ପ୍ରମୁଖ ଖବର

ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବ-ମୁଖ୍ୟମନ୍ତ୍ରୀ
ମହିଳାଙ୍କୁ ସରାକରଙ୍କ ରାକ୍ଷୀ ଭେଟି, ଆସିଲା ସୁଭଦ୍ରାର ୩ୟ କିସ୍ତି ଟଙ୍କା
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲରେ ଶୁକ୍ରବାର ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ
କୋରାପୁଟରେ ସ୍କୁଲ ଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ
ଆତଙ୍କବାଦୀଙ୍କ ଗୁଳିବିନିମୟରେ ୨ ଯବାନ ଶହିଦ, ୧୦ ଆହତ
ରାଜଧାନୀରେ ଅଘଟଣ: ୧୦୦ ଫୁଟ ଲମ୍ବା କାନ୍ଥ ଭୁଶୁଡ଼ି, ୭ ମୃତ
କ୍ରୀଡ଼ାର ପ୍ରସାର ପାଇଁ ଜିନ୍ଦଲ ଫାଉଣ୍ଡେସନକୁ ଫିକି ପକ୍ଷରୁ ସ୍ପେଶାଲ ଆପ୍ରିସିଏସନ ଆଓ୍ୱାର୍ଡ

ସଂସଦରେ ଉଠିଲା ପୁରୀ ଐତିହ୍ୟ କରିଡର ପ୍ରସଙ୍ଗ, ଅପରାଜିତା – ପିନାକୀ ମୁହାଁମୁହିଁ

0

ପୁରୀ ଐତିହ୍ୟ କରିଡରକୁ ନେଇ ମୁହାଁମୁହିଁ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଆଜି ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗକୁ ସଂସଦରେ ଉଠାଇଛନ୍ତି । ଶ୍ରୀମନ୍ଦିର ଚାରିପଟେ ଚାଲିଥିବା ଖନନକୁ ବିରୋଧ କରିଛନ୍ତି ଅପରାଜିତା । ଶୀଘ୍ର ଏହାକୁ ବନ୍ଦ କରିବା ସହ ସଂସ୍କୃତି ମନ୍ତ୍ରାଳୟ ଏଥିରେ ହସ୍ତକ୍ଷେପ କରିବାକୁ ସେ ଦାବି କରିଛନ୍ତି । ସେପଟେ ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ନଥିବା ବିଜେଡି ସାଂସଦ ପିନାକୀ ମିଶ୍ର କହିଛନ୍ତି । ଜଗନ୍ନାଥ ମନ୍ଦିର ଆମ ସମସ୍ତଙ୍କ ମୂଲ୍ୟବାନ ସମ୍ପତ୍ତି। ଏହାକୁ ରକ୍ଷା କରିବା ଆମ ସମସ୍ତଙ୍କ ଦାୟିତ୍ୱ ।

ଆମସର ଆକ୍ଟ ୧୯୫୮ ନିୟମାବଳିକୁ ନେଇ ପ୍ରଶ୍ନ କରିଛନ୍ତି ଅପରାଜିତା । । ଆମସର ଆକ୍ଟ ୧୯୫୮ ନିୟମାବଳି ଅନୁସାରେ ଐତିହାସିକ ସ୍ଥଳର ୧୦୦ ମିଟର ଭିତରେ କୌଣସି ନିର୍ମାଣ କାମ ହୋଇପାରିବ ନାହିଁ । ପରବର୍ତ୍ତି ୨୦୦ ମିଟର ପରିଧି ଭିତରେ କାମ କରାଗଲେ ଏଏସଆଇ ଓ ଏନଏମଏର ଅନୁମତି ନେବାର ଆବଶ୍ୟକତା ରହିଛି । ଐତିହ୍ୟ କରିଡର ପାଇଁ ଏକ କମିଟି ଗଠନ କରାଯାଇଥିଲା । ଯେଉଁଥିରେ ଏଏସଆଇର କୌଣସି ସଦସ୍ୟଙ୍କୁ ରଖାଯାଇନଥିଲା । ନିର୍ମାଣ କାମରେ କଣ ପ୍ରଭାବ ପଡିବ ତାହା ବିଶ୍ଲେଷଣ କରାଗଲାନି ।ଜିପିଆର ସର୍ଭେ ମଧ୍ୟ କରାଯାଇନି ।

ତେଣ ତୁରନ୍ତ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ ପାଇଁ ଦାବି କରିଛନ୍ତି ଅପରାଜିତା । ସେପଟେ ସଂସଦରେ ଏହାର ଜବାବ ରଖିଛନ୍ତି ପିନାକୀ ମିଶ୍ର । ଏନଏମଏର ଏନଓସିରେ ପ୍ରକଳ୍ପ କାମ ହେଉନି । କୌଣସି ଖନନ କାମ ହେଉନି । କେବଳ ୪ଟି ଟଏଲେଟ ତିଆରି ହେଉଛି । ମନ୍ଦିର ଉପରେ କୌଣସି ବିପଦ ଆସିବାର ନାହିଁ । ଓଡିଶାରେ କୌଣସି ବେଆଇନ କାମ ହୁଏ ନାହିଁ । ସେଥିପାଇଁ ନବୀନ ସରକାର ୨୨ ବର୍ଷ ଧରି ରହିଛି ବୋଲି ପିନାକୀ ମିଶ୍ର କହିଛନ୍ତି ।

Leave A Reply

Your email address will not be published.