ପ୍ରମୁଖ ଖବର

ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟରେ ସୋମବାର ଅପରାହ୍ନ ୫ଟା ସୁଦ୍ଧା ୪୯ଟି ଆସନରେ ୫୬.୬୮% ମତଦାନ
ଓଡିଶା ରାଜ୍ୟରେ ଅପରାହ୍ଣ ୫ଟା ସୁଦ୍ଧା ୬୦.୫୪ ପ୍ରତିଶତ ମତଦାନ
ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀରେ ରୋଡ ସୋ’ କରିଛନ୍ତି
ଛତିଶଗଡ଼ରେ ୨୦ଫୁଟ ତଳକୁ ଓଲଟିଲା ପିକଅପ ଭ୍ୟାନ, ୧୭ମୃତ, ୧୨ ଆହତ

ସ୍କୁଲ ବସ ଉପରେ ପଡିଲା ଫାଇନ୍

0

ଫିଟନେସ୍‌ ଯାଞ୍ଚ ବେଳେ ଏକ ସ୍କୁଲ ବସ୍‌ ଉପରେ ପଡ଼ିଛି ୨ ଲକ୍ଷ ୩୩ ହଜାର ଫାଇନ୍ । ଭୁବନେଶ୍ୱର ଡମଣା ଛକରେ ଆଜି ପରିବହନ ବିଭାଗ ଏକ ବସ୍‌ ଉପରେ ଏହି ଫାଇନ୍‌ ଲାଗୁ କରିବା ସହ ବସ୍‌ଟିକୁ ଜବତ କରାଯାଇଛି। ବସ୍‌ ପରମିଟ୍, ବୀମା, ପଲ୍ୟୁସନ୍ ବାବଦରେ ଏହି ଫାଇନ୍ କଟାଯାଇଛି । ଟିକସ ବକେୟା ଅଭିଯୋଗରେ ୨ ଲକ୍ଷ ୫ ହଜାର, ପଲ୍ୟୁସନ୍ ପାଇଁ ୧୦ ହଜାର ଓ ପରମିଟ୍ ପାଇଁ ୧୦ ହଜାର ଟଙ୍କା ଫାଇନ୍ ପକାଯାଇଛି । ଗତ ୨୦ ତାରିଖରୁ ସ୍କୁଲ ଗାଡ଼ିର ଫିଟନେସ୍‌ ଯାଞ୍ଚ ଆରମ୍ଭ କରାଯାଇଛି। 

ପ୍ରଥମ ଦିନ ଚଢ଼ାଉ ସମୟରେ କୋରାପୁଟ ଶିମିଳିଗୁଡା ର ଏକ ଇଂଲଶ ମିଡିୟମ ସ୍କୁଲ ଉପରେ ୪ ଲକ୍ଷ ଟଙ୍କା ଫାଇନ ପକାଇଥିଲା ପରିବହନ ବିଭାଗ। ଟ୍ୟାକ୍ସ ପାଇଁ ୩.୮୦ ଲକ୍ଷ ଓ ଫିଟନେସ୍‌ ପାଇଁ ୨୧ ହଜାର ୫୦୦ ଜରିମାନା କରିଥିଲା ପରିବହନ ବିଭାଗ। ସରକାର ସ୍କୁଲ ପିଲାଙ୍କ ସୁରକ୍ଷିତ ଯାତାୟତ ଉପରେ ଅଓିକ ଗୁରୁତ୍ବ ଦେଉଛନ୍ତି, ଏଣୁ ସ୍କୁଲ ପିଲାଙ୍କୁ ନେବାଆଣିବା କରୁଥିବା ବସ ଓ ଅନାନ୍ୟ ଗାଡି ମାନଙ୍କର ଚେକିଂ ସବୁକୁ କଡାକଡି କରାଯାଇଛି। ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ସବୁ ପ୍ରକାର ଗାଡ଼ିର ଫିଟେନସ୍, ପରମିଟ, ଇନସୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ ଆଦି ଯାଞ୍ଚ କରାଯାଉଛି। ନିର୍ଦ୍ଦିଷ୍ଟ ସଂଖ୍ୟାଠୁ ଅଧିକ ସଂଖ୍ୟାରେ ପିଲା ପରିବହନ କରୁଥିଲେ ଗାଡ଼ିର ଓ ଚାଳକଙ୍କ ଲାଇସେନ୍ସ ଯାଞ୍ଚ୍ କରାଯାଉଛି।

Leave A Reply

Your email address will not be published.