ପ୍ରମୁଖ ଖବର

ଶ୍ରୀମନ୍ଦିରରେ ଆସୁଛି ଇ-ହୁଣ୍ଡି ବ୍ୟବସ୍ଥା; ବିଶ୍ୱର ଯେକୌଣସି ସ୍ଥାନରୁ କରିହେବ ଦାନ
ଦିଲ୍ଲୀ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୨୧ ମୃତ, ୪୦ରୁ ଅଧିକ ଉଦ୍ଧାର
ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପକୁ ମିଳିବ ଆଗୁଆ ଟଙ୍କା
୩୯,୨୯୦ କୋଟିର ମେଗା ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
କର୍ଣ୍ଣାଟକର ୩୪ତମ ମୁଖ୍ୟମନ୍ତ୍ରୀ ଭାବେ ଡି.କେ. ଶିବକୁମାରଙ୍କ ଶପଥ ଗ୍ରହଣ
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ,ବିବାହ ପରେ ବି ପିତାମାତାଙ୍କ ପରିବାରର ସଦସ୍ୟ ଝିଅ

ହାତ ଗୋଡ଼ ବାନ୍ଧି ଲୁଟ୍‌

0

ହାତ ଗୋଡ଼ ବାନ୍ଧି ଲୁଟ । ହାତ ଗୋଡ ବାନ୍ଧି ୨୫ ଭରି ସୁନା ଅଳଙ୍କାର ସମେତ ୩୦ ହଜାର ଟଙ୍କା ଓ ୪ଟି ମୋବାଇଲ ଫୋନ ଲୁଟିନେଲେ ଦୁର୍ବୃତ୍ତ । ରାୟଗଡ଼ା ସହରର ସାଇପ୍ରିୟା ନଗରରେ ଏଭଳି ବଡ଼ ଧରଣର ଲୁଟ ହୋଇଛି । ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି ।

ସୂଚନା ଅନୁସାରେ ସାଇପ୍ରିୟା ନଗରର ଏମ ଭେଙ୍କେଟ ରାବନାଙ୍କ ଘରେ ଝରକା ବାନ୍ଧି ପଶିଥିଲେ ଦୁର୍ବୃତ୍ତ । ପାଖାପାଖି ୧୦ ଜଣ ଦୁର୍ବୃତ୍ତ ଲୁଟ ପାଇଁ ଘରେ ପଶିଥିଲେ। ୮ ଜଣ ଘର ଭିତରେ ଥିବା ବେଳେ ଅନ୍ୟମାନେ ବାହାରେ ଜଗିଥିଲେ । ଘରେ ପଶିଥିବା ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ପରିବାର ସଦସ୍ୟଙ୍କ ହାତ ଗୋଡ଼ ବାନ୍ଧିଦେଇଥିଲେ । ଏହା ପରେ ସୁନା ଅଳଙ୍କାର ଓ ଟଙ୍କା ଲୁଟ କରି ସେଠାରୁ ଛୁ ମାରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଲୋକ ଆତଙ୍କିତ ହୋଇପଡିଛନ୍ତି । ଘରେ ବି ରହିବାକୁ ସୁରକ୍ଷିତ ମନେ କରୁନାହାନ୍ତି । ତେବେ ଦୁର୍ବୃତ୍ତ ଙ୍କୁ ଧରିବାକୁ ପୁଲିସ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି ।

Leave A Reply

Your email address will not be published.