ମାସ ଆରମ୍ଭରୁ ମହଙ୍ଗା ମାଡ଼ । ନୂଆ ମାସ ଆରମ୍ଭ ହେଉ ହେଉ ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ଼ । ସରକାରୀ ତୈଳ କମ୍ପାନୀ ଗୁଡିକ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି କରିଛନ୍ତି । ୧୯ କେଜିର ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି । ଅଣ ସବସିଡି ଗ୍ୟାସ ଦର ୨୫୦ ଟଙ୍କା ବୃଦ୍ଧି ହୋଇଛି । ଅଣ ସବସିଡି ଗ୍ୟାସ ଦର ୨୫୦ ଟଙ୍କା ବୃଦ୍ଧି ପରେ କୋଲକାତାରେ ଏହି ସିଲିଣ୍ଡର ଦାମ ୨ ହଜାର୩୫୧ ଟଙ୍କାରେ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨ହଜାର ୨୦୫ ଓ ଚେନ୍ନାଇରେ ୨ ହଜାର ୪୦୬ ଟଙ୍କା ଅଣ ସବସିଡି ଗ୍ୟାସ ଦର ହୋଇଛିା ବ୍ୟବସାୟ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ ଅଣ ସବସିଡି ଗ୍ୟାସ । ଏହା ପୂର୍ବରୁ ସରକାର ମାର୍ଚ୍ଚ ୧ରେ ବ୍ୟବସାୟିକ ସିଲିଣ୍ଡରର ଦାମ ୧୦୫ ଟଙ୍କା ବୃଦ୍ଧି କରିଥିଲେ । ସେହିପରି ମାର୍ଚ୍ଚ ୨୨ରେ ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ମଧ୍ୟ ବୃଦ୍ଧି କରାଯାଇଥିଲା । ତେବେ ଘରୋଇ ଗ୍ୟାସ ଦରରେ କୌଣସି ବୃଦ୍ଧି କରାଯାଇନି ।
ପ୍ରମୁଖ ଖବର
ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ