ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ପିଟିଲେ ଡାକ୍ତର

0

ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଗୋଡାଇ ଗୋଡାଇ ପିଟିଲେ ଡାକ୍ତର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । କଳାହାଣ୍ଡି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ଏଭଳି ଉନ୍ମ୍‌ତ କାଣ୍ଡ ଦେଖିବାକୁ ମିଳିଥିବା ବେଳେ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଗତକାଲି ଡାକ୍ତରଖାନାରେ ରାତି ଡ୍ୟୁଟିରେ ଥିଲେ ଡାକ୍ତର ଶୈଳେଶ କୁମାର ଦୋରା । ଧର୍ମଗଡ଼ ବସ୍ତିପଡ଼ାର ଜଣେ ରୋଗୀ ପେଟର ଯନ୍ତ୍ରଣା ହେଉଥିବା ନେଇ ଡାକ୍ତରଖାନାକୁ ଆସିଥିଲେ । ହେଲେ ଡାକ୍ତର ନଥିବାରୁ ସେ ଡାକ୍ତର କୁଆଡେ ବୋଲି ପଚରାଉଚରା କରିଥିଲେ । ଏତିକିବେଳେ ଡାକ୍ତର ଆସି ତାଙ୍କୁ କାହିଁ ପାଟି କରୁଛ ବୋଲି କହି ପାଟିତୁଣ୍ଡ କରିଥିଲେ । ଯାହାକୁ ନେଇ ଭଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଉଭୟଙ୍କ ମଧ୍ୟରେ ବଚସା ଏତେ ବଢିଯାଇଥିଲେ ଯେ ଉଭୟ ହାତାହାତି ହୋଇଯାଇଥିଲେ । ଏହା ପରେ ଡାକ୍ତର ଜଣକ ଉତ୍ତ୍ୟକ୍ତ ହୋଇ ରୋଗୀଙ୍କୁ ବାଡେଇଥିବା ଅଭିଯୋଗ ହୋଇଛି । ଡାକ୍ତର ଜଣକ ବାଡି ସାହାଯ୍ୟରେ ରୋଗୀଙ୍କୁ ପିଟିବା ପରେ ରୋଗୀ ମଧ୍ୟ ପ୍ରତି ଆକ୍ରମଣ କରିଥିଲେ । ଫଳରେ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା । ଶେଷରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଡାକ୍ତରଙ୍କୁ ଥାନାକୁ ନେଇଥିଲା । ରୋଗୀ ଓ ଡାକ୍ତର ଉଭୟ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ରୋଗୀ ଓ ଡାକ୍ତଙ୍କ ମଧ୍ୟରେ ଏହି ହାତାହାତି ହେବାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

Leave A Reply

Your email address will not be published.