ପ୍ରମୁଖ ଖବର

ଗଜପତି: ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ
ଏପ୍ରିଲ୍‌ ୧୫ ମଙ୍ଗଳବାର ଠାରୁ, ଓଡ଼ିଶାର ଉପକୂଳରେ ବାର୍ଷିକ ୬୦ ଦିନିଆ ଅର୍ଥାତ୍ ୨ ମାସିଆ ମାଛ ଧରିବା ନିଷେଧ
ଓଡ଼ିଶାର କାଗଜବିହୀନ ବିଧାନସଭା ପ୍ରକ୍ରିୟା ଅଧ୍ୟୟନ କରିବା ପାଇଁ ଦିଲ୍ଲୀ ବାଚସ୍ପତି ଭୁବନେଶ୍ୱର ଆସିବେ
ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ
ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ
ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ,ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ

ଗିରଫ ହୋଇପାରନ୍ତି ଶର୍ମିଷ୍ଠା, ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଖାରଜ

0

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତ ଖୁବ ଶୀଘ୍ର ଗିରଫ ହୋଇପାରନ୍ତି । ତେବେ ହାଇକୋର୍ଟରେ ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଛି । ଗିରଫଦାରୀକୁ ଏଡାଇବା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ଶର୍ମିଷ୍ଠା । ଓଡିଶା ହାଇକୋର୍ଟ ଜାମିନ ଆବେଦନ ଖାରଜ କରିଦେଇଛନ୍ତି ।

ମାନସ ସ୍ୱାଇଁ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଧରିବାରେ ପୁଲିସ ଏଯାଏ ବିଫଳ ହୋଇଛି । ହତ୍ୟାକାଣ୍ଡ ପରଠୁ ଶର୍ମିଷ୍ଠା ଫେରାର ଥିବା ବେଳେ ପୁଲିସ ତାଙ୍କ ପତ୍ତା ପାଉନାହିଁ । ଗତକାଲି ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଗିରଫ ହେବା ପରେ ଶର୍ମିଷ୍ଠାଙ୍କ ସହ ଅଡୁଆ ଆହୁରି ବଢିଯାଇଛି । ଶର୍ମିଷ୍ଠାଙ୍କ ସହ ଆଉ ଜଣେ ମହିଳା ସହଯୋଗୀଙ୍କୁ ଖୋଜୁଛି ପୁଲିସ । ସେମାନଙ୍କୁ ଗିରଫ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

ମାନସ ହତ୍ୟା ମାମଲାରେ ଏଯାଏ ୫ ଜଣଙ୍କୁ ଗିରଫ କଲାଣି ପୁଲିସ । ଗତକାଲି ପୂର୍ବତନ ଓଆଇଏସ ନିରଞ୍ଜନ ସେଠୀ ଓ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା । ଏମାନଙ୍କୁ ରିମାଣ୍ଡରେ ନେବାକୁ ପୁଲିସ ଆବେଦନ କରିବ । ରିମାଣ୍ଡରେ ନେଇ ପୁରା ଘଟଣା ପଛରେ ଆଉ କେଉଁ ମାନଙ୍କ ସଂପୃକ୍ତି ଅଛି ଏବଂ କାହିଁକି ମାନସଙ୍କୁ ହତ୍ୟା କଲେ ସେ ନେଇ ପଚରାଉଚରା କରାଯିବ । ତେବେ ଏକ ଚିପ୍ ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ଏହି ଚିପ୍‌ରେ କଣ ଥିଲା ଯାହା ପାଇଁ ମାନଓ ସ୍ୱାଇଁଙ୍କୁ ହତ୍ୟା କରାଗଲା ତାହା ଜଣାପଡିନାହିଁ । ମାନସ ଫେବୃଆରି ୬ ତାରିଖରେ ଏକ ବାହାଘରରେ ଭିଡିଓ ସୁଟିଂ କରିବାକୁ ଯାଇଥିଲେ । ତା ପରଦିନ ସକାଳେ ଭୂବନେଶ୍ୱର ଫେରୁଥିବା ବେଳେ ଅଧାବାଟରୁ ତାଙ୍କୁ ଅପହରଣ କରି ଦୟାଲ ଆଶ୍ରମ ଆଣିଥିଲେ । ସେଠାରେ ଆଣି ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ । ମାଡ଼ ମାରିବା ପରେ ସେଠାରେ ମାନସଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ତାଙ୍କ ମୃତଦେହକୁ ନେଇ ନୟାଗଡ଼ ବଧିପାଟଣା ପାହାଡ଼ ତଳେ ପୋତିଦେଇଥିଲେ ।

Leave A Reply

Your email address will not be published.