ପ୍ରମୁଖ ଖବର

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ
ରାଜ୍ୟରେ ଖୋଲିବ ୮ଟି ନୂଆ ଏଡିଜେ କୋର୍ଟ
ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି
ଅପାରଗ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର : ସରକାରଙ୍କ ଚେତାବନୀ
୧୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ
ମହିଳା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା ପାତ୍ର

ଏମିିତି ଜଣେ ମାଲିକ, ଯିଏ…

0

ଭୁବନେଶ୍ବର: ନିକଟରେ ରାଜ୍ୟରେ ଅନେକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଘରେ ରଖାଯାଇଥିବା ପୋଷା କୁକୁର ମାଲିକ ପାଇଁ ଜୀବନ ଦେଇଛନ୍ତି। କେଉଁଠି ବିଷାକ୍ତ ସାପ କବଳରୁ ମାଲିକଙ୍କୁ ଉଦ୍ଧାର କରିଛନ୍ତି, ଆଉ କେଉଁଠି ପରିବାରର ଆଉ କାହାକୁ ସୁରକ୍ଷା ଦେବାକୁ ଯାଇ କୁକୁର ଜୀବନ ଦେଇଛି। ହେଲେ ପୋଷା ବିଲେଇର ଜୀବନ ବଞ୍ଚାଇବା ପାଇଁ ଯାଇ ଜଣେ ବ୍ୟକ୍ତି ଜୀବନ ହାରିବେ, ଏ ଘଟଣା କାନକୁ ଅଡୁଆ ଲାଗୁଥିଲେ ବି ସତ। ଏମିତି ଘଟଣା ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନାର ପୁରୋହିତପୁର ଅଞ୍ଚଳରେ ଘଟିଛି।

ଘଟଣାଟି ଏହିପରି-

ବୁଧବାର ଦିନ ନରେନ୍ଦ୍ର ଜେନାଙ୍କ ଘରକୁ ଗୋଟିଏ ସାପ ପଶିଆସିଥିଲା। ସ୍ବାଭାବିକ ଭାବେ ପୋଷା ବିଲେଇ ତାର ବାଟ ଓଗାଳିଲା। ବିଲେଇଟି ଦେଇଥିବା ଛୁଆମାନେ ମଧ୍ୟ ମାଲିକର ସୁରକ୍ଷା ପାଇଁ ସାପ ପାଖକୁ ଝାମ୍ପି ପଡ଼ିଲେ। ହେଲେ ମାଆ ବିଲେଇ ସାମ୍ନାକୁ ଆସି ବିଷାକ୍ତ ନାଗ ସାପ ସହିତ ଘମାଘୋଟ ଲଢେଇ ଆରମ୍ଭ କରିଦେଲା। ବିଲେଇ-ନାଗସାପର ଲଢେଇ ଦେଖି ଛୁଆ ବିଲେଇ ଡରିଗଲେ ଓ ମ୍ୟାଉଁ ମ୍ୟାଉଁ ଚିତ୍କାର କଲେ। ଏକାଥରକେ ଏତେ ବିଲେଇଙ୍କ ପାଟି ଶୁଣି ଘର ଲୋକେ ଉଠି ଦେଖନ୍ତେ, ବିଲେଇ ଓ ସାପ ପରସ୍ପରକୁ ରକ୍ତାକ୍ତ କରିଦେଲେଣି। ବିଲେଇକୁ ସାପ ବାରମ୍ବାର ଆକ୍ରମଣ କରୁଛି ଓ ସାପକୁ ବି ରାମ୍ପି ବିଦାରି ଦେଲାଣି ବିଲେଇ।

ବିଲେଇର ସ୍ଥିତି ଦେଖି ଆଉ ସମ୍ଭାଳି ପାରିଲେନି ନରେନ୍ଦ୍ର। ଉପସ୍ଥିତ ବୁଦ୍ଧିବାଟ କିଛି ବି ତାଙ୍କୁ ଦିଶିଲାନି। ନିଜର ଭାବାବେଗକୁ ରୋକିନପାରି ସେ ସାପ ସାମ୍ନାକୁ ଯାଇ ସିଧା ତାକୁ ଧରି ପକାଇ ବାହାରକୁ ଫିଙ୍ଗି ଦେବାକୁ ଉଦ୍ୟମ କଲେ। ହେଲେ ସେତେବେଳକୁ ଆହତ ନାଗ ରାଗରେ ଗର୍ଜନ କରୁଥାଏ। ନରେନ୍ଦ୍ର ତାକୁ ଧରି ପକାଇବା ପରେ ସେ ଆହୁରି ଭୀଷଣ ହୋଇପଡ଼ିଲା। ବୁଲିପଡି ନରେନ୍ଦ୍ରଙ୍କୁ ଏକାଧିକ ଚୋଟ ମାରି ପକାଇଲା। ଆଉ ନରେନ୍ଦ୍ର ବେଶୀ ସମୟ ତିଷ୍ଠି ପାରିଲେନି। ତତ୍କାଳ ସେ ଚେତାଶୂନ୍ୟ ହେବାରେ ତାଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ ସେତେବେଳକୁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଡାକ୍ତର ମୃତ ଘୋଷଣା କଲେ।

ଏହି ଖବର ଆଜି ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇ ନରେନ୍ଦ୍ରଙ୍କ ପାଇଁ କାନ୍ଦି ପକାଇଛନ୍ତି। ପୋଷା ବିରାଡି ପାଇଁ ଜୀବନ ଦେଇଥିବା ନରେନ୍ଦ୍ରଙ୍କ ପାଇଁ ପୂରା ଗାଁରେ ଶୋକାକୁଳ ସ୍ଥିତି।

Leave A Reply

Your email address will not be published.