ଚାଲିଛି ପୌର ନିର୍ବାଚନ ଭୋଟ ଗଣତି। ସକାଳୁ ଗଣତି ଆରମ୍ଭ ହୋଇଥିବା ବେଳେ ଆସିଛି ଟ୍ରେଣ୍ଡ ପରେ ଟ୍ରେଣ୍ଡ । ରାଜ୍ୟର ଅଧିକାଂଶ ଏନଏସି,ପୌରାଞ୍ଚଳରେ ବିଜେଡି ଆଗରେ ରହିଛି । ବିରୋଧୀ ବହୁ ପଛରେ ପଡିଯାଇଛନ୍ତି । ଦିନ ୧୦ଟା ସୁଦ୍ଧା ଟ୍ରେଣ୍ଡ ଅନୁସାରେ ୭୧ଟି ଆସନରେ ବିଜେଡି ଆଗୁଆ ରହିଛି । ବିଜେପି ୧୭ଟି ଆସନରେ ଆଗେଇ ଚାଲିଛି । କଂଗ୍ରେସ ୭ଟି ଆସନରେ ଆଗୁଆ ଥିବା ବେଳେ ସ୍ୱାଧୀନ ପ୍ରାର୍ଥ ୧୦ ଆସନରେ ଆଗୁଆ ରହିଛନ୍ତି । ସେହିପରି ଯାଜପୁର ଓ ବୌଦ୍ଧରେ ଏନଏସି ଅଧ୍ୟକ୍ଷ ପଦ ହାତେଇଛି ବିଜେଡି । ଯାଜପୁରରେ ବିଜେଡିର ରଞ୍ଜୁଲତା ହୋତା ବିଜୟୀ ହୋଇଥିବା ବେଳେ ବୌଦ୍ଧରେ ବିଜେଡିର ମୃତ୍ୟୁଞ୍ଜୟ ମିଶ୍ର ବିଜୟୀ ହୋଇଛନ୍ତି । ବୌଦ୍ଧରେ ସମୁଦ୍ରାୟ ୧୭ଟି ୱାର୍ଡ ମଧ୍ୟରୁ ୧୫ରେ ବିଜେଡି ବିଜୟୀ ଥିବା ବେଳେ ବିଜେପିକୁ ୨ଟି ୱାର୍ଡ ମିଳିଛି ।
ପ୍ରମୁଖ ଖବର
ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର