ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀଙ୍କ ପଶ୍ନ, ଅନଲାଇନରେ ପାଠ ପଢୁଛ ନା ରିଲ୍ସ ଦେଖୁଛ

0

ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ । ଦିଲ୍ଲୀର ତାଲକଟୋରା ଷ୍ଟାଡିୟମ ଠାରେ ହେଉଥିବା କାର୍ଯ୍ୟକ୍ରମରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପ୍ରଧାନମନ୍ତ୍ରୀ ଟିପ୍ସ ଦେଇଛନ୍ତି । ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ଆଗାମୀ ପରୀକ୍ଷା ପାଇଁ ଶୁଭକାମନା ଜଣାଇଛନ୍ତି । ପରୀକ୍ଷା ଜୀବନର ଏକ ଅଙ୍ଗ ପାଲଟିଗଲାଣି । ସମୟ ବଦଳିବା ସହ ମାଧ୍ୟମ ବଦଳୁଛି । ମାଧ୍ୟମ ସମସ୍ୟା ନୁହେଁ, ଧ୍ୟାନ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତିା ଅଫଲାଇନ କି ଅନଲାଇନ ନୁହେଁ, ମନ ନଲାଗିବା ହେଉଛି ସମସ୍ୟା । ପରୀକ୍ଷାକୁ ପର୍ବ ଭାବିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମନରେ ପରୀକ୍ଷାକୁ ନେଇ ଥିବା ଭୟକୁ ଦୂର କରିବାକୁ ଚେଷ୍ଟା କରିଛନ୍ତି । କିଛି ଛାତ୍ରୀ ଅଫଲାଇନ ଓ ଅନଲାଇନ ପରୀକ୍ଷାକୁ ନେଇ ଗତ ୨ ବର୍ଷ ହେବ ହେଉଥିବା ସମସ୍ୟା ଯେପରିକି ସୋସିଆଲ ମିଡିଆରେ ଅଧିକ ସମୟ ବିତାଇବା,ୟ୍ୟୁଟୁବ ଦେଖିବା ଭଳି ଅଭ୍ୟାସରୁ କିଭଳି ଦୂରେଇ ରହିବେ ସେ ନେଇ ପ୍ରଶ୍ନ ପଚାରିଥିଲେ ।

ଏହି ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ମୋଦୀ ପିଲାଙ୍କୁ ଏକ ପ୍ରଶ୍ନ କରିଥିଲେ, ଯେତେବେଳେ ତୁମେ ଅନଲାଇନରେ ପଢୁଛ ସତରେ ପଢୁଛ ନା ରିଲ୍ସ ଦେଖୁଛ । ଏହା ଅନଲାଇନ କିମ୍ବା ଅଫଲାଇନର ଦୋଷ ନୁହେଁ । ଅନେକ ସମୟରେ ଛାତ୍ରଛାତ୍ରୀ ଶ୍ରେଶୀଗୃହରେ ଥିଲେ ବି ମନ ଆଉ କେଉଁଠି ଥାଏ । ଫଳରେ ଆମେ ପାଠ ବୁଝିପାରୁନଥାଉ । ତେଣୁ ମାଧ୍ୟମକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମସ୍ୟା ରହିବା କଥା ନୁହେଁ । ଯଦି ଇଚ୍ଛା ଥାଏ ତେବେ ଅଫଲାଇନ ଓ ଅନଲାଇନ ମଧ୍ୟରେ କୌଣସି ପାର୍ଥକ୍ୟ ନଥାଏ । ପରୀକ୍ଷାକୁ ନେଇ ଆଦୌ ଆତଙ୍କିତ ହେବାର ନାହିଁ । ଶିକ୍ଷାନୀତି ଲାଗୁ କରିବା ପୂର୍ବରୁ ବହୁ ମାନସ ମନ୍ଥନ କରିଛୁ । ପିଲାଙ୍କ ଇଛା ଓ ଆକାଂକ୍ଷାକୁ ଜାଣିବା ଜରୁରୀ । ଶିକ୍ଷକମାନେ ପିଲାଙ୍କୁ ଅନାବଶ୍ୟକ ବୋଝ ଲଦନ୍ତୁ ନାହିଁ । ନିଜର ସ୍ୱପ୍ନ ପୂରଣ ପାଇଁ ପିଲାଙ୍କ ଉପରେ ଚାପ ନପକାଇବାକୁ ଅଭିଭାବକଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.