ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

ଲେମ୍ବୁ କିଲୋ ୨୦୦ ଟଙ୍କା

0

ମହଙ୍ଗା ମାଡ଼ରୁ ଲେମ୍ବୁ ବି ବର୍ତ୍ତି ନାହିଁ । ଦିଲ୍ଲୀରେ ଗୋଟିଏ ଲେମ୍ବୁର ଦାମ ୧୦ ଟଙ୍କା ହୋଇଯାଇଛି । ଗୁଜୁରାଟ ରାଜକୋଟରେ ଲେମ୍ବୁ ଦାମ ୨୦୦ ଟଙ୍କା ପ୍ରତି କିଲୋ ହୋଇଯାଇଛି । ଗୁଜୁରାଟରେ କିଛି ଦିନ ପୂର୍ବରୁ ଲେମ୍ବୁ କିଲୋ ୫୦ କି ୬୦ ଟଙ୍କାରେ ବିକ୍ରି ହେଉଥିଲା । ସେହିପରି ଦିଲ୍ଲୀରେ ସପ୍ତାହେ ପୂର୍ବରୁ ୧୦ ଟଙ୍କାରେ ୩ଟି ଲେମ୍ବୁ ମିଳୁଥିଲା । ଗୁଜୁରାଟ ଦୁଇ ସପ୍ତାହ ପୂର୍ବରୁ ଲେମ୍ବୁ କିଲୋ ୮୦ ଟଙ୍କାର ବଢିକି ୨୦୦ ଟଙ୍କା ହୋଇଯାଇଥିଲା । ସେହିପରି ଲଙ୍କା,ଅଦା ,ରସୁଣ,ଫୁଲକୋବିର ଦାମ ମଧ୍ୟ ବଢିଯାଇଥିଲା । ଫେବୃଆରୀରେ ଧନିଆର କିଲୋ ବି ୬୦ ଟଙ୍କା ଥିଲା । ଯାହା ୧୦୦ ଟଙ୍କାକୁ ବୃଦ୍ଧି ପାଇଥିଲା ।ଏହା ସହ ଲଙ୍କା କିଲୋ ବି ୬୦ ଟଙ୍କାରୁ ବଢି ୧୬୦ ଟଙ୍କା ହୋଇଯାଇଥିଲା । ସେହିପରି ଫୁଲକୋବିର ଦାମ ୪୦ ଟଙ୍କାରୁ ବଢି ୮୦ ଟଙ୍କା ହୋଇଯାଇଥିଲା । କୃଷି

ବିଶେଷଜ୍ଞ ଅନୁସାରେ,ଏମିତିରେ ଗରମରେ ଲେମ୍ବୁର ଦାମ ବଢିଥାଏ । କିନ୍ତୁ ଏତେ ମହଙ୍ଗା ହେବାର ସବୁଠୁ ବଡ଼ କାରଣ ହେଉଛି ପାଣିପାଗ । ଅଦିନିଆ ବର୍ଷା ଓ ପାଣିପାଗ ପରିବର୍ତ୍ତନ ଯୋଗୁଁ ଲେମ୍ବୁ ଫସଲ ପ୍ରଭାବିତ ହୋଇଛି । ଯେଉଁଥିପାଇଁ ଭଲ ଉତ୍ପାଦନ ହୋଇପାରିନାହିଁ । ଗତ ବର୍ଷ ମାର୍ଚ୍ଚ ତୁଳନାରେ ଚଳିତ ବର୍ଷ ଲେମ୍ବୁର ବଜାର ମୂଲ୍ୟ ଦୁଇ ଗୁଣା ଅଧିକ ଥିବାରୁ କେବଳ ଖାଉଟି ନୁହଁନ୍ତି ବେପାରୀଙ୍କ ଉପରେ ମଧ୍ୟ ଏହା ପ୍ରଭାବ ପକାଇଛି ।

Leave A Reply

Your email address will not be published.