ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଖରାପ କରିଥିବା ୭୩ହଜାର ବୁଥକୁ ବିଜେପିର ନଜର

0
  • ଚାରିଜଣିଆ ଟିମ୍ ଗଠନ କଲା ବିଜେପି, ସୋମବାର ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପ୍ରସ୍ତୁତି ଆରମ୍ଭ କରିଦେଇଛି। ବିଜେପିର ଜଣେ ବରିଷ୍ଠ ନେତାଙ୍କ ସୂଚନା ଅନୁସାରେ, ଗତ ନିର୍ବାଚନରେ ଦଳ ଅତି ଖରାପ ପ୍ରଦର୍ଶନ କରିଥିବା ୭୩ହଜାର ବୁଥ କିଭଳି ହାତେଇବ, ସେହି ରଣନୀତିରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଏହି ଦୁର୍ବଳ ମତଦାନ କେନ୍ଦ୍ର ସଂପର୍କରେ ରଣନୀତି ପ୍ରସ୍ତୁତି ଲାଗି ଦଳ ପକ୍ଷରୁ ଗୋଟିଏ ଚାରିଜଣିଆ କମିଟି ଗଠନ କରାଯାଇଛି। ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ଗଠନ ହୋଇଥିବା ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲିପ ଘୋଷ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ସି ଟି ରବି ଏବଂ ଏସସି ମୋର୍ଚ୍ଚାର ଜାତୀୟ ସଭାପତି ଲାଲ ସିଂହ ଆର୍ଯ୍ୟ ଅଛନ୍ତି।

ସୋମବାର ଦିନ ନୂଆଦିଲ୍ଲୀରେ ଏହି ଚାରିଜଣିଆ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଘୋଷ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରାରମ୍ଭିକ ସ୍ଥିତି ସମୀକ୍ଷା ଆରମ୍ଭ ହୋଇଛି। ଆବଶ୍ୟକସ୍ଥଳେ ଦଳ ଅଧିକ ସଭ୍ୟଙ୍କୁ ଏହି କମିଟିରେ ନେଇପାରେ। ଅନ୍ୟପକ୍ଷରେ ଅତି ଗୁରୁତ୍ବପୂର୍ଣ୍ଣ ଖବରଟି ହେଉଛି, ଏହି ୭୩ହଜାର ବୁଥ ମଧ୍ୟରୁ ଓଡ଼ିଶାର ଅନେକ ବୁଥ ରହିଛି।

ଶ୍ରୀ ଘୋଷ କହିଛନ୍ତି ଯେ ସାଧାରଣ ନିର୍ବାଚନରେ ୧୦ଲକ୍ଷ ୪୦ ହଜାର ବୁଥରେ ମତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏ ମଧ୍ୟରୁ ୭୩ ହଜାର ବୁଥରେ ଗତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିନଥିଲା। ଏସବୁ ସ୍ଥାନରେ ଦଳର ସଂଗଠନ ରହିଛି। ପ୍ରାରମ୍ଭିକ ବୈଠକରେ ଗୋଟିଏ ମାର୍ଗଦର୍ଶିକା ନିର୍ଣ୍ଣୟ କରାଯାଇଛି। ଏଥିରେ କୁହାଯାଇଛି ଯେ ଏସବୁ ବୁଥରେ ବିଜେପିର ଉପସ୍ଥିତିକୁ ଗୋଟିଏ ସ୍ବତନ୍ତ୍ର ସ୍ତରକୁ ନେବାକୁ ହେବ ବା ଦଳର ଉପସ୍ଥିତିକୁ ଅନୁଭବ କରିବା ଭଳି ସ୍ଥିତିରେ ପହଞ୍ଚାଇ ଦିଆଯିବ। ଏହି କମିଟିର ନିଷ୍କର୍ସ ରାଜ୍ୟ ୟୁନିଟକୁ ପହଞ୍ଚାଇ ଦିଆଯିବ ଏବଂ କେନ୍ଦ୍ର ସରକାରଙ୍କ ବିକାଶ ଏଜେଣ୍ଡା ସହିତ ଭୋଟରଙ୍କୁ ବୁଥ ନିକଟରେ ପହଞ୍ଚାଇବା ଲାଗି କର୍ମୀମାନଙ୍କୁ ତାଲିମ ଦିଆଯିବ।

ଶ୍ରୀ ଘୋଷ ଆହୁରି କହିଛନ୍ତି ଯେ ଏହି ୭୩ ହଜାର ବୁଥରେ ଦଳର ଖରାପ ପ୍ରଦର୍ଶନର ଅନେକ କାରଣ ରହିଛି। ଏଗୁଡିକ ଚିହ୍ନଟ ସହିତ ସୁଧାର ପାଇଁ ଅନେକ ପଦକ୍ଷେପ ନିଆଯିବ।

Leave A Reply

Your email address will not be published.