ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଆଜି ୟୁକ୍ରେନ ସୀମାନ୍ତ ପୋଲାଣ୍ଡ ପହଞ୍ଚିବେ ବାଇଡେନ୍‌

0

ୟୁକ୍ରେନ-ଋଷ ଯୁଦ୍ଧ ଭିନ୍ନ ମୋଡ଼ ନେଇପାରେ । କାରଣ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୋଲାଣ୍ଡ ପହଞ୍ଚିବେ । ଏହି ଗସ୍ତର ଗୁରୁତ୍ୱ ଅନେକ ରହିଛି । କାରଣ ପୋଲାଣ୍ଡ ସୀମା ନେଇ ୟୁକ୍ରେନକୁ ସହାୟତା ପହଞ୍ଚୁ ଥିବାରୁ ଋଷ ଟାର୍ଗେଟରେ ପୋଲାଣ୍ଡ ରହିଛି । ପୋଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ ବାଇଡେନ ଆଲୋଚନା କରି ଋଷ ବିରୋଧରେ ଲଗାଯାଇଥିବା କଟକଣାକୁ ଆହୁରି କଡା କରିବା କରିବା ପାଇଁ ପଦକ୍ଷେପ ନେବେ ବୋଲି ଜଣାପଡିଛି । ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ମାସେ ପୁରିଥିବା ବେଳେ କେହି କାହା ଆଗରେ ମୁଣ୍ଡ ନୁଆଁଇବାକୁ ନାରାଜ ।

ୟୁକ୍ରେନର ବିଭିନ୍ନ ସହର ଉପରେ ଋଷ ଘନ ଘନ ମିସାଇଲ ମାଡ଼ କରୁଛି । ଋଷ ୟୁକ୍ରେନକ ବାରମ୍ବାର ପରମାଣୁ ଆକ୍ରମଣ ଭୟ ଦେଖାଉଛି । ସେପଟେ ନାଟୋର ଜରୁରୀ ବୈଠକରେ ଯୋଗ ଦେଇ ଜି ସେଭେନେ ରାଷ୍ଟ୍ର ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି । ବାଇଡେନ କହିଛନ୍ତି, ଋଷ ଯଦି କେମିକାଲ ବା ରାସାୟନିକ ଅସ୍ତ୍ର ପ୍ରୟୋଗ ନେଇ ପ୍ରମାଣ ମିଳେ ତେବେ ସେମାନେ ଚୁପ ବସିବେନି । ନାଟୋ କେବେ ହେଲେ ଚୁପ ବସିବନି ବାଇଡେନ ଚେତାବନୀ ଦେଇଛନ୍ତି । ନାଟୋର ହେଡ଼କ୍ୱାର୍ଟର ବେଲଜିୟମର ବ୍ରସେଲନ୍ସ ଆୟୋଜିତ ସମ୍ମିଳନୀରେ ଯୋଗ ଦେଇ ବାଇଡେନ ଏହା କହିଛନ୍ତି । ଏପଟେ ଆମେରିକା ପ୍ରତ୍ୟକ୍ଷ ଯୁଦ୍ଧରେ ସାମିଲ ହେବ ନାହିଁ କହିଥିବା ବେଳେ ଋଷ ବିରୋଧରେ ପରୋକ୍ଷରେ ଯୁଦ୍ଧ ପାଇଁ ବ୍ୟାପକ ପ୍ରସ୍ତୁତି କରିଦେଇଛନ୍ତି ବାଇଡେନ ।

Leave A Reply

Your email address will not be published.