ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ଏମିିତି ଜଣେ ମାଲିକ, ଯିଏ…

0

ଭୁବନେଶ୍ବର: ନିକଟରେ ରାଜ୍ୟରେ ଅନେକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଘରେ ରଖାଯାଇଥିବା ପୋଷା କୁକୁର ମାଲିକ ପାଇଁ ଜୀବନ ଦେଇଛନ୍ତି। କେଉଁଠି ବିଷାକ୍ତ ସାପ କବଳରୁ ମାଲିକଙ୍କୁ ଉଦ୍ଧାର କରିଛନ୍ତି, ଆଉ କେଉଁଠି ପରିବାରର ଆଉ କାହାକୁ ସୁରକ୍ଷା ଦେବାକୁ ଯାଇ କୁକୁର ଜୀବନ ଦେଇଛି। ହେଲେ ପୋଷା ବିଲେଇର ଜୀବନ ବଞ୍ଚାଇବା ପାଇଁ ଯାଇ ଜଣେ ବ୍ୟକ୍ତି ଜୀବନ ହାରିବେ, ଏ ଘଟଣା କାନକୁ ଅଡୁଆ ଲାଗୁଥିଲେ ବି ସତ। ଏମିତି ଘଟଣା ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନାର ପୁରୋହିତପୁର ଅଞ୍ଚଳରେ ଘଟିଛି।

ଘଟଣାଟି ଏହିପରି-

ବୁଧବାର ଦିନ ନରେନ୍ଦ୍ର ଜେନାଙ୍କ ଘରକୁ ଗୋଟିଏ ସାପ ପଶିଆସିଥିଲା। ସ୍ବାଭାବିକ ଭାବେ ପୋଷା ବିଲେଇ ତାର ବାଟ ଓଗାଳିଲା। ବିଲେଇଟି ଦେଇଥିବା ଛୁଆମାନେ ମଧ୍ୟ ମାଲିକର ସୁରକ୍ଷା ପାଇଁ ସାପ ପାଖକୁ ଝାମ୍ପି ପଡ଼ିଲେ। ହେଲେ ମାଆ ବିଲେଇ ସାମ୍ନାକୁ ଆସି ବିଷାକ୍ତ ନାଗ ସାପ ସହିତ ଘମାଘୋଟ ଲଢେଇ ଆରମ୍ଭ କରିଦେଲା। ବିଲେଇ-ନାଗସାପର ଲଢେଇ ଦେଖି ଛୁଆ ବିଲେଇ ଡରିଗଲେ ଓ ମ୍ୟାଉଁ ମ୍ୟାଉଁ ଚିତ୍କାର କଲେ। ଏକାଥରକେ ଏତେ ବିଲେଇଙ୍କ ପାଟି ଶୁଣି ଘର ଲୋକେ ଉଠି ଦେଖନ୍ତେ, ବିଲେଇ ଓ ସାପ ପରସ୍ପରକୁ ରକ୍ତାକ୍ତ କରିଦେଲେଣି। ବିଲେଇକୁ ସାପ ବାରମ୍ବାର ଆକ୍ରମଣ କରୁଛି ଓ ସାପକୁ ବି ରାମ୍ପି ବିଦାରି ଦେଲାଣି ବିଲେଇ।

ବିଲେଇର ସ୍ଥିତି ଦେଖି ଆଉ ସମ୍ଭାଳି ପାରିଲେନି ନରେନ୍ଦ୍ର। ଉପସ୍ଥିତ ବୁଦ୍ଧିବାଟ କିଛି ବି ତାଙ୍କୁ ଦିଶିଲାନି। ନିଜର ଭାବାବେଗକୁ ରୋକିନପାରି ସେ ସାପ ସାମ୍ନାକୁ ଯାଇ ସିଧା ତାକୁ ଧରି ପକାଇ ବାହାରକୁ ଫିଙ୍ଗି ଦେବାକୁ ଉଦ୍ୟମ କଲେ। ହେଲେ ସେତେବେଳକୁ ଆହତ ନାଗ ରାଗରେ ଗର୍ଜନ କରୁଥାଏ। ନରେନ୍ଦ୍ର ତାକୁ ଧରି ପକାଇବା ପରେ ସେ ଆହୁରି ଭୀଷଣ ହୋଇପଡ଼ିଲା। ବୁଲିପଡି ନରେନ୍ଦ୍ରଙ୍କୁ ଏକାଧିକ ଚୋଟ ମାରି ପକାଇଲା। ଆଉ ନରେନ୍ଦ୍ର ବେଶୀ ସମୟ ତିଷ୍ଠି ପାରିଲେନି। ତତ୍କାଳ ସେ ଚେତାଶୂନ୍ୟ ହେବାରେ ତାଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ ସେତେବେଳକୁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଡାକ୍ତର ମୃତ ଘୋଷଣା କଲେ।

ଏହି ଖବର ଆଜି ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇ ନରେନ୍ଦ୍ରଙ୍କ ପାଇଁ କାନ୍ଦି ପକାଇଛନ୍ତି। ପୋଷା ବିରାଡି ପାଇଁ ଜୀବନ ଦେଇଥିବା ନରେନ୍ଦ୍ରଙ୍କ ପାଇଁ ପୂରା ଗାଁରେ ଶୋକାକୁଳ ସ୍ଥିତି।

Leave A Reply

Your email address will not be published.