ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍‌

0


ଦେଶରେ ଏବେ କରୋନା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ତଳେ ରହିଛି । ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି ।କିନ୍ତୁ ଚିନ୍ତାର ବିଷୟ ହେଉଛି ଯେ, ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି । ଏବେ ବି ପ୍ରତିଦିନ ହଜାରେ ଉପରେ ସଂକ୍ରମିତଙ୍କ ମୃତ୍ୟୁ ହେଉଥିବା ତଥ୍ୟ ଦିଆଯାଉଛି । ରାଜ୍ୟରେ ମଧ୍ୟ କରୋନା ମୃତକଙ୍କ ସଂଖ୍ୟା ପ୍ରତିଦିନ ୨୦ ଉପରେ ରହୁଛି । ଦେଶରେ ଗତ ୨୪ ଘଣ୍ଟା ରେ ୭୧ ହଜାରରୁ ଅଧିକ ନୂଆ ମାମଲା ଆସିଛି ।

ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ, ଦେଶରେ ଆଜି ୭୧ ହଜାର ୩୬୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଗତକାଲି ତୁଳନାରେ ୫.୬ ପ୍ରତିଶତ ଅଧିକ । ଦୈନିକ ସଂକ୍ରମଣ ହାର ରହିଛି ୪.୫୪ ପ୍ରତିଶତ । ସାପ୍ତାହିକ ସଂକ୍ରମଣ ହାର ରହିଛି ୭.୫୭ % । ସେହିପରି ଦିନକରେ ଦେଶରେ ୧୨ ଶହ ୧୭ ଜଣଙ୍କ ମୃତ୍ୟୁ ହୋଇଛି । କେରଳରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ରେ କେରଳରୁ ୨୯ ହଜାର ୪୭୧ ମାମଲା ସାମନାକୁ ଆସିଥିବା ବେଳେ ମହାରାଷ୍ଟ୍ରରେ ୬ ହଜାର ୧୦୭,ତାମିଲନାଡୁରେ ୪ ହଜାର ୫୧୯, କର୍ଣ୍ଣାଟକରେ ୪ ହଜାର ୪୫୨,ରାଜସ୍ଥାନରେ ୩ ହଜାର ୪୧୧, ମାମଲା ସାମନାକୁ ଆସିଛି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟରୁ ଏହି ୫ ରାଜ୍ୟରୁ ୬୭.୨୧ ପ୍ରତିଶତ ମାମଲା ଆସିଛି ।

ସେହିପରି ରାଜ୍ୟରେ ୨୪ ଘଣ୍ଟା ରେ ୧୭ ଶହ ୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।୧୮ ବର୍ଷରୁ କମ ୩୨୩ ଜଣ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୫୭ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୭୯, ବାଲେଶ୍ୱରରୁ ୫୪, ବରଗଡରୁ ୧୭, ଭଦ୍ରକରୁ ୨୨, ବଲାଙ୍ଗୀରରୁ ୩୧,ବୌଦ୍ଧରୁ ୨୯, କଟକରୁ ୧୦୪, ଦେଓଗଡ଼ରୁ ୪୬, ଢେଙ୍କାନାଳରୁ ୪୯ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ଆଉ ୨୨ ଜଣ କରୋନାରେ ମୃତ୍ୟୁ ନେଇ ତଥ୍ୟ ଦିଆଯାଇଛି । ମୃତକଙ୍କ ମଧ୍ୟରେ ଭୁବନେଶ୍ୱରରୁ ୧୪ ଜଣ ଥିବା ବେଳେ ଅନୁଗୁଳରୁ ୨ ଜଣ ଅଛନ୍ତି । ସୁନ୍ଦରଗଡ,ମୟୂରଭଞ୍ଜ,କନ୍ଧମାଳ, ଜଗତସିଂହପୁର, ଢେଙ୍କାନାଳ, ବଲାଙ୍ଗୀରରୁ ଜଣେ ଲେଖାଁଏ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୭୯୭କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.