ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଲତାଙ୍କ ଦେହାନ୍ତରେ ଦେଶ ସ୍ତବ୍ଧ; ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା

0

ମୁମ୍ବାଇ: ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶ ସ୍ତବ୍ଧ ହୋଇଯାଇଛିଛ। ଲତାଙ୍କ ଦେହାନ୍ତରେ ପୁରା ଦେଶରେ ଶୋକର ଛାୟା ଖେଳିଯାଇଛି। ସୁର ସାମ୍ରାଜ୍ଞୀଙ୍କ ପରଲୋକରେ କେନ୍ଦ୍ର ସରକାର ଦୁଇ ଦିନିଆ ରାଷ୍ଟୀୟ ଶୋକ ଘୋଷଣା କରିଛନ୍ତି। ଦୁଇ ଦିନ ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା।

ଲତାଙ୍କ ପରେଡ ରୋଡ ବାସଭବନରେ ତାଙ୍କର ଶେଷ ଦର୍ଶନ କରିପାରିବେ ଲୋକେ। ଶେଷ ଦର୍ଶନ ପରେ ଅପରାହ୍ନ ସାଢେ ୪ଟାରେ ଅନ୍ତିମ ସଂସ୍କାର କରାଯିବ। ଶିବାଜୀ ପାର୍କରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପର୍ଣ୍ଣ ହେବ। ଲତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ,ଏଭଳି ଶଦ୍ଦ ଲେଖିବାକୁ କଷ୍ଟ ହେଉଛି ଯେ, ଲତା ଦିଦି ଆମ ସମସ୍ତଙ୍କୁ ଛାଡି ଚାଲିଗଲେ। ଲତା ଦିଦିଙ୍କ ପରଲୋକରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାହା କେବେ ପୂରଣ ହୋଇପାରିବ ନାହିଁ। ଆଗାମୀ ପିଢି ଲତାଙ୍କୁ ମନେ ରଖିବେ। ଫିଲ୍ମ ସହ ଦେଶର ବିକାଶକୁ ନେଇ ମଧ୍ୟ ଲତା ବେଶ ଚିନ୍ତିତ ଥିଲେ। ସେ ସବୁବେଳେ ମଜଭୁତ ଓ ବିକଶିତ ଭାରତର ସ୍ୱପ୍ନ ଦେଖୁଥିଲେ। ମୁଁ ନିଜକୁ ଭାଗ୍ୟଶାଳୀ ମନେ କରୁଛି ଯେ, ଲତା ଦିଦିଙ୍କ ସ୍ନେହ ମୋତେ ମିଳିଥିଲା। ଏବଂ ତାଙ୍କ ସହ ସାକ୍ଷାତ ସବୁବେଳେ ମନେ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

Leave A Reply

Your email address will not be published.