ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

ଥାନାରେ ପହଞ୍ଚିଲା ଚୁଲି ଭାଙ୍ଗିବା ମାମଲା, ଏପଟେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଜୟ

0

ପୁରୀ ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣା ଏବେ ଥାନାରେ ପହଞ୍ଚିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ଦୋଷୀଙ୍କ ବିରୋଧରେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେପଟେ ଏହାକୁ କଡ଼ା ନିନ୍ଦା କଲେ ବରିଷ୍ଠ ନେତା ବିଜୟ ମହାପାତ୍ର । କିଏ ରୋଷ ଘର ଚୁଲି ଭାଙ୍ଗିଲା ସେ ନେଇ କାର୍ଯାନୁଷ୍ଠାନ ଦାବି କରିଛନ୍ତି ବିଜୟ ମହାପାତ୍ର । । ସେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ବ୍ରିଭାଟ ଓ ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏହା ସହିତ ଯେଉଁମାନେ ଦାୟିତ୍ୱରେ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଜୟ ।

ବିଜୟ ମହାପାତ୍ର କହିଛନ୍ତି, ବଡ଼ ଦେଉଳରେ ପୂର୍ବରୁ କେବେ ଏଭଳି ଘଟଣା ଘଟିନଥିଲା । ଏହା ଜଗନ୍ନାଥ ପ୍ରେମୀଙ୍କୁ ବହୁତ ଆଘାତ ଦେଇଛି । କିଭଳି ପ୍ରଶାସନ ସାମନାରେ ଏଭଳି ଘଟଣା ଘଟିଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜୟ । ରୋଷ ଘରେ ସିକ୍ୟୁରିଟି ଥିଲେ ଏଭଳି ଘଟି ନଥାନ୍ତା । ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନନେଲେ ଅଧିକ ବିଳମ୍ବ ହେଲେ ଲୋକେ ବଡ଼ଦାଣ୍ଡକୁ ଓହ୍ଲାଇବେ ବୋଲି କହିଛନ୍ତି ବିଜୟ ମହାପାତ୍ର । ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ପ୍ରସଙ୍ଗରେ ମଧ୍ୟ ବିଜୟ ମତ ରଖିଛନ୍ତି ।

କହିଛନ୍ତି, ନୀତିକାନ୍ତି ଓ ନିର୍ମାଣ କାର୍ଯ୍ୟରେ ବଡ଼ ବିଭ୍ରାଟ ହୋଇଛି । ସୁପ୍ରିମକୋର୍ଟଙ୍କ ରାୟକୁ ରାଜ୍ୟ ସରକାର ମାନୁନାହାନ୍ତି । ଶ୍ରୀମନ୍ଦିର ଚାରିପଟେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଥିବା ସତ୍ୱେ କିଭିଳି ଏଭଳି କାର୍ଯ୍ୟ କରାଯାଉଛି ତାକୁ ନେଇ ପ୍ରଶ୍ନ କରିଛନ୍ତି ବିଜୟ । ଏହି ମାମଲାରେ ଏଏସଆଇ ଏଯାବତ୍ ଚୁପ୍ ରହିଛି । ଏଏସଆଇର କୌଣସି ଅଧିକାରୀ ଏଯାଏଁ ଘଟଣା ସ୍ଥଳକୁ ଆସିନାହାନ୍ତି । ଯାହା ସବୁଠୁ ଦୁଃଖଦାୟକ । ମୁଖ୍ୟମନ୍ତ୍ରୀ ତୁରନ୍ତ ଘଟଣାର ଅନୁଧ୍ୟାନ କରନ୍ତୁ ବୋଲି କହିଛନ୍ତି ବିଜୟ ମହାପାତ୍ର । ।

Leave A Reply

Your email address will not be published.