ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

0

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଟକା । ଭରତୀୟ କ୍ରିକେଟ ଟିମରେ ପଶିଲା କରୋନା । ଟିମ ଇଣ୍ଡିଆର ୪ କ୍ରିକେଟର କରୋନା ଆକ୍ରାନ୍ତ ହୋଇଛନ୍ତି । ଓପନର ଶିଖର ଧାୱନ, ରିଜର୍ଭ ଓପନର ଋତୁରାଜ ଗାଏକୱାଡ, ମିଡିଲ ଅର୍ଡର ବ୍ୟାଟସମ୍ୟାନ ଶ୍ରେୟସ ଆୟାର,ନବଦୀପ ସଇନି ପଜିଟିଭ ଚିହ୍ନଟ ହୋଇଛନ୍ତି । ଖେଳାଳୀଙ୍କ ସହ ୩ ସପୋର୍ଟିଂ ଷ୍ଟାଫ ମଧ୍ୟ କରୋନା ସଂକ୍ରମିତ ଥିବା ଜଣାପଡିଛି । ଆକ୍ରାନ୍ତ ଚିହ୍ନଟ ହୋଇଥିବା ଖେଳାଳି ଓ ସପୋର୍ଟିଂ ଷ୍ଟାଫ ସମସ୍ତ ୭ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି । ପୁଣି କୋଭିଡ ଟେଷ୍ଟ ପରେ ଚୂଡାନ୍ତ ନିଷ୍ପତ୍ତି ନେବେ ବିସିସିଆଇ । ଏମାନେ ଏକ ସପ୍ତାହ ସଙ୍ଗରୋଧରେ ରହିବେ,ତେଣୁ ପ୍ରଥମ ଦିନିକିଆ ମ୍ୟାଚ ଖେଳିବା ସମ୍ଭାବନା ନାହିଁ । ସେମାନଙ୍କ ସ୍ଥାନରେ ଏମ ଶାହାରୁଖ ଖାନ,ଆର ସାଇକିଶୋର, ରିଷି ଧାୱନଙ୍କୁ ସୁଯୋଗ ମିଳିପାରେ ।

ଭାରତୀୟ ଦଳ ଖେଳାଳି ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପାଇଁ ଅହମ୍ମଦାବାଦରେ ପହଞ୍ଚିଛନ୍ତି । ଏଠାରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ । ଆସନ୍ତା ୬ ତାରିଖରେ ଅହମ୍ମଦାବାଦରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବ । ତିନି ମ୍ୟାଚର ଦିନିକିଆ ସିରିଜ ପାଇଁ ଭାରତୀୟ କ୍ରିକେଟ କେଣ୍ଟ୍ରୋଲ ବୋର୍ଡ ୧୮ ଜଣିଆ ଦଳ ଘୋଷଣା କରିଥିଲା । ପରେ ଦଳରେ ଆଉ ଦୁଇ ଜଣ ଖେଳାଳିଙ୍କୁ ରିଜର୍ଭ ଭାବେ ସାମିଲ କରାଯାଇଛି । ତେବେ ଏମିତି ସ୍ଥିତିରେ ବିସିସିଆଇ କଣ ନିଷ୍ପତ୍ତି ନେଉଛି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.