ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ମ୍ୟାଚ୍ ପାଇଁ ଜୁନ୍ ୧ରୁ ଟିକେଟ ବିକ୍ରି ଆରମ୍ଭ

0

କଟକ: ଆସନ୍ତା ଜୁନ୍ ୧୨ରେ କଟକ ବାରବାଟି ଷ୍ଟାଡିୟମରେ ଖେଳାଯିବ ଭାରତ ଏବଂ ଦକ୍ଷିଣ ଆଫିକ୍ରା ମଧ୍ୟରେ ଟି-୨୦ ମ୍ୟାଚ । ଏଥିପାଇଁ ରାଜ୍ୟ ସରକାର ଦର୍ଶକଙ୍କ ପ୍ରବେଶକୁ ଅନୁମତି ପ୍ରଦାନ କରିଛନ୍ତି । ମ୍ୟାଚ ପାଇଁ ଜୁନ୍ ପହିଲା ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହେବ । ବାରବାଟୀ ଷ୍ଟାଡିୟମରେ ୪୪୨୩୪ ଦର୍ଶକ ବସିବା କ୍ଷମତା ରହିଥିଲା ବେଳେ ସେଥିରୁ ୨୯୧୫୪ ଟିକଟ୍‌ ବିକ୍ରି କରାଯିବ। ଏଥିରୁ ୮ ହଜାର ଟିକଟ୍‌ ଓସିଏ ଓ ବିସିସିଆଇ ଅନୁବନ୍ଧିତ ସ˚ସ୍ଥାଙ୍କ ପାଇଁ ବିକ୍ରି ହେବ ଏବ˚ ୨୧୧୫୪ ଟିକଟ୍‌ ଅନ୍‌ଲାଇନ୍‌ ଓ କାଉଣ୍ଟରରେ ବିକ୍ରି ହେବ ।

ପ୍ରଥମେ ୫ ହଜାର ଟିକଟ୍‌କୁ ଅନ୍‌ଲାଇନ୍‌ରେ ଛଡ଼ାଯିବ। ପେଟିଏମ୍‌ ଦ୍ବାରା ଅନ୍‌ଲାଇନ୍‌ରେ ଟିକଟ୍‌ ବିକ୍ରି ହେବ। ଜୁନ୍‌ ୯ରୁ ୧୨ ତାରିଖ ମଧ୍ୟରେ କେମ୍ବ୍ରିଜ ସ୍କୁଲ୍‌ ଓ ଖ୍ରୀଷ୍ଟ କଲିଜିଏଟ୍‌ ସ୍କୁଲ୍‌ ସହିତ ଭୁବନେଶ୍ବରରେ ଦୁଇଟି ସ୍ଥାନରେ କାଉଣ୍ଟର ଖୋଲାଯାଇ ଅନ୍‌ଲାଇନ୍‌ ଟିକଟ୍‌ ସ˚ଗ୍ରହ କରାଯାଇପାରିବ । ଏହାବାଦ୍‌ ଜୁନ୍‌ ୭ ଓ ୮ ତାରିଖରେ ଓସିଏ ଓ ବିସିସିଆଇ ଅନୁବନ୍ଧିତ ସ˚ସ୍ଥାମାନଙ୍କୁ ଓସିଏ କନଫରେନ୍ସ ହଲ୍‌ରେ ଟିକଟ୍‌ ବିକ୍ରି କରାଯିବ । ସାଧାରଣ ଦର୍ଶକଙ୍କ ପାଇଁ ଜୁନ୍‌ ୯ ଓ ୧୦ ତାରିଖରେ ଷ୍ଟାଡିୟମ କାଉଣ୍ଟରରେ ଟିକଟ୍‌ ବିକ୍ରି ହେବ । ଜଣେ ନିଜର ପରିଚୟ ପତ୍ର ଦେଖାଇ ବ୍ୟକ୍ତି ସର୍ବାଧିକ ଦୁଇଟି ଟିକଟ୍‌ କିଣିପାରିବେ । ଟିକଟ୍‌ କାଉଣ୍ଟରର ସୁରକ୍ଷା ପାଇଁ ସିସି କ୍ୟାମେରା ଲଗାଯିବ ।

ଚଳିତ ମ୍ୟାଚ୍‌ ପାଇଁ ଟିକଟ୍‌ ଦର ବୃଦ୍ଧି କରାଯାଇଛି। ଗ୍ୟାଲେରି ନମ୍ବର ୧, ୩ ଓ ୫ର ଦାମ୍‌ ୯୦୦ ଟଙ୍କା ରଖାଯାଇଥିଲା ବେଳେ ୨ ଓ ୪ ନମ୍ବର ଗ୍ୟାଲେରିର ମୂଲ୍ୟ ୭୦୦ ଟଙ୍କା ରଖାଯାଇଛି । ମରାମତି ହୋଇଥିବା ୭ ନମ୍ବର ଗ୍ୟାଲେରିର ମୂଲ୍ୟ ୬୦୦ ଟଙ୍କା, ୬ ନମ୍ବର ଗ୍ୟାଲେରିକୁ ଖେଳାଳି ରିହାତି ଭାବରେ ୩୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହାବାଦ୍‌ ସ୍ପେସାଲ ଏନ୍‌କ୍ଲୋଜର ୫୦୦୦ ଟଙ୍କା, ଏସି ବକ୍ସ ୭୦୦୦ ଟଙ୍କା, ନ୍ୟୁ ପାଭିଲିୟନ ୮୦୦୦ ଟଙ୍କା, କର୍ପୋରେଟ ବକ୍ସ ୧୨୦୦୦ ଟଙ୍କା ରଖାଯାଇଛି ।

ମ୍ୟାଚ୍‌ ଦେଖିବାକୁ ଆସୁଥିବା ଦର୍ଶକ ତଥା ବିସିସିଆଇ, ଓସିଏ ଏବ˚ ଅନ୍ୟାନ୍ୟ ଅଧିକାରୀଙ୍କ ପାଇଁ ୫ଟି ସ୍ଥାନରେ ପାର୍କି˚ର ବ୍ୟବସ୍ଥା କରାଯାଇଛି । ଦର୍ଶକଙ୍କ ପାଇଁ ବାଲିଯାତ୍ରାର ଉପର ଓ ତଳ ପଡ଼ିଆରେ ଷ୍ଟାଣ୍ତ କରାଯାଇଛି । ଓସିଏ ସଦସ୍ୟ ଓ ଅନ୍ୟ ଅତିଥିଙ୍କ ପାଇଁ କ୍ରିକେଟ୍‌ ଏକାଡେମୀ ପଡ଼ିଆ, ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ କେମ୍ବ୍ରିଜ ସ୍କୁଲ୍‌, ବିସିସିଆଇ ଅଧିକାରୀ, ମ୍ୟାଚ୍‌ ରେଫରି, ଅମ୍ପାୟାର, ଖେଳାଳି, ଓସିଏ ଅଧିକାରୀ, ସେଣ୍ଟ ଜାଭିୟର୍ସ ସ୍କୁଲ୍‌ ପରିସରରେ, ବିଚାରପତି ଓ ପ୍ରସାରଣ ଟିମ୍‌ଙ୍କ ପାଇଁ ହର୍ସ ଗେଟ୍‌ ସମ୍ମୁଖରେ ପାର୍କି˚ ବ୍ୟବସ୍ଥା କରାଯାଉଛି ।

Leave A Reply

Your email address will not be published.