ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ଲେମ୍ବୁ କିଲୋ ୨୦୦ ଟଙ୍କା

0

ମହଙ୍ଗା ମାଡ଼ରୁ ଲେମ୍ବୁ ବି ବର୍ତ୍ତି ନାହିଁ । ଦିଲ୍ଲୀରେ ଗୋଟିଏ ଲେମ୍ବୁର ଦାମ ୧୦ ଟଙ୍କା ହୋଇଯାଇଛି । ଗୁଜୁରାଟ ରାଜକୋଟରେ ଲେମ୍ବୁ ଦାମ ୨୦୦ ଟଙ୍କା ପ୍ରତି କିଲୋ ହୋଇଯାଇଛି । ଗୁଜୁରାଟରେ କିଛି ଦିନ ପୂର୍ବରୁ ଲେମ୍ବୁ କିଲୋ ୫୦ କି ୬୦ ଟଙ୍କାରେ ବିକ୍ରି ହେଉଥିଲା । ସେହିପରି ଦିଲ୍ଲୀରେ ସପ୍ତାହେ ପୂର୍ବରୁ ୧୦ ଟଙ୍କାରେ ୩ଟି ଲେମ୍ବୁ ମିଳୁଥିଲା । ଗୁଜୁରାଟ ଦୁଇ ସପ୍ତାହ ପୂର୍ବରୁ ଲେମ୍ବୁ କିଲୋ ୮୦ ଟଙ୍କାର ବଢିକି ୨୦୦ ଟଙ୍କା ହୋଇଯାଇଥିଲା । ସେହିପରି ଲଙ୍କା,ଅଦା ,ରସୁଣ,ଫୁଲକୋବିର ଦାମ ମଧ୍ୟ ବଢିଯାଇଥିଲା । ଫେବୃଆରୀରେ ଧନିଆର କିଲୋ ବି ୬୦ ଟଙ୍କା ଥିଲା । ଯାହା ୧୦୦ ଟଙ୍କାକୁ ବୃଦ୍ଧି ପାଇଥିଲା ।ଏହା ସହ ଲଙ୍କା କିଲୋ ବି ୬୦ ଟଙ୍କାରୁ ବଢି ୧୬୦ ଟଙ୍କା ହୋଇଯାଇଥିଲା । ସେହିପରି ଫୁଲକୋବିର ଦାମ ୪୦ ଟଙ୍କାରୁ ବଢି ୮୦ ଟଙ୍କା ହୋଇଯାଇଥିଲା । କୃଷି

ବିଶେଷଜ୍ଞ ଅନୁସାରେ,ଏମିତିରେ ଗରମରେ ଲେମ୍ବୁର ଦାମ ବଢିଥାଏ । କିନ୍ତୁ ଏତେ ମହଙ୍ଗା ହେବାର ସବୁଠୁ ବଡ଼ କାରଣ ହେଉଛି ପାଣିପାଗ । ଅଦିନିଆ ବର୍ଷା ଓ ପାଣିପାଗ ପରିବର୍ତ୍ତନ ଯୋଗୁଁ ଲେମ୍ବୁ ଫସଲ ପ୍ରଭାବିତ ହୋଇଛି । ଯେଉଁଥିପାଇଁ ଭଲ ଉତ୍ପାଦନ ହୋଇପାରିନାହିଁ । ଗତ ବର୍ଷ ମାର୍ଚ୍ଚ ତୁଳନାରେ ଚଳିତ ବର୍ଷ ଲେମ୍ବୁର ବଜାର ମୂଲ୍ୟ ଦୁଇ ଗୁଣା ଅଧିକ ଥିବାରୁ କେବଳ ଖାଉଟି ନୁହଁନ୍ତି ବେପାରୀଙ୍କ ଉପରେ ମଧ୍ୟ ଏହା ପ୍ରଭାବ ପକାଇଛି ।

Leave A Reply

Your email address will not be published.