ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

ଦୁଇ ମାସ ଭିତରେ ସ୍କୁଲ ଖୋଲ’

0

ଆସନ୍ତା ୨ ମାସ ଭିତରେ ସ୍କୁଲ ଖୋଲ । ୨ ମାସ ଭିତରେ ସ୍କୁଲ ଖୋଲିବାକୁ ରାଜ୍ୟସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ କଟକଣା ଭିତରେ କିଭଳି ସ୍କୁଲ ଖୋଲାଯାଇ ପିଲାଙ୍କ ପାଠପଢା ହୋଇପାରିବ ସେ ନେଇ ରାଜ୍ୟ ସରକାର କୋର୍ଟଙ୍କୁ ଜଣାଇବେ । କୋଭିଡ କଟକଣାରେ ସ୍କୁଲ ଖୋଲିବା ନେଇ ହାଇକୋର୍ଟରେ ଆବେଦନ ହୋଇଥିଲା । ଆବେଦନ ଆଧାରରେ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ଏବେ କରୋନା ଦୈନିକ ସଂକ୍ରମଣ ଖସିବାରେ ଲାଗିଛି । ଧିରେ ଧିରେ କଟକଣା କୋହଳ କରାଯାଉଛି । ସିନେମା ହଲ, ସପିଂ ମଲ,ବଜାର ଖୋଲିଲାଣି । କିନ୍ତୁ ସ୍କୁଲ ଖୋଲିବା ନିଷ୍ପତ୍ତି ଏଯାଏ ନିଆଯାଇନି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା ଦୁଇ ବର୍ଷ ହେଲା ସ୍କୁଲ ଯାଇନାହାନ୍ତି । ଦୁଇ ବର୍ଷ ହେଲା ପିଲାଙ୍କ ପାଠପଢାରେ ମଧ୍ୟ ଡୋରି ଲାଗିଛି । ଆଗକୁ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ମଧ୍ୟ ରହିଛି । ହାତରେ କମ ସମୟ ଥିବାରୁ ସିଲାବସ ମଧ୍ୟ ସରିନାହିଁ । ସିଲାବସ ପାଠ କେବେ ସରିବ, ପିଲାମାନେ କିଭଳି ପରୀକ୍ଷା ଦେବେ ସେ ନେଇ ଚିନ୍ତାରେ ଅଭିଭାବକ ଅଛନ୍ତି । ତେଣୁ ତୁରନ୍ତ ସ୍କୁଲ ଖୋଲିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

Leave A Reply

Your email address will not be published.