ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

୧୨ ଘଣ୍ଟାରେ ୫ ଆତଙ୍କବାଦୀ ନିହତ

0

ଜମ୍ମୁ-କାଶ୍ମୀର ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ସୁରକ୍ଷାକର୍ମୀ ଗତ ୨୪ ଘଣ୍ଟାରେ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବା ଓ ଜୈସ-ଏ-ମହମ୍ମଦର ୫ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦର କମାଣ୍ଡର ଜାହିଦ ୱାନି ଏବଂ ଆଉ ଏକ ପାକିସ୍ତାନ ଆତଙ୍କବାଦୀ ସାମିଲ ଅଛି । କାଶ୍ମୀର ଆଇଜିପି ଏହାକୁ ସୁରକ୍ଷାକର୍ମୀଙ୍କ ବଡ଼ ସଫଳତା ବୋଲି କହିଛନ୍ତି ।

ଜମ୍ମୁ-କାଶ୍ମୀର ଡିଜିପି କହିଛନ୍ତି ଯେ, ଶନିବାର ରାତିରେ ବଡ଼ଗାମ ଜିଲ୍ଲାର ଚରାରେସିର୍ଫ, ପୁଲୱାମା ଜିଲ୍ଳାରେ ନାୟରାରେ ସୁରକ୍ଷାକର୍ମୀ ଅପରେସନ ଚଲାଇଥିଲେ । ଏହି ଅପରେସନରେ ହିଁ ବଡ଼ଗାମରେ ଜଣେ ଓ ପୁଲୱାମାରେ ୪ଜଣ ଆତଙ୍କୀଙ୍କୁ ସୁରକ୍ଷାକର୍ମୀ ନିହତ କରିଛନ୍ତି । ଜାହିଦ ମଞ୍ଜୁର ୱାନି ଜମ୍ମୁ କାଶ୍ମୀରରେ ଜୈସର ମୁଖ୍ୟ କମାଣ୍ଡର ଥିଲା । ଜାହିଦ ଲେଟପୁର ଘଟଣାରେ ମଧ୍ୟ ସାମିଲ ଥିଲା । ଯେଉଁଥିରେ ଫେବୃଆରୀ ୧୪ ୨୦୧୯ରେ ସିଆରପିଏଫର ୪୦ରୁ ଅଧିକ ଯବାନ ସହିଦ ହୋଇଥିଲେ । ଜାହିଦ ୱାନିର ପରିଚୟ ମିଳିଥିବା ବେଳେ ନିହତ ଅନ୍ୟ ଆତଙ୍କୀଙ୍କର ପରିଚୟ ଠାବ କରାଯାଉଛି । ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଥିବା ପୁଲିସ ପକ୍ଷରୁ ଖବର ମିଳିଛି ।

Leave A Reply

Your email address will not be published.