ପ୍ରମୁଖ ଖବର

ଆଗାମୀ ୪୮ ଘଣ୍ଟା ପରେ ପୁଣି ବଢିବ ତାତି, ଏନେଇ ପାଣିପାଗ କେନ୍ଦ୍ର ଭୁବନେଶ୍ୱରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି
୧୬ ତାରିଖରେ ଭୁବନେଶ୍ୱରରେ ମେଗା ରୋଡ୍ ସୋ କରିବେ ମୁଖ୍ୟମନ୍ତ୍ରୀ: ଗଙ୍ଗନଗର ଛକରୁ ବାହାରି ରୁପାଲି ଛକରେ ପହଁଚିବ ନବୀନଙ୍କ ବିଶାଳ ଯାତ୍ରା
ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ, ଆସନ୍ତାକାଲି ନାମାଙ୍କନ ଯାଞ୍ଚ ଓ ୧୭ ତାରିଖରେ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ
ନାମାଙ୍କନ ଭରିଲେ ମୋଦୀ, ବାରାଣାସୀ ଆସନରୁ ତୃତୀୟ ଥର ପାଇଁ କଲେ ପ୍ରାର୍ଥୀପତ୍ର ଦାଖଲ
ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ
ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ପରଲୋକ

ଚେଲ୍ଲା-ବିଜୟଙ୍କ କଥା କଟାକଟିରୁ ଆସିଲା ନୂଆ ଖବର

0

ବିଜୟ ସ୍ପଷ୍ଟ କରିଦେଲେ ସେ କୌଣସି ଜାତୀୟ ଦଳରେ ଯୋଗଦେବେ ନାହିଁ

୬ମାସ ଧରି ଜ୍ବାଇଁ ପୁଅ ଭଳି ଚର୍ଚ୍ଚା, ତା ପରେ ସାବତ ପୁଅର ବ୍ୟବହାର

ପ୍ରଶାନ୍ତ କିଶୋରଙ୍କ ଆଞ୍ଚଳିକ ଦଳର ସାରଥୀ ହେବେ କି ବିଜୟ ମହାପାତ୍ର?

ନବୀନଙ୍କୁ ସମାଲୋଚନା କରୁନାହାନ୍ତି, ପ୍ରଶାସନିକ ଅଧିକାରୀଙ୍କୁ ଟାର୍ଗେଟ କରୁଛନ୍ତି

ବିଭିନ୍ନ ନିର୍ବାଚନମଣ୍ଡଳୀର ୬୧ ନେତାଙ୍କ ସହିତ ପ୍ରାରମ୍ଭିକ ଆଲୋଚନା ଶେଷ ହୋଇଥିବା ସୂଚନା

କୌଣସି କଥାକୁ ଟାଳିଲେନି ବିଜୟ, କହିଲେ ୨୦୨୪ ନିର୍ବାଚନ ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ

ଭୁବନେଶ୍ବର: ନିକଟରେ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର ଓ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ମଧ୍ୟରେ ଢେର୍ ସମୟ ଧରି କଥାବାର୍ତ୍ତା ହୋଇଥିଲା। ଗୋଟିଏ ମହଲରେ ଚର୍ଚ୍ଚା ଜୋର ଧରିଥିଲା ଯେ ବିଜୟ ମହାପାତ୍ର ଶେଷରେ କଂଗ୍ରେସର ହାତ ଧରିବେ କି? ହେଲେ ଅତି ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି ଯେ ବିଜୟ ରୋକଠୋକ୍ ଚେଲ୍ଲା କୁମାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ତାଙ୍କ ନିକଟତମ ମହଲରୁ ମିଳିଥିବା ସୂଚନା ମୁତାବକ, ବିଜୟ କହିଥିଲେ ଯେ ସେ କୌଣସି ଜାତୀୟ ଦଳରେ ଯୋଗଦେବାକୁ ଚାହୁଁନାହାନ୍ତି। ସେଠାରେ ମାତ୍ର ୬ମାସ ପାଇଁ ଜ୍ବାଇଁ ପୁଅ ଭଳି ଚର୍ଚ୍ଚା କରାଯାଏ, ଆଉ ତା’ ପରେ ସାବତ ପୁଅ ଭଳି ବ୍ୟବହାର ମିଳେ। ଏଣୁ ସେ କଂଗ୍ରେସରେ ଯୋଗଦେବାର ପ୍ରଶ୍ନ ଉଠୁନାହିଁ।

କେବଳ ସେତିକି ନୁହେଁ, ଚେଲ୍ଲା କୁମାର ଓ ବିଜୟଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ଜଣାପଡ଼ିଛି। ବିଜୟ ମହାପାତ୍ର ଆଲୋଚନା ବେଳେ ପ୍ରଶାନ୍ତ କିଶୋରଙ୍କ ପ୍ରସଙ୍ଗ ଉଠାଇବା ପରେ ଚେଲ୍ଲା ତାଙ୍କୁ ଗୌଣ କରି ଦେଖିଥିଲେ। ଏଥିରେ ରାଗିଯାଇଥିଲେ ବିଜୟ। କଂଗ୍ରେସର ଭବିଷ୍ୟତ ବେଶୀ ଭଲ ନାହିଁ ବୋଲି ଶ୍ରୀ ମହାପାତ୍ର ମୁହଁ ସାମ୍ନାରେ ଚେଲ୍ଲାକୁମାରଙ୍କୁ ଜଣାଇ ଦେଇଥିଲେ। ତେବେ ହିଜୟ ହଠାତ୍ କାହିଁକି ପ୍ରଶାନ୍ତ କିଶୋରଙ୍କ ପ୍ରେମରେ ବିଭୋର? କାହିଁକି ପ୍ରଶାନ୍ତ କିଶୋରଙ୍କ ଲାଗି ଚେଲ୍ଲାଙ୍କ ସହିତ ତାଙ୍କର ମତାନ୍ତର ହେଲା? ଏମିତି କିଛି ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।

ଅସଲ କଥା ହେଲା, ଇତିମଧ୍ୟରେ ପ୍ରଶାନ୍ତ କିଶୋରଙ୍କ ସହିତ ବିଜୟ ମହାପାତ୍ରଙ୍କ ସଂପର୍କ ବଢ଼ିଗଲାଣି। ଉଭୟ ଏକାଧିକ ଥର କଥା ହୋଇସାରିଥିବା ସୂଚନା ମିଳୁଛି। ନୂଆଦିଲ୍ଲୀ ଗସ୍ତ ସମୟରେ ମଧ୍ୟ ପ୍ରଶାନ୍ତ କିଶୋରଙ୍କୁ ଶ୍ରୀ ମହାପାତ୍ର ଭେଟିଥିବା କଥା ତାଙ୍କ ନିକଟତମ ମହଲ ଖୋଲି କହିଲେଣି। ଆଉ ପ୍ରଶାନ୍ତ କିଶୋରଙ୍କ ମନ୍ତ୍ରକୁ ଧରି ଓଡ଼ିଶାରେ ଶ୍ରୀ ମହାପାତ୍ର ଗୋଟିଚାଳନା କରିବାକୁ ପାଗ ଭିଡ଼ିଛନ୍ତି। ଇତିମଧ୍ୟରେ ପ୍ରଶାନ୍ତ କିଶୋର ବିହାରରେ ଆଞ୍ଚଳିକ ଦଳ ଗଠନ ଲାଗି ପାଗ ଭିଡିଥିବା ବେଳେ ଓଡ଼ିଶାରେ ଏହାର ମଙ୍ଗ ବିଜୟ ମହାପାତ୍ର ଧରିବେ ବୋଲି କୁହାଯାଉଛି। ବିଜୟ ମହାପାତ୍ର ଏହି ପ୍ରସଙ୍ଗକୁ ଟାଳି ଦେଇନାହାନ୍ତି। ବରଂ କହିଛନ୍ତି ଯେ କାହା ସହିତ କଥା ହେବାରେ କୌଣସି ଭୁଲ ନାହିଁ। ରାଜନୀତିରେ ଏସବୁ ସାଧାରଣ କଥା।

ଇତିମଧ୍ୟରେ ଆଉ ଗୋଟିଏ ବଡ ଖବର ସାମ୍ନାକୁ ଆସିଛି। ଶ୍ରୀ ମହାପାତ୍ର ବିଭିନ୍ନ ନିର୍ବାଚନମଣ୍ଡଳୀର ନେତାମାନଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରିଦେଲେଣି। ଶାସକ ଦଳର ୨୬ ଜଣ ବିଧାୟକଙ୍କ ସହିତ ତାଙ୍କର ସଂପର୍କ ବୃଦ୍ଧି ପାଇଥିବା କଥା ସୂଚନା ମିଳୁଛି। ଏମାନେ ତାଙ୍କ ସଂପର୍କୀୟଙ୍କ ଜରିଆରେ ଟେଲିଫୋନରେ ବାର୍ତ୍ତାଳାପ ଜାରି ରଖିଛନ୍ତି। ସେହିଭଳି ଦ୍ବିତୀୟ ଧାଡିର ୩୮ ଜଣ ନେତାଙ୍କ ସହିତ କଥାବାର୍ତା ଚାଲିଛି। ଏମାନଙ୍କ ମଧ୍ୟରୁ କମ୍ ବିଜେପି ଓ ବେଶୀ ବିଜେଡିର ଥିବା କୁହାଯାଉଛି। ବିଭିନ୍ନ ସମୟରେ ବିଜେଡିରୁ ମୁହଁ ଫେରାଇଥବା ୭ଜଣ ପୂର୍ବତନ ବିଧାୟକ ମଧ୍ୟ ବିଜୟଙ୍କ ସହିତ ଆଲୋଚନା ଚଳାଇଛନ୍ତି। ଆଗକୁ କି ରଣନୀତି ହେବ, ତାହା ଜଣାପଡିନାହିଁ। କିନ୍ତୁ ବିଜୟ ଗାଁକୁ ଯିବା ଆଳରେ ବେଶ୍ କିଛି ସମୟ ରାଜଧାନୀରୁ ନିଖୋଜ ରହୁଥିବା ପରିପ୍ରେକ୍ଷୀରେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ସନ୍ଦେହ ବଢୁଛି।

ଶ୍ରୀ ମହାପାତ୍ର କହିଛନ୍ତି ଯେ ୨୦୨୪ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଅଳ୍ପବହୁତେ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଏଣୁ ରାଜନୈତିକ ବ୍ୟକ୍ତି ହିସାବରେ ଆମେ କିଛି ଆଲୋଚନା କରିବାରେ ଅସୁବିଧା କେଉଁଠି? ଆଗକୁ ଯାହା ହେବ, ତାହା ସମସ୍ତେ ଦେଖିବେ। ୨୦୨୪ ନିର୍ବାଚନ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଏହି ଅବସରରେ ସେ ସୂଚନା ଦେଇଛନ୍ତି। ତେବେ ପ୍ରଶାନ୍ତ କିଶୋରଙ୍କ ସହିତ ତାଙ୍କର ନିବିଡତା ଆଗକୁ କେଉଁ ରୂପ ନେବାକୁ ଯାଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।

ଉଲ୍ଲେଖଥାଉକି, ପୂର୍ବରୁ ଆପ୍ ସହିତ ବିଜୟ ଯୋଗାଯୋଗରେ ଥିବା ଚର୍ଚ୍ଚା ହେଉଥିଲା। କିଛି ନେତା ଏକଥା ବି ଚର୍ଚ୍ଚା କରୁଥିଲେ ଯେ ବିଜୟ ଓ ବିଜେଡିର ସଂପର୍କରେ ଅନେକ ସୁଧାର ଆସିଲାଣି। ହେଲେ ସେ ନେଇ କିଛି କଥା ଆଗେଇଥିବା ଖବର ଆସୁନି କି ବିଜୟ ମୁହଁ ଖୋଲୁନାହାନ୍ତି। ଅବଶ୍ୟ ବିଜୟ ପୂର୍ବଭଳି ନବୀନ ପଟ୍ଟନାୟକଙ୍କୁ କଟୁ ସମାଲୋଚନା କରିବାକୁ କୁନ୍ଥକୁନ୍ଥ ହେଉଛନ୍ତି। ବରଂ ତାଙ୍କ ଟାର୍ଗେଟରେ ଏବେ ନବୀନଙ୍କ ପ୍ରଶାସନ ରହିଛି। ଏମାନଙ୍କୁ ଘେରିବା ଲାଗି ବିଜୟ ଅସ୍ତ୍ର ପ୍ରସ୍ତୁତ କରୁଥିବା ତାଙ୍କ ନିକଟତମ ମହଲରୁ ପ୍ରକାଶ।

Leave A Reply

Your email address will not be published.