ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ମାନସ ହତ୍ୟା: ଡେମୋ ଦେଖାଉଛି ଅଭିଯୁକ୍ତ

0

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଡେମୋ ଦେଖାଉଛନ୍ତି ଅଭିଯୁକ୍ତ । କେମିତି ମାନସ ସ୍ୱାଇଁଙ୍କୁ ଅପହରଣ କରାଯାଇଥିଲା ଏବଂ ଅପହରଣ ପରେ ହତ୍ୟା ଓ ଶବକୁ ପୋତାଯାଇଥିଲା । ସବୁ କ୍ରାଇମ ସିନ୍‌ ରିକ୍ରିଏସନ କରଯାଊଛି । ମୁଖ୍ୟ ଅଭିଯୁକ୍ତ ଶମି ର୍ଷ୍ଠା ସମେତ ୪ ଜଣଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ କରୁଛି କ୍ରାଇମବ୍ରାଞ୍ଚ । ଆଜି ପ୍ରଥମେ ଚାନ୍ଦବାଲି ପଳାସପୁରକୁ ୪ ଅଭିଯୁକ୍ତଙ୍କୁ ନିଆଯାଇଛି । ଶର୍ମିଷ୍ଠାଙ୍କ ସମେତ, ଝୁନା ଭୋଇ, ନିରଞ୍ଜନ ଓ ରଂଜନକୁ ଘଟଣା ସ୍ଥଳୁ ନିଆଯାଇଛି । ମାନସଙ୍କୁ ଯେଉଁ ଯାଗାରୁ ଅପହରଣ କରିଥିଲେ ସେହି ଘଟଣା ସ୍ଥଳକୁ ଅଭିଯୁକ୍ତଙ୍କୁ ନିଆଯାଇଛି । କେମିତି ସେମାନେ ଅପହରଣ କରିଥିଲେ ତାହା କ୍ରାଇମବ୍ରାଞ୍ଚ ଆଗରେ କହିଛନ୍ତି ।

ଫେବୃଆରୀ ୬ ତାରିଖରେ ଏଠାରେ ଏକ ବାହାଘରରେ ଫଟୋ ସୁଟ୍ ପାଇଁ ମାନସ ଆସିଥିଲେ । ଏହା ପରେ ଏଠାରୁ ହିଁ ତାଙ୍କୁ ଅପହରଣ କରାଯାଇଥିଲା । ଆଜି ୩ଟି ଜାଗାରେ କ୍ରାଇମ ସିନ୍ ରିକ୍ରିଏସନ କରିବ କ୍ରାଇମବ୍ରାଞ୍ଚ । ଚାନ୍ଦବାଲିରୁ ଫେରିବା ପରେ ଅଭିଯୁକ୍ତ ନେଇ ଦୟାଲ ଆଶ୍ରମ ଆସିବ କ୍ରାଇମବ୍ରାଞ୍ଚ ଟିମ୍ । ଯେଉଁଠାରେ ମାନସକୁ ମାଡ଼ ମରାଯାଇଥିଲା । ଏହା ପରେ ନୟାଗଡରେ ଶବ ପୋତାଯାଇଥିବା ସ୍ପଟ୍‌କୁ ଅଭିଯୁକ୍ତଙ୍କୁ ନେବ କ୍ରାଇମବ୍ରାଞ୍ଚ । ଗତକାଲି ଜେରା ବେଳେ କ୍ରାଇମବ୍ରାଞ୍ଚ ଆଗରେ ସତ ମାନିଥିଲା ରଞ୍ଜନ । କେମିତି ମାନସଙ୍କୁ ହତ୍ୟା କରାଯାଇଥିଲା ତାହା କହିଥିଲା । ଏହା ପରେ ହତ୍ୟାରେ ବ୍ୟବହୃତ ସାମଗ୍ରୀକୁ କିଭଳି ପୋଡାଯାଇଥିଲା ଏବଂ ମାରଣାସ୍ତ୍ର ଚଣ୍ଡିଖୋଲରେ ଲୁଚା ଯାଇଥିଲା ତାହା କହିଥିଲା । ଏହା ପରେ କ୍ରାଇମବ୍ରାଞ୍ଚ ଟିମ ଚଣ୍ଡିଖୋଲ ଯାଇ ହତ୍ୟାକାଣ୍ଡରେ ବ୍ୟବହୃତ ସାମଗ୍ରୀ ଜବତ କରିଥିଲା ।

Leave A Reply

Your email address will not be published.