତ ପଞ୍ଚମୀ ଅର୍ଥାତ ସରସ୍ୱତୀ ପୂଜା ରହିଛି । ଶନିବାରେ ପଡୁଥିବା ସରସ୍ୱତୀ ପୂଜା ପାଇଁ ଓଡିଶା ,ହରିୟାଣା, ପଞ୍ଜାବ,ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ବ୍ୟାଙ୍କ ବନ୍ଦ ରହିବ । ଫେବୃଆରି ୬ରେ ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ ।

ବ୍ୟାଙ୍କରେ ଦ୍ୱିତୀୟ ଓ ଚତୃର୍ଥ ଶନିବାର ଛୁଟି ରହିଥାଏ । ତେଣୁ ଫେବୃଆରି ୧୨ରେ ଦ୍ୱିତୀୟ ଶନିବାର ପଡୁଛି । ଏହା ସହ ଫେବୃଆରି ୧୩ରେ ମଧ୍ୟ ରବିବାର ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ । ଫେବୃଆରି ୧୫ରେ ହଜରତ ଅଲ୍ଲୀ ଜୟନ୍ତୀ ପଡୁଛି । ଏଥିପାଇଁ ଉତ୍ତରପ୍ରଦେଶରେ ବ୍ୟାଙ୍କ ବନ୍ଦ ରହିବ । ମଣିପୁରରେ ମଧ୍ୟ ସେହିଦିନ ଲୁଇ-ନଗାଇ-ନୀ ଉତ୍ସବ ପଡୁଥିବାରୁ ବ୍ୟାଙ୍କ ବନ୍ଦ ।

୧୬ ଫେବୃଆରି ଗୁରୁ ରବିଦାସ ଜୟନ୍ତୀ । ଏହି ଦିନ ଚଣ୍ଡୀଗଡ଼, ହିମାଚଳପ୍ରଦେଶ, ହରିୟାଣା ଓ ପଞ୍ଜାବରେ ବ୍ୟାଙ୍କ ଛୁଟି ରହିବ । ଫେବୃଆରି ୧୮ରେ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ଡୋଲଯାତ୍ରା ଉତ୍ସବ ମନାଯାଏ । ତେଣୁ ସେହିଦିନ ସେଠାରେ ବ୍ୟାଙ୍କ ବନ୍ଦ ରହିବ । ୧୯ ଫେବୃଆରି ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ।ମହାରାଷ୍ଟ୍ରରେ ବହୁ ଧୁମଧାମରେ ଏହାକୁ ପାଳନ କରାଯାଏ । ସେହିଦିନ ସେଠାରେ ବ୍ୟାଙ୍କ ଛୁଟି ରହିବ । ଫେବୃଆରି ୨୦ରେ ରବିବାର ସେହିଦିନ ବ୍ୟାଙ୍କ ବନ୍ଦ ରହିବ । ୨୬ ଓ ୨୭ ଫେବୃଆରିରେ ମଧ୍ୟ ଶନିବାର ଓ ରବିବାର ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ । ଏହିପରି ଭାବେ କହିବାକୁ ଗଲେ ଫେବୃଆରି ମାସରେ ମୋଟ ୧୨ ଦିନ ବ୍ୟାଙ୍କ ଛୁଟି ରହିବ ।

Leave A Reply

Your email address will not be published.